ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ୭୫ତମ ଗଣତନ୍ତ୍ର ଦିବସ ପାଳିତ

କଳିଙ୍ଗନଗର: ଯାଜପୁର ଜିଲ୍ଲା କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍‌କେ)ର ଜେନେରାଲ ଅଫିସ ପରିସରରେ ଶୁକ୍ରବାର ଦିନ ଆନନ୍ଦ ଓ ଉତ୍ସାହର ସହ ୭୫ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।

ଟାଟା ଷ୍ଟିଲ୍ କଳିଙ୍ଗନଗରର ମେକାନିକାଲ ମେଂଟେନାନ୍ସ ବିଭାଗର ମୁଖ୍ୟ ଶଙ୍କର ବିଶ୍ୱାସ ଟିଏସ୍‌କେର ବରିଷ୍ଠ ଅଧିକାରୀ, ସଂଘର ଅଧିକାରୀ ଏବଂ ଗୋଷ୍ଠୀ ନେତାଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତୋଳନ କରିଥିଲେ ।
ଏହି ଅବସରରେ ଶଙ୍କର ବିଶ୍ୱାସ କହିଛନ୍ତି ଯେ, ଆମେ ଏହି ଐତିହାସିକ ଅବସରକୁ ପାଳନ କରୁଥିବା ବେଳେ ଆମ ଦେଶର ମୂଳଦୁଆ ତିଆରି କରୁଥିବା ନୀତି ଓ ମୂଲ୍ୟବୋଧ ଉପରେ ଚିନ୍ତା କରିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ସ୍ୱାଧୀନତା, ସମାନତା ଏବଂ ବିବିଧତା ମଧ୍ୟରେ ଏକତାର ଆଦର୍ଶକୁ ବଜାୟ ରଖିଥିବା ଏକ ଦେଶର ଏକ ଅଂଶ ହୋଇଥିବାରୁ ଆମେ ଗର୍ବିତ । ଆମର ବିବିଧତା ହେଉଛି ଆମର ଶକ୍ତି ଏବଂ ଏହା ହିଁ ଆମ ଦେଶକୁ ଅନନ୍ୟ ଏବଂ ଜୀବନ୍ତ କରିଥାଏ । ଏହି ସାଧାରଣତନ୍ତ୍ର ଦିବସରେ ଆସନ୍ତୁ ଦେଶ ନିର୍ମାଣରେ ଯୋଗଦାନ କରିବା ଏବଂ ଭାରତକୁ ବିଶ୍ୱର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରରେ ପରିଣତ କରିବା ପାଇଁ ସଂକଳ୍ପ ନେବା ।
ଏହି ଉତ୍ସବରେ ଉତ୍ସର୍ଗୀକୃତ ଓ ଉଦାହରଣୀୟ ସେବା ପ୍ରଦର୍ଶନ କରିଥିବା ସୁରକ୍ଷା ଓ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଯାଜପୁର ରୋଡ୍‌ସ୍ଥିତ ବ୍ୟାସଭୂମି ଅନାଥ ଆଶ୍ରମର ପିଲାମାନଙ୍କୁ ପ୍ଲାଂଟର କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବେ ଯୋଗଦେଇ ବେଡ୍ ସିଟ୍ ଓ ତକିଆ ସହ ଜଳଖିଆ ବଂଟନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

eighteen + six =