Business

ଓଡ଼ିଶା ଡିସକମ ଗୁଡିକ ପକ୍ଷରୁ ‘ଟ୍ରେନିଂ ଅନ୍ ହୁଇଲ୍ସ’ କାର୍ଯ୍ୟକ୍ରମ: ୧.୫ ଲକ୍ଷ ବର୍ଗ କିଲୋମିଟର ବିତରଣ ଅଞ୍ଚଳରେ ହଜାର ହଜାର ଫିଲ୍ଡ ଷ୍ଟାଫଙ୍କୁ ପ୍ରଶିକ୍ଷଣ ଦେବାର ଏକ ଅଭିନବ ଉପାୟ

ଭୁବନେଶ୍ୱର, ଓଡ଼ିଶା | ୬ ଜୁଲାଇ ୨୦୨୬: ଓଡ଼ିଶାର ହଜାର ହଜାର ବିଦ୍ୟୁତ କର୍ମଚାରୀଙ୍କ ପାଇଁ ପାରମ୍ପରିକ ଭାବେ ଆନୁଷ୍ଠାନିକ ସୁରକ୍ଷା ପ୍ରଶିକ୍ଷଣ ପାଇବା ଅର୍ଥ ଥିଲା ଦୂରଦୂରାନ୍ତର କାର୍ଯ୍ୟକ୍ଷେତ୍ରରୁ ଦୀର୍ଘ ବାଟ ଯାତ୍ରା କରିବା, ଯାହା ପ୍ରାୟତଃ ସେମାନଙ୍କର ନିୟମିତ ଦକ୍ଷତା ବିକାଶରେ ବାଧା ସୃଷ୍ଟି କରୁଥିଲା। ଟାଟା ପାୱାର ନେତୃତ୍ଵାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକ ‘ଟ୍ରେନିଂ ଅନ୍ ହୁଇଲ୍ସ’ ମାଧ୍ୟମରେ ଏହି ସ୍ଥିତିରେ ପରିବର୍ତ୍ତନ ଆଣୁଛନ୍ତି। ଏହା ହେଉଛି ଏକ ପ୍ରକାର ପ୍ରଥମ ମୋବାଇଲ୍ ଲର୍ଣ୍ଣିଂ ଅଭିଯାନ, ଯାହା ସିଧାସଳଖ କାର୍ଯ୍ୟକ୍ଷେତ୍ରରେ ଉନ୍ନତ ସୁରକ୍ଷା ଏବଂ ବୈଷୟିକ ପ୍ରଶିକ୍ଷଣ ଯୋଗାଇ ଦେଉଛି। ଏହି ପଦକ୍ଷେପ ଯୋଗୁଁ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ କେନ୍ଦ୍ରକୁ ଆସିବାକୁ ପଡ଼ୁନାହିଁ; ବରଂ ସିଧାସଳଖ ସେମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇପାରୁଛି ।

ଗତ ଛଅ ମାସ ମଧ୍ୟରେ, ଏହି ମୋବାଇଲ୍ ପ୍ରଶିକ୍ଷଣ ଭ୍ୟାନ୍‌ଗୁଡ଼ିକ ଚାରୋଟି ଓଡ଼ିଶା ଡିସକମ୍ ଯଥା ଟିପିଏନ୍‌ଓଡିଏଲ୍, ଟିପିସିଓଡିଏଲ୍, ଟିପିଏସ୍‌ଓଡିଏଲ୍ ଏବଂ ଟିପିଡବ୍ଲୁଓଡିଏଲ୍ ର ୯୦୦ ରୁ ଅଧିକ ଅଞ୍ଚଳରେ ପହଞ୍ଚିଛନ୍ତି। ଏହା ପ୍ରାଇମେରୀ ସବ୍‌ଷ୍ଟେସନ ଏବଂ ଫ୍ୟୁଜ୍ କଲ୍ କ୍ୟାମ୍ପରେ ନିୟୋଜିତ ପ୍ରାୟ ୭,୦୦୦ ଫ୍ରଣ୍ଟଲାଇନ ବିଜନେସ୍ ଆସୋସିଏଟ୍ କର୍ମଚାରୀଙ୍କୁ ଏକ ବ୍ୟବସ୍ଥିତ ଶିକ୍ଷା ପ୍ରଦାନ କରିଛି, ଯାହା ମଧ୍ୟରୁ ଅନେକ ରାଜ୍ୟର ଅତି ଦୁର୍ଗମ ଅଞ୍ଚଳରେ ଅବସ୍ଥିତ।

