ଟାଟା ଷ୍ଟିଲ୍ ପକ୍ଷରୁ ଓଡ଼ିଶାରେ ଏହାର କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ସାର୍ ଦୋରାବଜୀ ଟାଟାଙ୍କ ୧୬୪ତମ ଜନ୍ମବାର୍ଷିକୀ ପାଳିତ

ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ଟାଟା ଷ୍ଟିଲ୍‌ର ପ୍ରଥମ ଅଧ୍ୟକ୍ଷ ସାର୍ ଦୋରାବଜୀ ଟାଟାଙ୍କ ୧୬୪ତମ ଜନ୍ମବାର୍ଷିକୀ ବଡ଼ ଉଳ୍ଲାସର ସହ ୨୦୨୩ ଅଗଷ୍ଟ ୨୭ରେ ଓଡ଼ିଶାର ସମସ୍ତ କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ପାଳନ କରାଯାଇଛି ।

ଭୁବନେଶ୍ୱରରେ ଓଡ଼ିଶା ନାଭାଲ୍ ଟାଟା ହକି ହାଇପରଫର୍‌ମାନ୍ସ ସେଂଟର୍ ପକ୍ଷରୁ ଶିଳ୍ପ ଓ କ୍ରୀଡ଼ା ପ୍ରତି ତାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଶିକ୍ଷାର୍ଥୀ, ପ୍ରଶିକ୍ଷକ ଓ କର୍ମଚାରୀମାନେ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ।

ଯାଜପୁର ଜିଲ୍ଲାର ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍‌କେ)ରେ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ସାର୍ ଦୋରାବଜୀଙ୍କୁ ପୁଷ୍ପ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଟିଏସ୍‌କେର ବ୍ରାହ୍ମଣୀପାଳ ହାଉସିଂ କମ୍ପେ୍ଲକ୍ସରେ ଏକ ଭଲିବଲ୍ ଟୁର୍ଣ୍ଣାମେଂଟ୍ ଆୟୋଜନ କରାଯାଇଥିଲା ଯେଉଁଥିରେ ଟାଟା ଷ୍ଟିଲ୍ କଳିଙ୍ଗନଗର, ଟାଟା ଷ୍ଟିଲ୍ ୟୁଟିଲିଟିଜ୍ ଆଣ୍ଡ୍ ଇନଫ୍ରାଷ୍ଟ୍ରକ୍‌ଚର ସର୍ଭିସେସ୍ ଲିମିଟେଡ୍ (ଟିଏସ୍‌ୟୁଆଇଏସ୍‌ଏଲ୍‌) ଓ ଜିଞ୍ଜର୍ ହୋଟେଲ୍‌ର ଟିମ୍ ଅଂଶଗ୍ରହଣ କରିଥିଲେ ।

ଢେଙ୍କାନାଳ ଜିଲ୍ଲାର ଟାଟା ଷ୍ଟିଲ୍ ମେରାମଣ୍ଡଳୀ କାରଖାନାରେ କର୍ମଚାରୀମାନେ ଏହି କିମ୍ବଦନ୍ତୀ ନେତୃତ୍ୱଙ୍କ ସମ୍ମାନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ହାଉସିଂ କଲୋନିରେ ଏକ ବ୍ୟାଡ୍‌ମିଂଟନ ଟୁର୍ଣ୍ଣାମେଂଟ୍ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କ ପାଇଁ ଆୟୋଜନ କରାଯାଇଥିଲା । ଯୋଡ଼ା ଖଣି, ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍‌, ଭୁବନେଶ୍ୱର ଓ ସୁକିନ୍ଦା ଏବଂ ଅନ୍ୟାନ୍ୟ ଅଂଚଳରେ କର୍ମଚାରୀମାନଙ୍କୁ ସ୍ଥାନୀୟ କାର୍ଯ୍ୟକଳାପରେ ଯୋଡ଼ିବା ଲାଗି ସମାନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ସାର୍ ଦୋରାବଜୀ ଟାଟା ହେଉଛନ୍ତି କର୍ପୋରେଟ୍ ଗଭର୍ଣ୍ଣାସ୍ ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମର ଜଣେ ଅଗ୍ରଗାମୀ ଦୂରଦ୍ରଷ୍ଟା ଯିଏ ସମୟଠାରୁ ବହୁ ଆଗରେ ଥିଲେ । ନିଜ ଖେଳୁଆଡ଼ ମନୋଭାବ ସହିତ ଭାରତୀୟ ଅଲିମ୍ପିକ୍ ସଂଘର ପ୍ରଥମ ସଭାପତି ଭାବେ ଅଲିମ୍ପିକ୍‌ରେ ଭାରତର ପ୍ରବେଶର ସେ ନେତୃତ୍ୱ ନେଇଥିଲେ ।

ତାଙ୍କ ଦୂରଦୃଷ୍ଟି ପରମ୍ପରା ପିଢ଼ି ପିଢ଼ି ଧରି ପ୍ରେରଣା ପ୍ରଦାନ ଜାରି ରଖିଛି । ଟାଟା ଷ୍ଟିଲ୍ ତାଙ୍କ ସାହସକୁ ପ୍ରଣାମ କରୁଛି ଏବଂ ଏକ ଦୃଢ଼ ଓ ଅଧିକ ସ୍ୱାବଲମ୍ବୀ ଭାରତ ପ୍ରତି ପ୍ରତିବଦ୍ଧତାକୁ ଦୋହରାଉଛି ।

Share

Leave a Reply

Your email address will not be published. Required fields are marked *

thirteen − nine =