ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ନବମ ପ୍ରତିଷ୍ଠା ଦିବସରେ ଇନକୁବେସନ ସେଂଟର ପାଇଁ ୨ ନିୟୁତ ଡଲାର ପାଣ୍ଠି ହାସଲ

ଉଦ୍ୟମିତା ବ୍ୟବସ୍ଥାର ପ୍ରସାର ପାଇଁ ଇଣ୍ଡିଆ ଆସେଲରେଟର ସହ ସହଯୋଗିତା ସ୍ଥାପନ
ଭୁବନେଶ୍ୱର: ଆଇଆଇଏମ୍ ସମ୍ବଲପୁର ପକ୍ଷରୁ “ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା’ ବିଷୟବସ୍ତୁ ସହ ନବମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଷ୍ଟାର୍ଟଅପ୍ ଓ ଉଦ୍ୟମିତାର ପ୍ରସାର ଲାଗି ଆଇଆଇଏମ୍ ସମ୍ବଲପୁରରେ ଇନ୍‌କୁବେସନ ସେଂଟର ପାଇଁ ଏସ୍‌କେନ୍ ଭେଂଚର୍ସ ୨ ନିୟୁତ ଡ଼ଲାର ପାଣ୍ଠି ପ୍ରଦାନ କରିବାର ପ୍ରତିବଦ୍ଧତା ପ୍ରଦାନ କରିଛି । ଆଇଆଇଏମ୍ ସମ୍ବଲପୁରରେ ଇନ୍‌କୁବେଟ୍ ଲାଗି ଉଦ୍ୟମିତା ଦକ୍ଷତା ଗଠନ ପାଇଁ ଆଇଆଇଏମ୍‌-ସମ୍ବଲପୁର ଓ ଇଣ୍ଡିଆ ଆସେଲରେଟର ସହ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି ।
ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବୋଧିତ କରିଛନ୍ତି ।
ଏକ ଭିଡିଓ ବାର୍ତାରେ ନବମ ପ୍ରତିଷ୍ଠା ଦିବସ ପାଇଁ ଆଇଆଇଏମ୍ ସମ୍ବଲପୁରକୁ ମୁଖ୍ୟ ଅତିଥି ଭାରତ ସରକାରଙ୍କ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଛନ୍ତି । ଇଣ୍ଡିଆ ଆସେଲରେଟର, ସିଡ୍‌ବି ଓ ଫ୍ଲିପ୍‌କାର୍ଟ ଭଳି ବ୍ୟବସାୟ ସହିତ ଆଇଆଇଏମ୍ ସମ୍ବଲପୁର ସ୍ଥାପନ କରିଥିବା ସହଯୋଗିତାକୁ ସେ ପ୍ରଶଂସା କରିଛନ୍ତି ଯାହା ଉଦ୍ୟମିତାକୁ ସୁଦୃଢ଼ କରିବା ଏବଂ ସ୍ଥାନୀୟ ବୁଣାକାର ଓ କାରିଗରମାନଙ୍କ ଜୀବନଜୀବିକାକୁ ସମର୍ଥନ କରିବାର ଗୁରୁତ୍ୱକୁ ପ୍ରଦର୍ଶିତ କରୁଛି । ନିଜର କାର୍ଯ୍ୟକଳାଗୁଡ଼ିକରେ ଆଇଆଇଏମ୍ ସମ୍ବଲପୁରର ତିନିଟି ସ୍ତମ୍ଭ ନବସୃଜନ, ଅନ୍ତର୍ଭୁକ୍ତୀକରଣ ଓ ଏକତାକୁ ବ୍ୟବହାର କରିବା ଲାଗି ସେ ନିଜ ପ୍ରେରଣାଦାୟୀ ବାର୍ତାରେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ ପେସାଦାର ସଫଳତା ପାଇଁ ଆଇଆଇଏମ୍ ସମ୍ବଲପୁର ପ୍ରଦାନ କରିଥିବା ଜ୍ଞାନ ଓ ଆବଶ୍ୟକ ଦକ୍ଷତାକୁ ସେ ସ୍ୱୀକୃତି ଦେଇଛନ୍ତି ଏବଂ ନିଜର ମହାନ ଉଦ୍ଦେଶ୍ୟକୁ ସର୍ବଦା ମନେ ରଖିବା, ଉତ୍କର୍ଷତା ପାଇଁ ଉଦ୍ୟମ କରିବା, ଏବଂ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶରେ ପରିଣତ କରିବା ଲାଗି ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ସେ ସେମାନଙ୍କୁ ଆହ୍ୱାନ ଦେଇଛନ୍ତି ।’’