ଟାଟା ପାୱାର ନେତୃତ୍ଵାଧୀନ ଓଡ଼ିଶା ଡିସକମ୍ ଗୁଡିକ ଅନୁଯାୟୀ, ଭାରତରେ ବିଦ୍ୟୁତ ବିତରଣ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଏହା ପ୍ରଥମ ମୋବାଇଲ୍, ଏଆର/ଭିଆର ଆଧାରିତ ଶିକ୍ଷା ମଡେଲ୍ ଅଟେ। ‘ଟ୍ରେନିଂ ଅନ୍ ହୁଇଲ୍ସ’ ଏହି କ୍ଷେତ୍ରରେ ଦୀର୍ଘ ଦିନରୁ ରହିଆସିଥିବା ଏକ ଆହ୍ୱାନର ସମାଧାନ କରୁଛି: ଅର୍ଥାତ୍ କଠିନ ପରିସ୍ଥିତିରେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ କିପରି ଏକସମାନ ଏବଂ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ସୁରକ୍ଷା ପ୍ରଶିକ୍ଷଣ ଦିଆଯାଇପାରିବ।

କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ କେନ୍ଦ୍ରକୁ ଯିବା ପରିବର୍ତ୍ତେ, ଏହି କାର୍ଯ୍ୟକ୍ରମ ସେମାନଙ୍କ କାର୍ଯ୍ୟକ୍ଷେତ୍ରରେ ସିଧାସଳଖ ଏକ ସୁବ୍ୟବସ୍ଥିତ ଶିକ୍ଷା ପ୍ରଦାନ କରୁଛି। ଏହା ନିଶ୍ଚିତ କରୁଛି କିଭଳି ପ୍ରଶିକ୍ଷଣ ସହଜଲଭ୍ୟ, ପ୍ରାସଙ୍ଗିକ ଏବଂ ପ୍ରକୃତ କାର୍ଯ୍ୟକ୍ଷେତ୍ରର ପରିସ୍ଥିତି ସହିତ ସମାନ ହେଇପାରିବ।

ଟାଟା ପାୱାରର ଚିଫ୍- ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ବିଜନେସ୍ ଏବଂ ଟିପିସିଓଡିଏଲ୍ ର ସିଇଓ ଗଜାନନ କାଲେ କହିଛନ୍ତି ଯେ, “ସୁରକ୍ଷା ହେଉଛି ଆମର ପ୍ରତ୍ୟେକ କାର୍ଯ୍ୟର ଭିତ୍ତିଭୂମି। ‘ଟ୍ରେନିଂ ଅନ୍ ହୁଇଲ୍ସ’ ଦର୍ଶାଉଛି ଯେ କିପରି ଅଭିନବ ଚିନ୍ତାଧାରା ମାଧ୍ୟମରେ ଆମର ଫ୍ରଣ୍ଟ ଲାଇନ ଟିମ ଗୁଡ଼ିକୁ, ସେମାନେ ଯେଉଁଠାରେ କାମ କରୁଥିଲେ ମଧ୍ୟ, ସିଧାସଳଖ ଏଆର/ଭିଆର – ଆଧାରିତ ଶିକ୍ଷା ପ୍ରଦାନ କରି ଦୀର୍ଘ ଦିନର ଆହ୍ୱାନକୁ ସମାଧାନ କରାଯାଇପାରିବ। ବାସ୍ତବ ପରିସ୍ଥିତିର ଅନୁଭୂତି ମାଧ୍ୟମରେ, ଏହି କାର୍ଯ୍ୟକ୍ରମ ଆମର ଲାଇନମ୍ୟାନ ଏବଂ ସହାୟକମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ସାମ୍ନା କରିବାକୁ ଥିବା ସମ୍ଭାବ୍ୟ ସ୍ଥିତି ପାଇଁ ପ୍ରସ୍ତୁତ କରେ, ଯାହାଦ୍ୱାରା ସେମାନେ ପ୍ରକୃତ ସ୍ଥାନରେ କାମ କରିବା ପୂର୍ବରୁ ସୁରକ୍ଷିତ ପଦକ୍ଷେପ ନେବା ଏବଂ ସଠିକ୍ ନିଷ୍ପତ୍ତି ନେବା ଅଭ୍ୟାସ କରିପାରିବେ। ଏହା କେବଳ ବୈଷୟିକ ଦକ୍ଷତା ବୃଦ୍ଧି କରିବା ନୁହେଁ – ଏହା ଜୀବନ ରକ୍ଷା କରିବା, ସୁରକ୍ଷା ସଂସ୍କୃତିକୁ ମଜବୁତ କରିବା ଏବଂ ଆମେ ସେବା ଯୋଗାଉଥିବା ସମୁଦାୟ ପାଇଁ ବିଦ୍ୟୁତ ସେବାର ବିଶ୍ୱସନୀୟତାକୁ ସୁଧାରିବା ବିଷୟ ଅଟେ। ଆମର ବିଶ୍ୱାସ ଯେ ‘ଟ୍ରେନିଂ ଅନ୍ ହୁଇଲ୍ସ’ ଏକ ବଡ଼ ମଡେଲ୍ ହେବାର କ୍ଷମତା ରଖିଛି, ଯାହାକୁ ସାରା ଦେଶର ବିଦ୍ୟୁତ କମ୍ପାନୀଗୁଡ଼ିକ ଏକ ସୁରକ୍ଷିତ, ଅଧିକ ଦକ୍ଷ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଫ୍ରଣ୍ଟ ଲାଇନ କର୍ମଚାରୀ ଦଳ ଗଠନ କରିବା ପାଇଁ ଗ୍ରହଣ କରିପାରିବେ।”

