ରିୟଲ୍‌ମି ପକ୍ଷରୁ ଏହାର ଶକ୍ତିଶାଳୀ ନାର୍‌ଜୋ ୧୦ ଏବଂ ନାର୍‌ଜୋ ୧୦ ଏ ସିରିଜର ଶୁଭାରମ୍ଭ

ଭୁବନେଶ୍ୱର: ଦ୍ରୁତ ଅଭିବୃଦ୍ଧିଶୀଳ ସ୍ମାର୍ଟଫୋନ ବ୍ରାଣ୍ଡ ରିୟଲମି ପକ୍ଷରୁ ସମ୍ପୂର୍ଣ୍ଣ ନୂତନ ପ୍ରଦର୍ଶନ କେନ୍ଦ୍ରିକ ସିରିଜ -ନାର୍‌ଜୋ ୧୦ ଏବଂ ନାର୍‌ଜୋ ୧୦ଏର ଶୁଭାରମ୍ଭ କରାଯାଇଛି । ସୁଲଭ ମୂଲ୍ୟ ସହିତ ଏହି ସିରିଜଗୁଡ଼ିକ ଗେମିଙ୍ଗ ପ୍ରେମୀମାନଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ପାୱାର ପ୍ୟାକଡ ସ୍ମାର୍ଟଫୋନ ହେବ । ରିୟଲମି ନାର୍‌ଜୋ ୧୦ରେ ବିଶ୍ୱର ପ୍ରଥମ ଜି୮୦ ଚିପ୍‌ସେଟ ରହିଛି ଯାହା ୧୮ ୱାଟ ଦ୍ରୁତ ଚାର୍ଜିଙ୍ଗ ଦ୍ୱାରା ସମର୍ଥିତ ଏକ ୫୦୦୦ ମେଗାହର୍ଜ ବ୍ୟାଟେରୀ ସହିତ ଅଦ୍ଭୁତପୂର୍ବ ଶକ୍ତି ପ୍ରଦାନ କରିଥାଏ । ସ୍ୱଚ୍ଛ ଛବି କ୍ୟାପଚର କରିବା ପାଇଁ ଏହି ସ୍ମାର୍ଟଫୋନରେ ରହିଛି ୪୮ ଏମପି ମୁଖ୍ୟ କ୍ୟାମେରା ଓ ଅନ୍ୟାନ୍ୟ ନୂତନ କ୍ୟାମେରା ବୈଶିଷ୍ଟ୍ୟ ଦ୍ୱାରା ଗଠିତ ଏକ ଅଲଟ୍ରା କ୍ୱାଡ଼ କ୍ୟାମେରା ସେଟଅପ, ୧୬ ଏମପି ବିଶିଷ୍ଟ ଆଗ କ୍ୟାମେରା । ସବୁଠାରୁ ଅଧିକ ଶକ୍ତିଶାଳୀ କ୍ୱାଡ କ୍ୟାମେରା ବିଶିଷ୍ଟ ଏହି ୪ଜିବି + ୧୨୮ ଜିବି ଭାରିଆଂଟ ଯୁକ୍ତ ରିୟଲମି ନାର୍‌ଜୋ ୧୦, ଦାଟ ହ୍ୱାଇଟ ଓ ଦାଟ ଗ୍ରୀନ ରଙ୍ଗରେ ମାତ୍ର ୧୧,୯୯୯ ଟଙ୍କାରେ ଉପଲବ୍ଧ ହେବ । ଏହାର ପ୍ରଥମ ଅନ୍‌ଲାଇନ ସେଲ ଆସନ୍ତା ମେ ୧୮ ତାରିଖରେ ଫ୍ଲିପକାର୍ଟ.କମ ଓ ରିୟଲମି.କମରେ ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହୋଇଯିବ, ଯେବେକି ବଛା ବଛା ରାଜ୍ୟଗୁଡ଼ିକର ଅଫଲାଇନ ଷ୍ଟୋରଗୁଡ଼ିକରେ ମଧ୍ୟ ଏହା ଉପଲବ୍ଧ ହୋଇଯିବ ।
