ଡାକ୍ତରଙ୍କ ପକ୍ଷରୁ ହୃତପିଣ୍ଡ ଭାଲ୍‌ଭ ରୋଗ ପାଇଁ ବିପଦ ବିଷୟ ଓ ଚିକିତ୍ସା ବିକଳ୍ପ ବର୍ଣ୍ଣନା

ଭୁବନେଶ୍ୱର: ହୃତପିଣ୍ଡ ସ୍ୱାସ୍ଥ୍ୟ ଆଲୋଚନା ପ୍ରାୟତଃ ହୃଦଘାତ ଓ କରୋନାରି ଆର୍ଟେରି ଓ ଅନ୍ୟାନ୍ୟ ହୃତପିଣ୍ଡ ରୋଗ ଉପରେ ପଯ୍ୟବେସିତ ରହିଛି ଯାହା ଭାରତରେ ହେଉଥିବା ୨୭ ପ୍ରତିଶତ ଅଣ ସଂକ୍ରାମକ ରୋଗ ପାଇଁ ଦାୟୀ । ଅନ୍ୟ ଏକ ହୃତପିଣ୍ଡ ସମସ୍ୟା ଯାହାକୁ ଅଣଦେଖା କରାଯାଉଛି ତାହା ହେଉଛି ହାର୍ଟ ଭାଲ୍‌ଭ ରୋଗ (ଏଚ୍‌ଭିଡି) ।
ହୃତପିଣ୍ଡର ଏକ କିମ୍ବା ଏକାଧିକ ଭାଲ୍‌ଭ ବିଫଳ ହେଲେ ହୃ୍‌ତପିଣ୍ଡ ଭାଲ୍‌ଭ ରୋଗ ସୃଷ୍ଟି ହୁଏ । ଭାରତରେ ସାଧାରଣତଃ ଦେଖାଯାଉଥିବା ଅନ୍ୟତମ ଏଚ୍‌ଭିଡି ହେଉଛି ଆଓର୍ଟିକ୍ ଭାଲ୍‌ଭରେ ଦେଖାଦେଉଥିବା ସମସ୍ୟା ଆଓର୍ଟିକ୍ ଷ୍ଟେନୋସିସ୍ । ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଭାରତରେ ୭.୩ ପ୍ରତିଶତ ରୋଗୀ ଆଓର୍ଟିକ୍ ଷ୍ଟେନୋସିସ୍ ରୋଗରେ ପୀଡ଼ିତ । ଅଧିକ ଚିନ୍ତାଜନକ ହେଉଛି ରୋଗରେ ମୃତ୍ୟୁ ହାର ଅଧିକ ରହିଛି । ଚିକିତ୍ସା କରାନଗଲେ ଅନ୍ୟ କ୍ୟାନସର ରୋଗଠାରୁ ତାହା ଅଧିକ ଘାତକ ହୋଇଥାଏ ଯାହା ଫଳର ଦୁଇ ବର୍ଷ ଭିତରେ ମୃତ୍ୟୁ ହାର ୫୦ ପ୍ରତିଶତ ରହୁଛି ।
କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ (କିମ୍‌ସ)ର ଡକ୍ଟର ଅନୁପମ ଜେନା କହିଛନ୍ତି ଯେ, “ବୟସ ଓ ଅନ୍ୟାନ୍ୟ ରୋଗ ଥିବା କାରଣରୁ ପୂର୍ବରୁ ଅସ୍ତ୍ରୋପଚାର ଲାଗି ଉଚିତ ମନେ କରାଯାଉନଥିବା ରୋଗୀମାନଙ୍କ ଲାଗି ଇଟଂରଭେନ୍‌ସନାଲ୍ କାର୍ଡିଓଲୋଜିର ଅଭ୍ୟୁଦୟ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ଓପନ୍ ହାର୍ଟ ସର୍ଜରି ଲାଗି ଯେଉଁମାନଙ୍କୁ ଅତି ବିପଦପୂର୍ଣ୍ଣ ବିଚାର କରାରଯାଉଛି ସେମାନଙ୍କ ପାଖରେ ଏବେ ଅଳ୍ପ ଛିଦ୍ରର ବିକଳ୍ପ ଟ୍ରାନ୍ସକ୍ୟାଥେଟର ଆଓର୍ଟିକ୍ ଭାଲ୍‌ଭ ଇମ୍ପ୍ଲାଟେଂସନ୍ (ଟିଏଭିଆଇ) ରହିଛି ।
ବଂଶଗତ ସମସ୍ୟା ବ୍ୟତୀତ ଆଓଟିକ୍ ଷ୍ଟେନୋସିସ୍ ସହିତ ଜଡ଼ିତ ଥିବା ଅନ୍ୟ ବିପଦଗୁଡ଼ିକ ହେଉଛି ଉଚ୍ଚ ରକ୍ତଚାପ, ଡାଇବେଟିସ୍ ଓ ଚିରସ୍ଥାୟୀ କିଡ୍‌ନି ରୋଗ । ହୃତପିଣ୍ଡର ଯତ୍ନ ନେବା ଉପରେ ଡକ୍ଟର ଜେନା ଗୁରୁତ୍ୱାରୋପ କରିଛନ୍ତି ନିୟମିତ ବ୍ୟାୟାମ, ହୃତପିଣ୍ଡ ଲାଗି ସୁସ୍ଥକର ବିଚାର କରାଯାଉଥିବା ଜୀବନଶୈଳୀ ଗ୍ରହଣ କରିବା, କମ୍ ଫ୍ୟାଟ୍ ଖାଇବା, ଧୂମପାନ ତ୍ୟାଗ କରିବା ଏବଂ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ଯାଂଚ ହେଉଛି ଉତମ ହୃତପିଣ୍ଡ ସ୍ୱାସ୍ଥ୍ୟ ବଜାୟ ରଖଇବା ଲାଗି ଆବଶ୍ୟକ ପଦକ୍ଷେପ ।
ବୟସ୍କମାନଙ୍କଠାରେ ହାର୍ଟ ଭାଲ୍‌ଭ ରୋଗ ଏକ ବଡ଼ ସମସ୍ୟା । ଟିଏଭିଆଇ ଭଳି ଚିକିତ୍ସା ବିକଳ୍ପ ଆମକୁ ଅଧିକ ବିକଳ୍ପ ପ୍ରଦାନ କରିଥିବା ବେଳେ ପ୍ରତିଷେଧକ ହେଉଛି ଶ୍ରେଷ୍ଠ ରଣନୀତି । ବିପଦ ବିଷୟକୁ ମୁକାବିଲା କରି ଏକ ହୃତପିଣ୍ଡ ସୁସ୍ଥକର ଜୀବନ ବଂଚିବା ଏବଂ ନିୟମିତ ସ୍ୱାସ୍ଥ୍ୟ ଯାଂଚ କରିବା ଦ୍ୱାରା ରୋଗୀମାନେ ହାର୍ଟ ଭାଲ୍‌ଭ ରୋଗର ବୋଝକୁ ହ୍ରାସ କରିପାରିବେ ଏବଂ ନିଜର କଲ୍ୟାଣକୁ ସୁରକ୍ଷିତ କରିପାରିବେ ବୋଲି ଡକ୍ଟର ଜେନା କହିଛନ୍ତି ।’’

Share

Leave a Reply

Your email address will not be published. Required fields are marked *

five + six =