‘ଟ୍ରେନିଂ ଅନ୍ ହୁଇଲ୍ସ’ ପାଇଁ ସ୍ୱତନ୍ତ୍ର ଭାବେ କେତେକ ମୋବାଇଲ୍ ଭ୍ୟାନ୍ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଏଲଇଡି ସ୍କ୍ରିନ୍, ପୋର୍ଟେବଲ୍ ଆସନ ଏବଂ ଏଆର/ଭିଆର ଭଳି ଆଧୁନିକ ପ୍ରଶିକ୍ଷଣ ଉପକରଣ ରହିଛି। ଏହି ଭ୍ୟାନ୍‌ଗୁଡ଼ିକ ସିଧାସଳଖ ପ୍ରାଇମେରୀ ସବ୍‌ଷ୍ଟେସନ ଓ ଫ୍ୟୁଜ୍ କଲ୍ କ୍ୟାମ୍ପଗୁଡ଼ିକୁ ଯାଇଥାନ୍ତି। ସେଠାରେ ଫ୍ରଣ୍ଟ ଲାଇନ କର୍ମଚାରୀଙ୍କ ଛୋଟ ଛୋଟ ଗ୍ରୁପ୍‌କୁ ମାତ୍ର ଏକରୁ ଦୁଇ ଘଣ୍ଟାର ସ୍ୱଳ୍ପକାଳୀନ କୋର୍ସ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ଦିଆଯାଏ।

ଏହି ମଡେଲ୍‌ଟିକୁ ଏପରି ଭାବେ ତିଆରି କରାଯାଇଛି, ଯେପରି କାମରେ କୌଣସି ବାଧା ନଉପୁଜି ଅଧିକରୁ ଅଧିକ କର୍ମଚାରୀଙ୍କ ପାଖରେ ପହଞ୍ଚି ହେବ। ଗୋଟିଏ ମୋବାଇଲ୍ ଭ୍ୟାନ୍ ଦିନକରେ ପାଖାପାଖି ଅନେକ ସ୍ଥାନକୁ ଯାଇପାରୁଛି, ଯାହାଦ୍ୱାରା କର୍ମଚାରୀମାନେ ସେମାନଙ୍କ ଡ୍ୟୁଟି ସମୟ ମଧ୍ୟରେ ହିଁ ବାରମ୍ବାର ଛୋଟ ଛୋଟ ଗ୍ରୁପ୍‌ରେ ଏହି ପ୍ରଶିକ୍ଷଣ ନେଇପାରୁଛନ୍ତି। ଏହି ଅଧିବେଶନଗୁଡ଼ିକରେ ଅଡିଓ-ଭିଜୁଆଲ୍ ମାଧ୍ୟମ, ପ୍ରଦର୍ଶନ ଏବଂ ଅତ୍ୟାଧୁନିକ ଏଆର/ଭିଆର ସିମୁଲେସନ୍‌ର ବ୍ୟବହାର କରାଯାଉଛି। ଏହା ପ୍ରକୃତ କାର୍ଯ୍ୟକ୍ଷେତ୍ର ଭଳି ପରିବେଶ ସୃଷ୍ଟି କରେ, ଯାହାଦ୍ୱାରା କର୍ମଚାରୀମାନେ ଏକ ସୁରକ୍ଷିତ ପରିବେଶରେ ବିପଦର ସାମ୍ନା କରିବାର ଅଭ୍ୟାସ କରିପାରୁଛନ୍ତି।

