ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ଯାଜପୁର ସୋ’ରୁମ୍ ଉଦ୍‌ଘାଟନ ସହ ଗହଣା ସପିଙ୍ଗ ଅନୁଭୂତିରେ ଉନ୍ନତି

ଯାଜପୁର: ଭାରତର ଅଗ୍ରଣୀ ଗହଣା ବ୍ରାଣ୍ଡ୍ ସେନ୍‌କୋ ଗୋଲ୍ଡ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ଏହାର ଯାଜପୁର ସୋ’ରୁମ୍‌କୁ ନୂଆ ଅବତାରରେ ଉଦ୍‌ଘାଟନ କରାଯାଇଛି । ସହରର କେନ୍ଦ୍ର ସ୍ଥଳ ଡାଲା ଛକରେ ଥିବା ଏହି ଅତ୍ୟାଧୁନିକ ସୋ’ରୁମ୍‌ରେ ବ୍ୟାପକ ପରିବର୍ତନ କରାଯାଇ ତାହାକୁ ସତେଜ ଓ ବିଳାସପୂର୍ଣ୍ଣ ଲୁକ୍ ପ୍ରଦାନ କରାଯାଇଛି ଯାହା ଗ୍ରାହକମାନଙ୍କୁ ଅତୁଳନୀୟ ସପିଙ୍ଗ ଅନୁଭୂତି ପ୍ରଦାନ କରିବ । ଏହାର ଉଦଘାଟନୀ ସମାରୋହରେ ପ୍ରତିଭାବାନ ଓଡ଼ିଆ ଅଭିନେତ୍ରୀ ତମନ୍ନା ବ୍ୟାସ ଅତିଥି ଭାବେ ଯୋଗ ଦେଇଥିଲେ ।
୨୬୦୦ ବର୍ଗଫୁଟରେ ବ୍ୟାପ୍ତ ଏହି ନବୀକୃତ ସୋ’ରୁମ୍ ସୂକ୍ଷ୍ମ ଭାବେ ପ୍ରସ୍ତୁତ କରାଯାଇଥିବା କାରିଗରୀ ଓ ଭାସ୍କର୍ଯ୍ୟର ଭାବକୁ ଧରି ରଖିଥିବା ବ୍ୟାପକ ଗହଣାକୁ ସନ୍ଧାନ କରିବା ଲାଗି ଉପଯୁକ୍ତ ପରିବେଶ ପ୍ରଦାନ କରୁଛି ।
ସୋ’ରୁମ୍ ଉଦ୍‌ଘାଟନ ଅବସରରେ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ଏମ୍‌ଡି ଓ ସିଇଓ ଶ୍ରୀ ଶୁଭଙ୍କର ସେନ୍ କହିଛନ୍ତି ଯେ, “ଆମ ଉଦୀୟମାନ ଗ୍ରାହକଙ୍କ ସ୍ୱାଦ ଓ ଅଭିଳାଷକୁ ଗ୍ରହଣ କରବା ସହ ଚମତ୍କାର ଗହଣାର ଭବ୍ୟତା ଓ କାରିଗରୀକୁ ସଂରକ୍ଷଣ ଓ ସମୃଦ୍ଧ କରିବା ପ୍ରତି ଆମେ ସମର୍ପିତ । ନୂତନ ରୂପାନ୍ତରୀତ ସୋ’ରୁମ୍ ହେଉଛି ସେହି ପ୍ରତିବଦ୍ଧତାର ପ୍ରମାଣ ଏବଂ ଆମ ଗ୍ରାହକଙ୍କୁ ଆହୁରି ବ୍ୟାପକ ସୂକ୍ଷ୍ମ ଗହଣା ଡିଜାଇନ୍ ପ୍ରଦାନ କରୁଥିବାରୁ ଆମେ ବେଶ ଉଲ୍ଲସିତ । ଅତି ଚମତ୍କାର ଢଙ୍ଗରେ ପ୍ରସ୍ତୁତ କରାଯାଇଥିବା ଆମ ଗହଣାର ବ୍ୟାପକ ସମ୍ଭାର ଏବଂ ଅତୁଳନୀୟ ସେବାକୁ ନେଇ ଆମର ବିଶ୍ୱାସ ରହିଛି ଯେ ଗ୍ରାହକମାନେ ଏକ ଅଭୁଲା ସପିଙ୍ଗ ଯାତ୍ରାର ଶୁଭାରମ୍ଭ କରିବେ ।’’
ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ନିର୍ଦ୍ଦେଶିକା ଓ ଡିଜାଇନ୍ ତଥା ମାର୍କେଟିଂ ମୁଖ୍ୟ ଜୋଇତା ସେନ୍ କହିଛନ୍ତି ଯେ, “ଡିଜାଇନ୍ ଓ ନବସୃଜନ ଉପରେ ଆମର ଗୁରୁତ୍ୱ, ଗ୍ରାହକଙ୍କ ଅଗ୍ରାଧିକାର ଓ ବଜାର ଧାରାକୁ ଜାଣିବାରେ ଆମର ଦକ୍ଷତା, ଆମ ଡିଜାଇନ୍‌ର ସୂକ୍ଷ୍ମତା ଏବଂ ଆମ ଉତ୍ପାଦର ଗୁଣବତା ଏବଂ ଫିନିସ୍ ହେଉଛି ଆମର ପ୍ରମୁଖ ଦୃଢ଼ତା । ଯାଜପୁରରେ ନୂତନ ଭାବେ ରୂପାନ୍ତରୀତ ଆମ ସୋ’ରୁମ୍ ଏହି ଅଂଚଳର ଗ୍ରାହକମାନଙ୍କୁ ଚମତ୍କାର ଡିଜାଇନ୍ ଗହଣାର ଉତ୍କୃଷ୍ଟ ସମ୍ଭାର ପ୍ରଦାନ କରିବ । ଆମର ବିଶ୍ୱାସ ରହିଛି ଯେ ଏହା ସେହି ସ୍ଥଳରେ ପରିଣତ ହେବ ଯେଉଁଠାରେ ଗ୍ରାହକମାନେ ସେମାନଙ୍କ ସ୍ୱତନ୍ତ୍ର ଅବସରକୁ ପାଳନ କରିବେ, ସ୍ମୃତି ସୃଷ୍ଟି କରିବେ ଏବଂ ନିଜ ଭଲ ପାଇବା ଓ ପ୍ରଶଂସାର ପରିପ୍ରକାଶ ପାଇଁ ଉପଯୁକ୍ତ ଗହଣା ପାଇପାରିବେ ।’’
ଓଡ଼ିଆ ଅଭିନେତ୍ରୀ ତମନ୍ନା ବ୍ୟାସ କହିଛନ୍ତି ଯେ, “ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ଏହାର ଚମତ୍କାର କାରିଗରୀ ଓ ଉତ୍କୃଷ୍ଟ ଗହଣା ସମ୍ଭାର ପାଇଁ ପରିଚିତ । ନବସୃଜନ ଜାରି ରଖିବା ପାଇଁ ସେମାନଙ୍କ ଅତୁଟ ପ୍ରତିବଦ୍ଧତା ଏବଂ ଗ୍ରାହକମାନଙ୍କୁ ଉଲ୍ଲେଖନୀୟ ସପିଙ୍ଗ ଅନୁଭୂତି ପ୍ରଦାନ କରିବା ଲାଗି ସେମାନଙ୍କ ପ୍ରତିବଦ୍ଧତାରେ ମୁଁ ବେଶ ପ୍ରଭାବିତ । ଏହି ସ୍ୱତନ୍ତ୍ର ଅବସରର ଅଂଶ ହୋଇଥିବାରୁ ମୁଁ ବହୁତ ଖୁସି ଏବଂ ମୁଁ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ସଫଳତା କାମନା କରୁଛି ।
ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ସୁନା, ହୀରା, ରୁପା ଓ ପ୍ଲାଟିନମ୍‌ର ବ୍ୟାପକ ଗହଣା ସହିତ ଏଭରଲାଇଟ୍‌, ଗସିପ୍‌, ଡି’ସାଇନିଆ ଭଳି ବ୍ରାଣ୍ଡ୍ ଅଧୀନରେ ସୁନ୍ଦର ଗହଣା ପ୍ରଦାନ କରୁଛି । ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ପୁରୁଷମାନଙ୍କ ପାଇଁ ଅହମ୍ ଏବଂ ବିବାହ ସମ୍ଭାର ଗହଣା ମଧ୍ୟ ରହିଛି ।

Share

Leave a Reply

Your email address will not be published. Required fields are marked *

7 + nineteen =