ସେହିଭଳି ରିୟଲମି ନାର୍‌ଜୋ ୧୦ଏ, ୧୨ ଏନଏମ ଅକ୍ଟା-କୋର ମିଡିଆ ଟେକ ହେଇଲୋ ଜି୭୦ ଦ୍ୱାରା ସମୃଦ୍ଧ, ଯାହାକି ଏହି ମୂଲ୍ୟରେ ସବୁଠାରୁ ଶକ୍ତିଶାଳୀ ଚିପ୍‌ସେଟ ଅଟେ । ଏହା ୫୦୦୦ ମେଗାହର୍ଜ ବ୍ୟାଟେରୀ, ୧୨ଏମପି+୨ଏମପି+୨ଏମପି ତିନୋଟି କ୍ୟାମେରା ସେଟଅପ ସହିତ ବ୍ୟବସ୍ଥିତ ହୋଇ ଆସିଛି । ସୋ ହ୍ୱାଇଟ ଓ ସୋ ବ୍ଲୁ ରଙ୍ଗରେ ଉପଲବ୍ଧ ହେଉଥିବା ଏହି ଟ୍ରିପଲ କ୍ୟାମେରା ସ୍ମାର୍ଟଫୋନ, ୩ଜିବି+୩୨ ଜିବି ଭାରିଆଂଟ ସହିତ ମାତ୍ର ୮୪୯୯ଟଙ୍କାରେ ଉପଲବ୍ଧ ହେବ । ଏହାର ସେଲ ଆସନ୍ତା ୧୨ ତାରିଖ ମଧ୍ୟାହ୍ନ ୧୨ଟାରୁ ରିୟଲମି.କମ ଏବଂ ଫ୍ଲିପକାର୍ଟ.କମରେ ଉପଲବ୍ଧ ହେବ ଯେବେକି, ଆସନ୍ତା ମେ ୧୮ ଠାରୁ ବଛା ବଛା ଅଫଲାଇନ ରିଟେଲ ଷ୍ଟୋରଗୁଡ଼ିକରେ ମଧ୍ୟ ଉପଲବ୍ଧ ହେବ ।
ଏହି ନୂତନ ସିରିଜଗୁଡ଼ିକର ବଭିଷ୍ୟତ ଯୋଜନାଗୁଡ଼ିକର ବର୍ଣ୍ଣନା କରିବା ପରିପ୍ରେକ୍ଷୀରେ ରିୟଲମି ଇଣ୍ଡିଆର ସିଇଓ ଶ୍ରୀ ମାଧବ ସେଠ କହିଛନ୍ତି ଯେ, “ ଭାରତୀୟ ଗ୍ରାହକଙ୍କ ପାଇଁ ବିଶ୍ୱର ପ୍ରଥମ ୬୪ ଏମପି କ୍ୟାମେରା ଫୋନ, ଭାରତର ପ୍ରଥମ ୫ଜି ସ୍ମାର୍ଟଫୋନ ଏବଂ କେତେକ ଦ୍ରୁତ ଚାର୍ଜିଙ୍ଗ ଟେକ୍ନୋଲୋଜି ଭଳି ନୂତନ ପ୍ରଯୁକ୍ତି ନେଇଆଣି ବର୍ତମାନ ରିୟଲମି ଏକ ଟ୍ରେଣ୍ଡ ସେଟରରେ ପରିଣତ ହୋଇଛି । ଆମର ଏହି ନାରଜୋ ସିରିଜ ଗେମିଙ୍ଗକୁ ଭଲପାଉଥିବା ଗ୍ରାହକ ଏବଂ ଉନ୍ନତ ପ୍ରଦର୍ଶନର ସନ୍ଧାନକାରୀମାନଙ୍କର ଆବଶ୍ୟକତାକୁ ପୂରଣ କରିବାର ଏକ ପ୍ରୟାସ ।”

Share

Leave a Reply

Your email address will not be published. Required fields are marked *

4 × one =