ସିଧାସଳଖ କାର୍ଯ୍ୟକ୍ଷେତ୍ରରେ ପ୍ରଶିକ୍ଷଣ ଦେବା ଫଳରେ, ବିଶେଷ କରି ଅଭିଜ୍ଞତା ଉପରେ ନିର୍ଭର କରୁଥିବା ଲାଇନମ୍ୟାନ ଏବଂ ସହାୟକମାନେ ଉପକୃତ ହେଉଛନ୍ତି। ଏହାଦ୍ୱାରା ସେମାନଙ୍କର ଜରୁରୀ କାମ ଅଟକୁନାହିଁ ଏବଂ ସେମାନେ ଏକ ବ୍ୟବସ୍ଥିତ ତଥା ସୁରକ୍ଷିତ ପ୍ରଶିକ୍ଷଣ ପାଇପାରୁଛନ୍ତି।

ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାର ଗତ ଛଅ ମାସ ମଧ୍ୟରେ, ରାଜ୍ୟର ୯୦୦ ରୁ ଅଧିକ ସ୍ଥାନରେ ପ୍ରାୟ ୭,୦୦୦ କର୍ମଚାରୀଙ୍କୁ ପ୍ରଶିକ୍ଷିତ ଓ ଦକ୍ଷ କରାଯାଇଛି। ଏହା ଏହି ଅଭିଯାନର ବ୍ୟାପକତା, ସ୍ଥିରତା ଏବଂ ଗ୍ରାଉଣ୍ଡ ଲେଭଲ୍‌ରେ ଥିବା ବଡ଼ ପ୍ରଭାବକୁ ପ୍ରମାଣିତ କରୁଛି।

ଦକ୍ଷତା ବୃଦ୍ଧି ବ୍ୟତୀତ, ଏହି କାର୍ଯ୍ୟକ୍ରମ ଓଡ଼ିଶାର ବିଦ୍ୟୁତ ବିତରଣ ନେଟୱାର୍କରେ ସୁରକ୍ଷା ଏବଂ ସ୍ଥିରତାର ସଂସ୍କୃତିକୁ ମଜବୁତ କରିବାରେ ସାହାଯ୍ୟ କରୁଛି। ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର କୁ ଦୋହରାଇ ଏବଂ ‘ଫାଷ୍ଟ ଟାଇମ୍ ରାଇଟ୍’ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରି, ‘ଟ୍ରେନିଂ ଅନ୍ ହୁଇଲ୍ସ’ ର ଲକ୍ଷ୍ୟ ହେଉଛି ପରିଚାଳନା କ୍ଷେତ୍ରର ବିପଦକୁ ହ୍ରାସ କରିବା, କ୍ଷେତ୍ର ସ୍ତରର ପ୍ରସ୍ତୁତିରେ ସୁଧାର ଆଣିବା ଏବଂ ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ବିଦ୍ୟୁତ ଯୋଗାଣର ବିଶ୍ୱସନୀୟତା ବୃଦ୍ଧି କରିବା।

