ଓଡ଼ିଶାର ସମସ୍ତ ବିଦ୍ୟୁତ ବିତରଣ କଂପାନିମାନଙ୍କ ପକ୍ଷରୁ ସ୍ଥାନୀୟ ଉତ୍ପାଦନକାରୀ ସଂସ୍ଥାମାନଙ୍କ ସହ ଯୋଗସୂତ୍ର ସ୍ଥାପନ

ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାର ପ୍ରାୟ ୨୦୦୦ ସ୍ଥାନୀୟ ଭେଣ୍ଡର ଓ ୭୦୦ରୁ ଅଧିକ ଏମ୍‌ଏସ୍‌ଏମ୍‌ଇଙ୍କ ସହ କାର୍ଯ୍ୟ କରି, ୪୦,୦୦୦ରୁ ଅଧିକ ସ୍ଥାନୀୟ ଲୋକଙ୍କ ପାଇଁ ଜୀବିକା ଉପାର୍ଜନ ସୁଯୋଗ ସୃଷ୍ଟି କରାଯାଇଛି
ସମ୍ପୂର୍ଣ୍ଣ ଆବଶ୍ୟକତାର ୨୦ ପ୍ରତିଶତ ଓଡ଼ିଶାରେ ପଞ୍ଜୀକୃତ ଏମ୍‌ଏସ୍‌ଏମ୍‌ଇ ସଂସ୍ଥାମାନଙ୍କଠାରୁ କ୍ରୟ କରିବା ଲାଗି ନିଷ୍ପତି ଗ୍ରହଣ କରାଯାଇଛି
ବଂଟନ ଟ୍ରାନ୍ସଫରମରଠାରୁ ଆରମ୍ଭ କରି ବିଦ୍ୟୁତ ତାର, ବିଦ୍ୟୁତ ଖୁଂଟ, ଏଲ୍‌ଟି ଓ ଏଚ୍‌ଟି ହାର୍ଡଓୟାର, ବୈଷୟିକ ଓ ପ୍ରଶାସନିକ କାର୍ଯ୍ୟ ଏହି ସଂସ୍ଥାମାନେ ଯୋଗାଇ ଦେବେ
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ଓଡ଼ିଶା ଡିସକମ୍‌ଗୁଡ଼ିକ ବିଭିନ୍ନ ବ୍ୟବସାୟିକ ଉଦ୍ୟମ ପାଇଁ ରାଜ୍ୟର ସମସ୍ତ ୩୦ ଗୋଟି ଜିଲ୍ଲାରେ ଥିବା ୭୦୦ରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟିକ ସଂସ୍ଥା (ଏମ୍‌ଏସ୍‌ଏମ୍‌ଇ) ସହ ସିଧାସଳଖ ବ୍ୟବସାୟ କରି ୨୦୦୦ ସ୍ଥାନୀୟ ସଂସ୍ଥାକୁ ଏହି କାର୍ଯ୍ୟରେ ନିୟୋଜିତ କରିବା ପାଇଁ ନିଷ୍ପତି ନିଆଯାଇଛି । ଏହି ସଂସ୍ଥାମାନଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ ବୈଷୟିକ ଉପକରଣ ଚାରି ଗୋଟି ବିତରଣ କଂପାନିର ୨୦ ପ୍ରତିଶତ ଚାହିଦାକୁ ମେଂଟାଇବ । ଏହି ନିଷ୍ପତି ଦ୍ୱାରା ୪୦,୦୦୦ରୁ ଅଧିକ ସ୍ଥାନୀୟ ଲୋକ ପ୍ରତ୍ୟକ୍ଷ ବା ପରୋକ୍ଷ ଜୀବିକା ଉପାର୍ଜନ କରିପାରିବେ । ଏହା ଓଡ଼ିଶା ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡ଼ିଶା ନୀତି ଦ୍ୱାରା ପ୍ରେରିତ ଅଟେ ।
ଏହି ନିଷ୍ପତି ଦ୍ୱାରା ବିଦ୍ୟୁତ ବଂଟନ ଟ୍ରାନ୍ସଫରମର, ବିଦ୍ୟୁତ ତାର, ବିଦ୍ୟୁତ ଖୁଂଟ, ଅନ୍ୟାନ୍ୟ ଉପରକଣ, ଲାପଟପ୍‌, ଡେସ୍କଟପ୍ କମ୍ପ୍ୟୁଟର ଭଳି ଉପକରଣରୁ ଆରମ୍ଭ କରି ମିଟର ସ୍ଥାପନ, ମାସିକ ବିଦ୍ୟୁତ ପଇଠ ସଂଗ୍ରହ, ଗ୍ରାହକ ସେବା କେନ୍ଦ୍ର ପରିଚାଳନା, ମାସିକ ମିଟର ରିଡିଂ ଏବଂ କାର୍ଯ୍ୟାଳୟ ରକ୍ଷଣାବେକ୍ଷଣ ଓ ଦୈନିକ ଖାଦ୍ୟପେୟ ଯୋଗାଣ ଆଦି ଅନ୍ତର୍ଭୁକ୍ତ ।
ଏହି ପରିପ୍ରେକ୍ଷୀରେ ଟାଟା ପାୱାରର ସଭାପତି-ଟିଆଣ୍ଡ୍‌ଡି ଶ୍ରୀ ସଞ୍ଜୟ ବାଙ୍ଗା ପ୍ରକାଶ କରିଛନ୍ତି ଯେ, “ଓଡ଼ିଶା ଦ୍ରୁତ ଗତିରେ ଏକ ଶକ୍ତି ଅଭିବୃଦ୍ଧିଶୀଳ ରାଜ୍ୟ ଭାବେ ନିଜକୁ ପ୍ରତିଷ୍ଠା କରିପାରିଛି । ଓଡ଼ିଶା ସରକାରଙ୍କ ‘ମେକ୍ ଇନ୍ ଓଡ଼ିଶା’ ନୀତି ସମସ୍ତ ବିଦ୍ୟୁତ କଂପାନି ଅନୁସରଣ କରି ରାଜ୍ୟରେ ବିଶ୍ୱସ୍ତରୀୟ ବିଦ୍ୟୁତ ଭିତିଭୂମି ପ୍ରତିଷ୍ଠାର ସଂକଳ୍ପ ସହ ଆଗକୁ ବଢ଼ୁଛନ୍ତି । ଏହି ପ୍ରକ୍ରିୟାରେ ସ୍ଥାନୀୟ ଭେଣ୍ଡରମାନଙ୍କ ସହଯୋଗ ଏବଂ ଉତ୍ପାଦନ ଓ ସେବାର ଗୁଣବତା ଆବଶ୍ୟକୀୟ ଭିତିଭୂମି ପ୍ରତିଷ୍ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ । ରାଜ୍ୟ ସରକାରଙ୍କ ସହଯୋଗ ଏବଂ ଏହି ସଂସ୍ଥାମାନଙ୍କ ସହ