ଆମେରିକାର ଏସ୍‌କେନ୍ ଭେଂଚର୍ସ ଆଣ୍ଡ୍ ଇଣ୍ଡସ୍ କ୍ୟାପିଟାଲ୍‌ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ଏହି ଅବସରରେ ରାମ ଶ୍ର୍ରୀରାମଙ୍କ ଭଳି ଆଗୁଆ ନିବେଶକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ବର୍ଣ୍ଣନା କରିଛନ୍ତି ଯିଏ ଥିଲେ ଗୁଗୁଲ୍‌ର ପ୍ରଥମ ନିବେଶକ ଏବଂ ଲାରି ପେଜ୍ ଓ ସର୍ଜି ବ୍ରିନ୍ କଂପାନିର ଅଣଲାଭଦାୟକ ସମୟରେ ବି ସମର୍ଥନ କରିଥିଲେ । ପାଣ୍ଠି ହାସଲ କରିବା, ଋଣ ପରିଶୋଧ ଏବଂ ନିଯୁକ୍ତି ସ୍ଥିରତା ଭଳି ନିୟମିତ ବ୍ୟବଧାନରେ ସାମ୍ନା କରିବାକୁ ପଡ଼ୁଥିବା ପ୍ରାଥମିକ ସମସ୍ୟାଗୁଡ଼ିକୁ କିଭଳି ଅତିକ୍ରମ କରିହେବ ତାହା ଉପରେ ସେ ଆଲୋକପାତ କରିଥିଲେ । ଶ୍ରୀ କୁମାର ଆଇଆଇଏମ୍ ସମ୍ବଲପୁରରେ ଇନକୁବେସନ ସେଂଟର ପାଇଁ ମୋଟ ୨ ନିୟୁତ ଡଲାର ପାଣ୍ଠି ବିଷୟରେ ଘୋଷଣା କରିଥିଲେ । ପ୍ରଫେସର ଜୈସୱାଲ ଓ ତାଙ୍କ ଟିମ୍‌କୁ ସେ ପ୍ରଶଂସା କରିଥିଲେ ଏବଂ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ମୂଖ୍ୟ ବକ୍ତା ଭାବେ ଯୋଗ ଦେଇ ଆଇ-ହବ୍ ଗୁଜରାଟର ସିଇଓ ଶ୍ରୀ ହିରଣମୟ ମହନ୍ତ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ନବସୃଜନ ଭାବର କାହାଣୀ ବର୍ଣ୍ଣନା କରିଥିଲେ । ୧୯୩୯ରେ ସ୍ଥାପନ ହେବା ବେଳେ ଆମେରିକାର ଗୃହ ବିଭାଗର ନବସୃଜନ ପାଣ୍ଠିରୁ ଷ୍ଟାଟଫୋର୍ଡ ୫୦,୦୦୦ ଡଲାର ପାଇଥିଲା, କିନ୍ତୁ ନବସୃଜନକୁ ସୁଦୃଢ଼ କରିବା ଲାଗି ସେମାନଙ୍କ ରଣନୀତି ଏକ ଶକ୍ତି ଭାବେ ପରିଚିତ ହୋଇଥିଲା । ସେହିଭଳି ସେ ବିଶ୍ୱାସ କରନ୍ତି ଯେ ଡକ୍ଟର ଜୈସୱାଲଙ୍କ ନେତୃତ୍ୱରେ ଆଇଆଇଏମ୍ ସମ୍ବଲପୁର ନବସୃଜନ ଓ ଉଦ୍ୟମିତାର ପ୍ରସାରରେ ଆଗରେ ରହିଛି । ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଭଳି ଅନୁଷ୍ଠାନର ଭବିଷ୍ୟତକୁ ପ୍ରଭାବିତ କରିବା ପାଇଁ ଚମତ୍କାର ସୁଯୋଗ ରହିଛି ।’’
