ପପୁଲାର ଭେଇକିଲ୍‌ସ ଆଣ୍ଡ୍ ସର୍ଭିସେସ୍ ଇନିସିଆଲ ପବ୍ଲିକ୍ ଅଫର ୨୦୨୪ମାର୍ଚ୍ଚ ୧୨ରେ ଖୋଲିବ

ଭୁବନେଶ୍ୱର: ପପୁଲାର ଭେଇକିଲ୍‌ସ ଆଣ୍ଡ୍ ସର୍ଭିସେସ୍ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୪ ମାର୍ଚ୍ଚ ୧୧ରେ ଖୋଲିବ । କମ୍ପାନି ଏହି ଅଫର ଜରିଆରେ ୨୫୦ କୋଟି ଟଙ୍କାର ଇକ୍ୱିଟି ସେୟାର ଜାରି କରିବ ଏବଂ ଅଫର ଫର ସେଲ୍‌ରେ ୧୧,୯୧୭,୦୭୫ ଇକ୍ୱିଟି ସେୟାର ବିକ୍ରି କରିବ ।
ଏହି ଅଫରରେ ଇକ୍ୱିଟି ସେୟାର ପିଛା ମୂଲ୍ୟ ୨୮୦ ଟଙ୍କାରୁ ୨୯୫ ଟଙ୍କା ମଧ୍ୟରେ ରହିବ । ସର୍ବନିମ୍ନ ୫୦ ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିହେବ ଏବଂ ଏହାପରେ ୫୦ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବ ।
ଆଙ୍କର ନିବେଶକମାନଙ୍କ ଲାଗି କମ୍ପାନିର ବିଡ୍‌/ଅଫର ୨୦୨୪ ମାର୍ଚ୍ଚ ୧୧ରେ ଖୋଲିବ । ସବ୍‌ସ୍କ୍ରିପ୍‌ସନ୍ ଲାଗି ଏହି ଅଫର ୨୦୨୪ ମାର୍ଚ୍ଚ ୧୨, ମଙ୍ଗଳବାର ଖୋଲିବ ଏବଂ ୨୦୨୪ ମାର୍ଚ୍ଚ ୧୪, ଗୁରୁବାର ବନ୍ଦ ହେବ ।
ଯୋଗ୍ୟ କର୍ମଚାରୀଙ୍କୁ ବିଡିଂ ସମୟରେ ଇକ୍ୱିଟି ସେୟାର ପିଛା ୨୮ ଟଙ୍କାର ରିହାତି ପ୍ରଦାନ କରାଯିବ ।
ଏହି ଅଫରରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି ନିଜର ଏବଂ ସହାୟକ କମ୍ପାନି ଯଥା ପିଏଡବ୍ଲୁଏଲ୍‌, ପିଏମଏମଆଇଏଲ, କେଜିପିଏଲ୍‌, କେସିପିଏଲ୍ ଓ ପିଏମପିଏଲ୍‌ର ୧୯୨ କୋଟି ଟଙ୍କାର ଋଣକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ପରିଶୋଧ କରିବ ଏବଂ ବଳକା ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ ।
ଅଫର ଫର୍ ସେଲ୍‌ରେ ବନ୍ୟାନ୍ ଟ୍ରି ଗ୍ରୋଥ୍ କ୍ୟାପିଟାଲ୍ ୨ ଏଲ୍‌ଏଲ୍‌ସି ପକ୍ଷରୁ ୧୧,୯୧୭,୦୭୫ ଇକ୍ୱିଟି ସେୟାର ବିକ୍ରି କରାଯିବ ।
ଏହି ଅଫରର ପାଇଁ ଷ୍ଟକ ବଜାର ହେଉଛି ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ନୁଭାମା ୱେଲ୍‌ଥ ମ୍ୟାନେଜମେଂଟ୍ ଲିମିଟେଡ୍ ଓ ସେଂଟ୍ରମ୍ କ୍ୟାପିଟାଲ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

three × 3 =