ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ

୨୫୦୦ରୁ ଅଧିକ ଚାରା ରୋପଣ
 ହର୍ବାଲ୍ ଓ ମସଲା ଉଦ୍ୟାନ ଉଦ୍‌ଘାଟିତ
 ସ୍କୁଲ ପିଲାଙ୍କୁ ୬୫୦ ଫଳ ଧାରଣକାରୀ ଚାରା ବଂଟନ
କଳିଙ୍ଗନଗର: ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ସୃଷ୍ଟି କରିବା ପ୍ରତିବଦ୍ଧତାକୁ ଦୋହରାଇବା ସହ ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଥିବା “ବିଟ୍ ଦି ପ୍ଲାଷ୍ଟିକ୍‌’ ବିଷୟବସ୍ତୁ ଅନୁସାରେ ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍‌କେ) ପକ୍ଷରୁ ସୋମବାର ଯାଜପୁର ଜିଲ୍ଲାର କଳିଙ୍ଗନଗର କାରଖାନା ପରିସରରେ ବହୁସଂଖ୍ୟକ ବୃକ୍ଷରୋପଣ ସହ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି ।

ପରିବେଶ ଦିବସ ପାଳନ ଅଂଶ ସ୍ୱରୂପ କାରଖାନା ପରିସରରେ ବିଭିନ୍ନ ସ୍ଥାନରେ ୨୫୦୦ରୁ ଅଧିକ ଚାରା ରୋପଣ କରାଯାଇଛି । ବହୁସଂଖ୍ୟକ ବୃକ୍ଷରୋପଣ ବ୍ୟତୀତ ପରିବେଶ ଦୀର୍ଘସ୍ଥାୟିତ୍ୱ ଉପରେ ସଚେତନତା ସୃଷ୍ଟି କରିବା ଲାଗି ସ୍କୁଲ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଏବଂ କର୍ମଚାରୀମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ, ସ୍ଲୋଗାନ ଓ କୁଇଜ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥି ସହିତ ନିକଟସ୍ଥ ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ୬୫୦ ଫଳ ଧାରଣକାରୀ ଚାରା ବଂଟନ କରାଯିବା ସହ କାରଖାନା ପରିସର ଓ ଆଖପାଖ ଅଂଚଳରେ ପ୍ଲାଷ୍ଟିକ୍ ସଫେଇର ଏକ ଅଭିଯାନ ଆୟୋଜନ କରାଯାଇଥିଲା ।

ଏହି ଅବସରରେ କଳିଙ୍ଗନଗର ଟ୍ରେନିଂ ସେଂଟର ପ୍ଲଟ୍‌-୨ରେ ଟିଏସ୍‌କେର ଉପସଭାପତିି (ଅପରେସନ୍ସ) ରାଜୀବ କୁମାର ଏକ “ହର୍ବାଲ୍ ଓ ମସଲା ଉଦ୍ୟାନ’କୁ ଉଦ୍‌ଘାଟନ କରିିଥିଲେ । ଏହି ଅବସରରେ ଟିଏସ୍‌କେର ମୁଖ୍ୟ (ମେକାନିକାଲ୍ ମେଟେଂନାନ୍ସ) ଶଙ୍କର ବିଶ୍ୱାସ, ମୁଖ୍ୟ (ଇଲେକ୍ଟ୍ରିକାଲ୍ ମେଟେଂନାନ୍ସ) ଅଜିତ କର, ମୁଖ୍ୟ-ଇଲେକ୍ଟ୍ରିକାଲ୍ ମେଟେଂନାନ୍ସ (ସିଏସ୍‌ଆଇ ଓ ଆର୍‌ଏମ୍‌ଏଚ୍‌) ପଙ୍କଜ ଭୁରେ, ମୁଖ୍ୟ-ୟୁଟିଲିଟିଜ୍ ଆଣ୍ଡ୍ ପାୱାର ସିଷ୍ଟମ୍‌ସ ପଦୀପ ଚକ୍ରବର୍ତୀ, ସିକ୍ୟୁରିଟି ବିଭାଗର ମୁଖ୍ୟ ପ୍ରକାଶ ସଂଜୟ ଓ ଟାଟା ଷ୍ଟିଲ୍ କଳିଙ୍ଗନଗରର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଉଦ୍ୟାନରେ ରହିଛି ୧୨୦ ପ୍ରକାରର ହର୍ବାଲ ଓ ୧୪ ପ୍ରକାରର ମସଲା ଉଦ୍ଭିଦ ।

ଟ୍ରେନିଂ ସେଂଟର ଅଡିଟୋରିୟମ୍‌ରେ ଆୟୋଜିତ ଏକ ମେଗା କାର୍ଯ୍ୟକ୍ରମ ସହ ପରିବେଶ ଦିବସ ଉତ୍ସବ ପାଳନର ସମାପନ ହୋଇଥିଲା ଯେଉଁଠାରେ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ସ୍ୱରୂପ ସାର୍ଟିଫିକେଟ ଓ ଉପହାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ପରିବେଶ ସୁରକ୍ଷା ପ୍ରତିି ଉଲ୍ଲେଖନୀୟ ସମର୍ପଣ ଭାବ ପ୍ରଦର୍ଶନ କରିଥିବା କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ବିଶ୍ୱ ପରିବେଶ ଦିବସ ପାଳନର ଅଂଶ ସ୍ୱରୂପ ଦାନଗଦି ବ୍ଲକ୍‌ର ସାଳିଜଙ୍ଗା ଗ୍ରାମ ପଂଚାୟତ ଅଧୀନସ୍ଥ ଜଟାଧାରୀ ପର୍ବତମାଳାରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଏକ ସିଡ୍ ବଲ୍ ପ୍ରସାରଣ ଅଭିଯାନ ଆୟୋଜନ କରାଯାଇଥିଲା ଯେଉଁଥିରେ ପଂଚାୟତର ପ୍ରାୟ ୧୦୦ ଯୁବବର୍ଗ ଯୋଗ ଦେଇ ସ୍ଥାନୀୟ ପ୍ରଜାତି ମଧ୍ୟରେ ୫୦୦୦ରୁ ଅଧିକ ସିଡ୍ ବଲ୍ ପ୍ରସାରଣ କରିଥିଲେ । ଏଥି ସହିତ ସେମାନେ ପର୍ବତମାଳାରେ ଏକ ସ୍ୱଚ୍ଛତା ଅଭିଯାନ ମଧ୍ୟ ଆୟୋଜନ କରିଥିଲେ ।

ଉଲ୍ଲେଖଯୋଗ୍ୟ, ଟାଟା ଷ୍ଟିଲ୍‌ରେ ଜୁନ୍ ମାସ ସାରା “ନିରନ୍ତରତା ମାସ’ ଭାବେ ପାଳନ କରାଯିବ । ଏହି ମାସବ୍ୟାପୀ ଉତ୍ସବ ପାଳନର ଅଂଶ ଭାବେ “ପ୍ଲାଷ୍ଟିକ ପ୍ରଦୂଷଣ ପାଇଁ ସ୍ମାର୍ଟ ସମାଧାନ’ ବିଷୟ ଉପରେ ସଚେତନତା ଅଭିଯାନ, ୱେବିନାର ଓ ଅନ୍‌ଲାଇନ୍ କୁଇଜ୍ ଭଳି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

Share

Leave a Reply

Your email address will not be published. Required fields are marked *

4 × 3 =