କଲ୍ୟାଣ ଜୁଏଲର୍ସ ପକ୍ଷରୁ ଯାଜପୁର ରୋଡ୍‌ର ଅର୍ଜୁନ କମ୍ପେ୍ଲକ୍ସରେ ନୂଆ ସୋ’ରୁମ୍ ସହ ଯାଜପୁରରେ ପ୍ରବେଶ

୨୦୨୩ ଅକ୍ଟୋବର ୧୬ରେ ବଲିଉଡ୍ ତାରକା ସୋନାକ୍ଷୀ ସିହ୍ନା ସୋ’ରୁମ୍‌କୁ ଉଦ୍‌ଘାଟନ କରିବେ
 ଓଡ଼ିଶାରେ ସୋ’ରମ୍ ସଂଖ୍ୟା ୬କୁ ବୃଦ୍ଧି
ଭୁବନେଶ୍ୱର: ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଓ ଅଗ୍ରଣୀ ଗହଣା ବ୍ରାଣ୍ଡ୍ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଯାଜପୁର ଜିଲ୍ଲାର ଯାଜପୁର ରୋଡ୍‌ର ଅର୍ଜୁନ କମ୍ପେ୍ଲକ୍ସରେ ନୂଆ ସୋ’ରୁମ୍ ଶୁଭାରମ୍ଭ ସହିତ ଓଡ଼ିଶାରେ ନିଜ ଉପସ୍ଥିତିର ସମ୍ପ୍ରସାରଣ ବିଷୟରେ ଘୋଷଣା କରାଯାଇଛି । ବଲିଉଡ୍ ତାରକା ସୋନାକ୍ଷୀ ସିହ୍ନା ଏହି ସମ୍ପୂର୍ଣ୍ଣ ନୂଆ ସୋ’ରୁମ୍‌କୁ ୧୬ ଅକ୍ଟୋବର ୨୦୨୩ (ସୋମବାର) ଉଦ୍‌ଘାଟନ କରିବେ । ଏହା ହେଉଛି ଓଡ଼ିଶାରେ କଂପାନିର ଷଷ୍ଠ ସୋ’ରୁମ୍ । ବର୍ତମାନ ଏହି ଗହଣା ବ୍ରାଣ୍ଡ୍‌ର ଉପସ୍ଥିତି ଭୁବନେଶ୍ୱର, ରାଉରକେଲା ଓ ବ୍ରହ୍ମପୁର ଭଳି ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ରହିଛି ।
ନୂଆ ସୋ’ରୁମ୍ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀ ରମେଶ କଲ୍ୟାଣରମଣ କହିଛନ୍ତି ଯେ, “ଯାଜପୁରରେ ପ୍ରବେଶ କରିବା ବିଷୟରେ ଘୋଷଣା କରି ଆମେ ଅତ୍ୟନ୍ତ ଉଲ୍ଲସିତ ଯାହା କଲ୍ୟାଣ ଜୁଏଲର୍ସ ପାଇଁ ବିପୁଳ ଅଭିବୃଦ୍ଧି ସୁଯୋଗ ପ୍ରଦାନ କରୁଛି । ବ୍ରାଣ୍ଡ୍‌କୁ ଲୋକମାନଙ୍କ ପାଖରେ ପହଂଚାଇବା ଲାଗି ଆମେ ନିରନ୍ତର ଭାବେ କାର୍ଯ୍ୟ କରୁଥିବା ବେଳେ ଏହି ନୂଆ ସୋ’ରୁମ୍ ଦ୍ୱାରା ଆମ ପୃଷ୍ଠପୋଷକ ଓ ଯାଜପୁରର ଗ୍ରାହକମାନେ ଉପକୃତ ହେବେ । ଏହି ଅଂଚଳରେ ରହିଥିବା ଆମର ଦୃଢ଼ ମୁଳଦୁଆକୁ ନେଇ ଆମେ ଆମର ଅଭିବୃଦ୍ଧି ଧାରା ସୁଦୃଢ଼ କରିବାକୁ ଆଶା ରଖିଛୁ । ବଜାର ଉପସ୍ଥିତିକୁ ବଢ଼ାଇବା ଏବଂ ଆମ ଅଭିବୃଦ୍ଧି ଧାରାକୁ ଆହୁରି ସୁଦୃଢ଼ କରିବାର ପ୍ରତିବଦ୍ଧତାକୁ ଏହି ନୂଆ ନିବେଶ ପ୍ରତିଫଳିତ କରୁଛି ।’’