ଟାଟା ପାୱାର (ଟ୍ରାନ୍ସମିସନ ଏବଂ ଡିଷ୍ଟ୍ରିବ୍ୟୁସନ) ର ଚିଫ୍ ବିଜନେସ୍ ଏଚଆର (HR) ଡକ୍ଟର ରଣବୀର ଚକ୍ରବର୍ତ୍ତୀ କହିଛନ୍ତି ଯେ, “ଏହି କାର୍ଯ୍ୟକ୍ରମ ଆମର ଫ୍ରଣ୍ଟ ଲାଇନ କର୍ମଚାରୀଙ୍କ ଦକ୍ଷତା ବଢ଼ାଇବା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିଛି। କର୍ମଚାରୀମାନେ ପ୍ରଶିକ୍ଷଣ କେନ୍ଦ୍ରକୁ ଆସିବା ପରିବର୍ତ୍ତେ, ପ୍ରଶିକ୍ଷଣ ହିଁ ସେମାନଙ୍କ କାର୍ଯ୍ୟକ୍ଷେତ୍ରରେ ପହଞ୍ଚୁଛି। ଏହାଦ୍ୱାରା ସୁରକ୍ଷା କେବଳ କେବେ କେମିତି କରାଯାଉଥିବା ଅଭ୍ୟାସ ନହୋଇ, ସେମାନଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଯିବ। ଏଆର/ଭିଆର ମାଧ୍ୟମରେ ପ୍ରକୃତ ପରିସ୍ଥିତିର ଅନୁଭବ କର୍ମଚାରୀଙ୍କ ପ୍ରସ୍ତୁତିକୁ ଆହୁରି ମଜବୁତ କରୁଛି ଏବଂ ପ୍ରଶିକ୍ଷଣ ଓ ବାସ୍ତବତା ମଧ୍ୟରେ ଥିବା ଦୂରତାକୁ କମାଉଛି, ଯାହା ଆମ କର୍ମଚାରୀଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହିତ ଓ ସେମାନଙ୍କୁ ଯେକୌଣସି ପରିଚାଳନାଗତ ଆହ୍ୱାନ ପାଇଁ ପ୍ରସ୍ତୁତ କରୁଛି।”

ପ୍ରଶିକ୍ଷଣ ପାଇଁ କର୍ମଚାରୀଙ୍କୁ ଅପେକ୍ଷା ନକରି, ପ୍ରଶିକ୍ଷଣକୁ ଶେଷ ସୀମାରେ ଥିବା କର୍ମଚାରୀଙ୍କ ପାଖକୁ ନେଇ ଓଡ଼ିଶା ଡିସକମ୍ ଗୁଡିକ ବିଦ୍ୟୁତ ବିତରଣ କ୍ଷେତ୍ରରେ ଏକ ବଡ଼ ଓ ସଫଳ ଉଦାହରଣ ସୃଷ୍ଟି କରିଛନ୍ତି। ସାରା ଦେଶରେ ସୁରକ୍ଷା, ବିଶ୍ୱସନୀୟତା ଏବଂ କର୍ମଚାରୀଙ୍କ ପ୍ରସ୍ତୁତିକୁ ବଢ଼ାଇବା ପାଇଁ ଅନ୍ୟ ବିଦ୍ୟୁତ କମ୍ପାନୀଗୁଡ଼ିକ ମଧ୍ୟ ଏହି ମଡେଲ୍‌କୁ ଗ୍ରହଣ କରିପାରିବେ।

ସୂଚନାଯୋଗ୍ୟ ଯେ, ଟାଟା ପାୱାର ନେତୃତ୍ଵାଧୀନ ଓଡ଼ିଶା ଡିସକମ୍ ଗୁଡିକ ପ୍ରାୟ ୧,୫୪,୦୦୦ ବର୍ଗ କିଲୋମିଟର ଅଞ୍ଚଳରେ ୧ କୋଟିରୁ ଅଧିକ ଉପଭୋକ୍ତାଙ୍କୁ ସେବା ଯୋଗାଉଛନ୍ତି। ଏହି ବ୍ୟାପକ ସେବା ସର୍କଲ୍, ଡିଭିଜନ୍, ସବ୍‌ଡିଭିଜନ୍, ସେକ୍ସନ ଅଫିସ୍, ପ୍ରାଇମେରୀ ସବ୍‌ଷ୍ଟେସନ ଏବଂ ଫ୍ୟୁଜ୍ କଲ୍ କ୍ୟାମ୍ପ ଭଳି ୩,୬୦୦ ରୁ ଅଧିକ ପରିଚାଳନା କେନ୍ଦ୍ରର ଏକ ବଡ଼ ନେଟୱାର୍କ ମାଧ୍ୟମରେ ପରିଚାଳିତ ହେଉଛି।

Share

Leave a Reply

Your email address will not be published. Required fields are marked *

1 × 5 =