ମିଳିତ ଭାବରେ ବିଦ୍ୟୁତ ବିତରଣ ବ୍ୟବସାୟକୁ ଆଗାମୀ ଦିନରେ ଅତିମାତ୍ରାରେ ଉନ୍ନତି କରିବା ପାଇଁ ଆମେ ପ୍ରତିଜ୍ଞାବଦ୍ଧ ଅଛୁ ।’’
ସମାନ ସୁଯୋଗ ପ୍ରଦାନକାରୀ ଭାବେ ଟିପି ଡିସକମ୍‌ଗୁଡ଼ିକ ଚୟନ କରାଯାଇଥିବା ସମସ୍ତ ଭେଣ୍ଡର ମୁକ୍ତ ଓ ସ୍ୱଚ୍ଛତା ନୀତି ଅବଲମ୍ବନ କରୁଛନ୍ତି । ଓଡ଼ିଶା ଏମ୍‌ଏସ୍‌ଏମ୍‌ଇଗୁଡ଼ିକର ଅଂଶଗ୍ରହଣରେ ଉନ୍ନତି ଆଣିବା ଅଗ୍ରାଧିକାର ନିୟମରେ ସମସ୍ତ ଟେଣ୍ଡରର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛନ୍ତି ।
ଓଡ଼ିଶାରେ ପରିଚାଳିତ ହେଉଥିବା ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ସହିତ ଫଳପ୍ରଦ ସହଯୋଗିତା ସନ୍ଧାନ ଓ ସ୍ଥାପନ କରିବା ଲାଗି ଟିପି ଡିସକମ୍‌ଗୁଡ଼ିକ ଲକ୍ଷ୍ୟ ରଖିଛନ୍ତି । ଟେଣ୍ଡର ସର୍ତାବଳୀ, ଟେଣ୍ଡର ଯୋଗ୍ୟତା ସ୍ଥିତି ଆଦିକୁ ଯଥାର୍ଥ ବିଚାରକୁ ନେଇ ସ୍ଥାନୀୟ ବ୍ୟବସାୟ ସହଯୋଗୀମାନଙ୍କୁ ପ୍ରମୁଖ ଯୋଗାଣ ଓ ସେବା କାର୍ଯ୍ୟ ପ୍ରଦାନ କରିବାରେ ଅଗ୍ରାଧିକାର ଦିଆଯାଉଛି ଏବଂ ଆବଶ୍ୟକ ଦକ୍ଷତା ଆଧାରରେ ସର୍ବାଧିକ ସଂଖ୍ୟକ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବା ଲାଗି ବ୍ୟବସାୟ ସହଯୋଗୀମାନଙ୍କୁ ଉତ୍ସାହିତ କରାଯାଉଛି ।
ଆଲୋଚନା ପାଇଁ ବ୍ୟବସାୟ ସହଯୋଗୀ ଓ ଭେଣ୍ଡରମାନଙ୍କୁ ଏକ ମଂଚ ପ୍ରଦାନ କରିବା ଏବଂ ସେମାନଙ୍କ ସମସ୍ୟା ଓ ପ୍ରଶ୍ନର ସମାଧାନ କରିବା ଲାଗି ଡିସ୍‌କମ୍‌ଗୁଡ଼ିକ ଏମ୍‌ଏସ୍‌ଏମ୍‌ଇ ସମ୍ମଳନୀ ଆୟୋଜନ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

three × 2 =