ଖଣି ଓ ଧାତବ କ୍ଷେତ୍ରରେ ଶୀର୍ଷ ର‌୍ୟାଙ୍କ ବଜାୟ ରଖିଲା ଟାଟା ଷ୍ଟିଲ୍‌, ବ୍ରାଣ୍ଡ୍ ମୂଲ୍ୟର ଦୃଢ଼ ଅଭିବୃଦ୍ଧି ପ୍ରଦର୍ଶିତ: ବ୍ରାଣ୍ଡ୍ ଫାଇନାନ୍ସ ରିପୋର୍ଟ

କଂପାନିର ବ୍ରାଣ୍ଡ୍ ମୂଲ୍ୟ ୨.୩ ବିଲିଅନ ଆମେରିକୀୟ ଡଲାର, ଗତବର୍ଷ ତୁଳନାରେ ୪୧%ର ଉଲ୍ଲେଖନୀୟ ବୃଦ୍ଧି

ଭୁବନେଶ୍ୱର: ବ୍ରାଣ୍ଡ୍ ମୂଲ୍ୟାୟନ କଂପାନି ବ୍ରାଣ୍ଡ୍ ଫାଇନାନ୍ସ ପକ୍ଷରୁ ଟାଟା ଷ୍ଟିଲ୍‌କୁ ଖଣି ଓ ଧାତବ କ୍ଷେତ୍ରରେ ସର୍ବୋଚ୍ଚ ମୂଲ୍ୟର ବ୍ରାଣ୍ଡ୍ ଭାବେ ମାନ୍ୟତା ପ୍ରଦାନ କରାଯାଇଛି । କଂପାନିର ଶ୍ରେଷ୍ଠ ୫ ସବୁଠୁ ମୂଲ୍ୟବାନ କଂପାନି ମଧ୍ୟରେ ସ୍ଥାନ ବଜାୟ ରଖିବା ସହ ଖଣି ଓ ଧାତବ କ୍ଷେତ୍ରର ଶ୍ରେଷ୍ଠ ବ୍ରାଣ୍ଡ୍ ଭାବେ ନିଜ ସ୍ଥିତିକୁ ଆହୁରି ମଜଭୂତ କରିପାରିଛି । କଂପାନିର ବ୍ରାଣ୍ଡ୍ ମୂଲ୍ୟ ୪୧ ପ୍ରତିଶତ ବୃଦ୍ଧି ପାଇଁ ୨.୩ ବିଲିଅନ ଆମେରିକୀୟ ଡଲାର ହୋଇଛି । ଆହ୍ୱାନପୂର୍ଣ୍ଣ ସମୟରେ ମଧ୍ୟ ଟାଟା ଷ୍ଟିଲ୍ ଉତ୍କର୍ଷ ଓ ସ୍ଥିରତାର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିଛି ।

ଟାଟା ଷ୍ଟିଲ୍‌ର ସଫଳତା ଉନ୍ନତ ପ୍ରଯୁକ୍ତିରେ ନିବେଶ ଓ ଆପଣେଇବାର ଦକ୍ଷତା ଏବଂ ଦୀର୍ଘସ୍ଥାୟୀତ୍ୱକୁ ଅଗ୍ରାଧିକାର ପ୍ରଦାନ କରିବା ଉପରେ ପର୍ଯ୍ୟବେସିତ । କଂପାନି ନିରନ୍ତର ଭାବେ ଉଚ୍ଚ ମାନର ଉତ୍ପାଦ ଓ ସେବା ପ୍ରଦାନ କରି ସାରା ବିଶ୍ୱର ଗ୍ରାହକଙ୍କ ବିଶ୍ୱାସ ଜିତିପାରିଛି । ନିରନ୍ତର ଉନ୍ନତି ଓ ପ୍ରଯୁକ୍ତିକୁ ଉନ୍ନତ କରିବା ଲାଗି ନବସୃଜନ ପ୍ରତି ଟାଟା ଷ୍ଟିଲ୍‌ର ରହିଥିବା ପ୍ରତିବଦ୍ଧତା ଯୋଗୁଁ ଏହା ପ୍ରତିଯୋଗିତାରେ ଆଗରେ ରହୁଛି । ଭାରତରେ ଭିତିଭୂମିର ପୁନରୁଦ୍ଧାର ଓ ଗ୍ରିନ୍‌ଫିଲ୍ଡ (ନୂଆ ପ୍ରକଳ୍ପ)ରେ ନିବେଶ ଦ୍ୱାରା ବ୍ରାଣ୍ଡ୍‌ର ଅଭିବୃଦ୍ଧି ତ୍ୱରାନ୍ୱିତ ହୋଇଥିବା ବେଳେ ଦେଶର ବିକାଶ ପ୍ରତି ଟାଟା ଷ୍ଟିଲ୍‌ର ଗୁରୁତ୍ୱପୂର୍ଣ୍ଣ ଯୋଗଦାନକୁ ତାହା ପ୍ରତିଫଳିତ କରୁଛି ।