ଓଡ଼ିଶାରେ ଖୁଚୁରା ଉପସ୍ଥିତି ଓ ପରିଚାଳନାର ସମ୍ପ୍ରସାରଣ କରିବା ଲାଗି ରହିଥିବା କଂପାନିର ରଣନୀତି ଅନୁସାରେ ଯାଜପୁରରେ ନୂଆ ସୋ’ରୁମ୍‌ର ଶୁଭାରମ୍ଭ କରାଯାଇଛି । କଲ୍ୟାଣ ଜୁଏଲର୍ସର ଗହଣା ସମ୍ଭାରରେ ଥିବା ବ୍ୟାପକ ଡିଜାଇନର ଗହଣାଗୁଡ଼ିକୁ ଏକ ବିଶ୍ୱସ୍ତରୀୟ ପରିବେଶରେ ଉପସ୍ଥାପନ କରାଯିବ । ଏହି ନୂତନ ସୋ’ରୁମ୍‌ର ଶୁଭାରମ୍ଭ ଉତ୍ସବକୁ ପାଳନ କରିବା ଲାଗି ସର୍ବନିମ୍ନ ୧ ଲକ୍ଷ ଟଙ୍କାର ସପିଙ୍ଗ ଉପରେ ଗ୍ରାହକଙ୍କୁ କିଣା ମୂଲ୍ୟରଅଧା ଦାମ୍‌ରେ ୦% ପ୍ରତିଶତ ଗଢ଼ା ମୂଲ୍ୟ ଅଫର ପ୍ରଦାନ କରାଯାଉଛି । କଂପାନିର ସମସ୍ତ ସୋ’ରୁମ୍‌ରେ ସମାନ ଥିବା “କଲ୍ୟାଣ ସ୍ପେସିଆଲ ଗୋଲ୍ଡ ବୋର୍ଡ ରେଟ୍‌’ ଯାହା ବଜାରରେ ସର୍ବନିମ୍ନ ତାହା ଲାଗୁ ହେବ । ଏହି ଅଫର ସୀମିତ ସମୟ ପାଇଁ ବୈଧ ରହିବ ।
କଲ୍ୟାଣ ଜୁଏଲର୍ସରେ ବିକ୍ରି କରାଯାଉଥିବା ଗହଣାଗୁଡ଼ିକ ବିଆଇଏସ ହଲମାର୍କର ଏବଂ ଏକାଧିକ ଶୁଦ୍ଧତା ପରୀକ୍ଷା ଦେଇ ଗତି କରେ । ଗ୍ରାହକମାେ କଲ୍ୟାଣ ଜୁଏଲର୍ସର ୪-ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍ ପାଇବେ ଯାହା ଶୁଦ୍ଧତା, ଗହଣାର ଜୀବନବ୍ୟାପୀ ମରାମତି, ସମ୍ପୂର୍ଣ୍ଣ ଉତ୍ପାଦ ବିବରଣୀ ଏବଂ ଏକ୍ସଚେଂଜ୍ ଓ ବାଏ ବ୍ୟାକ୍ ନୀତିରେ ସ୍ୱଚ୍ଛତା ଆଦିର ଗ୍ୟାରେଂଟି ପ୍ରଦାନ କରୁଛି । ବିଶ୍ୱାସନୀୟ ଗ୍ରାହକମାନଙ୍କୁ ଶ୍ରେଷ୍ଠ ପ୍ରଦାନ କରିବା ଲାଗି ବ୍ରାଣ୍ଡ୍‌ର ରହିଥିବା ପ୍ରତିବଦ୍ଧତାର ଅଂଶ ହେଉଛି ଏହି ସାର୍ଟିଫିକେଟ୍ ।
ଏହି ନୂଆ ସୋ’ରୁମ୍‌ରେ କଲ୍ୟାଣ ଜୁଏଲର୍ସର ସାରା ଭାରତରୁ ପ୍ରସ୍ତୁତ କରାଯାଇଥିବା ବ୍ରାଇଡାଲ୍ ଗହଣା ମୁହୁରତର ଷ୍ଟକ୍ ରହିବ । ଏଥି ସହିତ ଏଥିରେ କଲ୍ୟାଣର ଲୋକପ୍ରିୟ ବ୍ରାଣ୍ଡ୍ ତେଜସ୍ୱୀ (ପୋଲକି ଗହଣା), ମୁନ୍ଧ୍ରା (ହାତତିଆରି ଆଂଟିକ୍ ଗହଣା), ନିମାହ (ମନ୍ଦିର ଗହଣା), ଗ୍ଲୋ (ଡ୍ୟାନ୍‌ସିଂ ହୀରା), ଜିଆ (ସୋଲିଟାୟାର ଭଳି ହୀରା ଗହଣା), ଅନୋଖି (ଅନକଟ ହୀରା), ଅପୂର୍ବା (ସ୍ୱତନ୍ତ୍ର ଅବସର ପାଇଁ ହୀରା), ମୁହୁରତ (ବିବାହ ଗହଣା), ରଙ୍ଗ (ପ୍ରିସିଅସ୍ ଷ୍ଟୋନ୍ ଗହଣା) ଏବଂ ନିକଟରେ ଉନ୍ମୋଚନ ହୋଇଥିବା ଲିଲା (ହୀରା ଓ ସେମି-ପ୍ରିସିଅସ୍ ଷ୍ଟୋନ ଗହଣା) ଆଦି ରହିବ ।
ବ୍ରାଣ୍ଡ୍‌, କଲେକ୍ସନ ଓ ଅଫର ବିଷୟରେ ଅଧିକ ସୂଚନା ଓ ବିବରଣୀ ପାଇଁ ପରିଦର୍ଶନ କରନ୍ତୁ: ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍ଗଙ୍ଗଙ୍ଗ.ଳବକ୍ଷଚ୍ଚବଦ୍ଭହରଙ୍ଗରକ୍ଷକ୍ଷରକ୍ସଗ୍ଦ.ଦ୍ଭରଗ୍ଧ/

Share

Leave a Reply

Your email address will not be published. Required fields are marked *

two × one =