ଆଇଆଇଏମ୍ ସମ୍ବଲପୁରର ପ୍ରଫେସର ମହାଦେଓ ଜୈସୱାଲ୍ କହିଛନ୍ତି ଯେ, ‘୨୦୧୫ ସେପ୍ଟେମ୍ବର ୨୩ରେ ସ୍ଥାପନ ହେବା ପରେ ୮ ବର୍ଷର ଯାତ୍ରାରେ ଆଇଆଇଏମ୍ ସମ୍ବଲପୁର ଶ୍ରେଷ୍ଠ ଆଇଆଇଏମ୍ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିପାରିଛି । ଏକ ଉଦ୍ୟମିତା ମନୋଭାବ ଏବଂ ନବସୃଜନ, ଅନ୍ତର୍ଭୁକ୍ତୀକରଣ ଓ ସଂହିତ କୈନ୍ଦ୍ରୀକ ମୂଲ୍ୟବୋଧକୁ ନେଇ ଦାୟିତ୍ୱବାନ ନେତୃଥ୍ୱକୁ ସମୃଦ୍ଧ କରିବାକୁ ଆଇଆଇଏମ୍ ସମ୍ବଲପୁରର ଲକ୍ଷ୍ୟ ରହିଛି । ଆମେ ବେଶ କୃତଜ୍ଞ ଯେ ୨୦୨୧ ଜାନୁଆରି ୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁଷ୍ଠାନର ଶିଳାନ୍ୟାସ କରିଥିଲେ । ଏହି ୮ ବର୍ଷ ଭିତରେ ମିଳିଥିବା କେତେକ ସଫଳତା ଭିତରେ ସାମିଲ ରହିଛି ୨୦୧୯ରେ ଆମେ ଶ୍ରେଷ୍ଠ ବି-ସ୍କୁଲ ଭାବେ ଇତିହାସ ରଚିଥିଲୁ, ୨୦୧୯ରେ ଆଇଆଇଏମ୍ ସମ୍ବଲପୁର ୫୦% ଲିଙ୍ଗଗତ ବିବିଧତା ହାସଲ କରିଥିଲା ଯାହାକୁ ସମସ୍ତ ଆଇଆଇଏମ୍ ଅନୁସରଣ କରିଥିଲେ ।’’
ଏମ୍‌ବିଏ ବ୍ୟାଚ୍‌ରେ ଅଣ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ଭାଗ ବୃଦ୍ଧି ପାଉଥିବାର ଧାରା ବିଷୟରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ଆଇଆଇଏମ୍ ସମ୍ବଲପୁର ଏକ୍ଷେତ୍ରରେ ଅଗ୍ରଣୀ ଭାବେ ଉଭା ହୋଇଛି । ମାଷ୍ଟର ବୁଣାକାର ଓ କାରିଗରମାନଙ୍କ ପ୍ରସାର ଲାଗି ବୁଣକାରଭାଲିଜ୍ ଡଟ୍ କମ୍‌, ଓଡ଼ିଶାର ଲୋକମାନଙ୍କ ଲାଗି ଖଣି ଓ ଖଣିଜ ସୃଷ୍ଟି କରୁଥିବା ମୂଲ୍ୟ ବିଷୟରେ ସର୍ବେକ୍ଷଣ କରିବା ଲାଗି ମିନେରାଲଭାଲିଜ୍ ଡଟ୍ କମ୍ ଏବଂ ଦେଶର ଡିଜିଟାଲ୍ ନେତୃତ୍ୱର ପ୍ରସାର ଲାଗି ଡିଜିଟାଲ୍‌ଭାଲ୍ୟୁ ଡଟ୍ କମ୍ ଭଳି ତିନିଟି ସ୍ୱତନ୍ତ୍ର ପ୍ରକଳ୍ପ ଓ ଆଗାମୀ ଏମ୍‌ଓୟୁଗୁଡ଼ିକୁ ସଂକ୍ରାନ୍ତରେ ସେ ସୂଚିତ କରିଥିଲେ ।
ଗୁଜରାଟ ଆଇ-ହବ୍‌ର ସିଇଓ ହିରଣମୟ ମହାନ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଣ୍ଡିଆ ଆସେଲରେଟରର ସହ ପ୍ରତିଷ୍ଠାତା ଓ ମ୍ୟାନେଜିଂ ପାର୍ଟନର ଶ୍ରୀ ଦୀପକ ଶର୍ମା, ଏସ୍‌କେଏନ୍ ଭେଂଚର୍ସ ଓ ଇଣ୍ଡସ୍ କ୍ୟାପିଟାଲ୍‌ର ପ୍ରତିଷ୍ଠାତା ଓ ପ୍ରିନ୍‌ସିପାଲ୍ ଶ୍ରୀ ସୁଶାନ୍ତ କୁମାର ଓ ଆଇଜି ଡ୍ରୋନ୍‌ସର ପ୍ରତିଷ୍ଠାତା ଓ ସିଇଓ ଶ୍ରୀ ବୋଦ୍ଧିସତ୍ୱ ସଂଘପ୍ରିୟା ଉପସ୍ଥିତ ଥିଲେ ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉପଲବ୍ଧି ହାସଲ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସିଏଓ ଅମୃତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । “ଆସେଲରେଟିଂ ଷ୍ଟାର୍ଟଅପ୍‌’ ଆଲୋଚନା ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

5 × three =