ବିଶ୍ୱର ଶ୍ରେଷ୍ଠ ୫୦୦ ସବୁଠୁ ମୂଲ୍ୟବାନ ବ୍ରାଣ୍ଡ୍‌କୁ ଚିହ୍ନଟ କରାଯାଇଥିବା ବ୍ରାଣ୍ଡ୍ ଫାଇନାନ୍ସ ଗ୍ଲୋବାଲ୍ ୫୦୦ ୨୦୨୩ ରିପୋର୍ଟରେ ଏକମାତ୍ର ଭାରତୀୟ ବ୍ରାଣ୍ଡ୍ ଭାବେ ଶ୍ରେଷ୍ଠ ୧୦୦ ମଧ୍ୟରେ ଟାଟା ଷ୍ଟିଲ୍ ରହିଛି । ଭାରତର ସବୁଠୁ ମୂଲ୍ୟବାନ ବ୍ରାଣ୍ଡ୍‌ର ମାନ୍ୟତାକୁ ଟାଟା ଷ୍ଟିଲ୍ ବଜାୟ ରଖିଥିବା ବେଳେ ବ୍ରାଣ୍ଡ୍ ମୂଲ୍ୟରେ ଦୁଇ ଅଙ୍କ (୧୦.୩%) ବୃଦ୍ଧି ହୋଇ ୨୬୪୦ କୋଟି ଡଲାର ହୋଇଛି । ପ୍ରଥମ ଥର ପାଇଁ କୌଣସି ଭାରତୀୟ ବ୍ରାଣ୍ଡ୍‌ର ବ୍ରାଣ୍ଡ୍ ମୂଲ୍ୟ ଏଭଳି ସ୍ତର ଅତିକ୍ରମ କରିଛି । ଏହି ମାନ୍ୟତା ନବସୃଜନ, ଦୀର୍ଘସ୍ଥାୟୀତ୍ୱ ଓ ଗୋଷ୍ଠୀ କଲ୍ୟାଣ ପ୍ରତି ଟାଟା ଷ୍ଟିଲ୍‌ର ରହିଥିବା ପ୍ରତିବଦ୍ଧତାକୁ ଦର୍ଶାଉଥିବା ବେଳେ ଏହାକୁ ଏକ ବିଶ୍ୱସ୍ତରୀୟ ବ୍ୟବସାୟ ଭାବେ ଉପସ୍ଥାପିତ କରିଛି ।

ବିଶ୍ୱ ମହାମାରୀ ଓ ଭୂ-ରାଜନୈତିକ ଅନିଶ୍ଚିତତା ମଧ୍ୟରେ ଟାଟା ଷ୍ଟିଲ୍ ସମେତ ଭାରତର ଶ୍ରେଷ୍ଠ ୧୦୦ ସବୁଠୁ ମୂଲ୍ୟବାନ ବ୍ରାଣ୍ଡ୍ ଉଲ୍ଲେଖନୀୟ ସ୍ଥିରତା ପ୍ରଦର୍ଶନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

seven + seventeen =