ଭାରତୀ ଆକ୍ସା ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଓଡ଼ିଶା ଟ୍ରେନ୍ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଦାବି ଫଇସଲା ପ୍ରକ୍ରିୟାର ସରଳୀକରଣ

ଭୁବନେଶ୍ୱର: ଓଡ଼ିଶାର ବାଲେଶ୍ୱରରେ ଘଟିଥିବା ଦୁଃଖଦ ଟ୍ରେନ୍ ଦୁର୍ଘଟଣାରେ ପ୍ରଭାବିତ ପରିବାରଙ୍କ ବୀମା ଦାବି ଫଇସଲା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଭାରତୀ ଆକ୍ସା ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ କରାଯାଇଛି । ସ୍ଥିତିର ଗମ୍ଭୀରତାକୁ ନଜରରେ ରଖି ପଲିସି ଦାବିର ଶୀଘ୍ର ସମାଧାନ ପାଇଁ ମୃତ୍ୟୁକାଳୀନ ଓ ଦିବ୍ୟାଙ୍ଗ ଦାବିର ଫଇସଲା ପ୍ରକ୍ର୍ରି୍ରୟାକୁ ସହଜ କରାଯାଇଛି ।
ଭାରତୀ ଆକ୍ସା ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏକ ସରଳୀକୃତ ଦାବି ପ୍ରକ୍ର୍ରିୟା ଲାଗୁ କରାଯାଇଛି ଯେଉଁଥି ପାଇଁ ସର୍ବନିମ୍ନ କାଗଜପତ୍ର ଆବଶ୍ୟକ । ଦାବି ପ୍ରକ୍ର୍ରିୟାକରଣ ପାଇଁ ଭାରତୀ ଆକ୍ସା ଲାଇଫ୍ ଇନ୍‌ସ୍ୟୁରାନ୍ସକୁ ପଲିସିଧାରକ କିମ୍ବା ନୋମିନି, ଆଇନଗତ ଉତରାଧିକାରୀ ପ୍ରଦାନ କରିବାକୁ ଥିବା କାଗଜପତ୍ର ବିଷୟରେ ନିମ୍ନରେ ସୂଚନା ଦିଆଯାଇଛି ।
ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ବୀମାଧାରକଙ୍କ ମୃତ୍ୟୁ ହୋଇଥିବାର ବୈଧ ରେକର୍ଡ . ପ୍ରମାଣକୁ ଭାରତୀ ଆକ୍ସା ଲାଇଫ ଇନ୍‌ସ୍ୟୁରାନ୍ସ ଗ୍ରହଣ କରିବ
ଦାବିଦାରଙ୍କ ଷ୍ଟେଟ୍‌ମେଂଟ୍ (ନୋମିନି ପୂରଣ କରିବେ) ନୋମିନିଙ୍କ ବ୍ୟାଙ୍କ ବିବରଣୀ ସହିତ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍ଗଙ୍ଗଙ୍ଗ.ଭଷବକ୍ସଗ୍ଧସବଙ୍ଘବ.ମକ୍ଟଜ୍ଞ/ମକ୍ଷବସଜ୍ଞଗ୍ଦରେ ଦାଖଲ କରିବାକୁ ପଡ଼ିବ
ସରକାର ଜାରି କରିଥିବା ଏକ ଫଟୋ ପରିଚୟପତ୍ର, ଠିକଣା ପ୍ରମାଣପତ୍ର ଏବଂ ବୀମା ଧାରକଙ୍କ ସହିତ ନୋମିନିଙ୍କ ସମ୍ପର୍କ ପ୍ରମାଣକୁ ଦାବି ଉପସ୍ଥାପନ ବେଳେ ଦାଖଲ କରିବାକୁ ହେବ ।
ଏହା ସହିତ ନୋମିନି/ ଆଇନଗତ ଉତରାଧିକାରୀ ନିଜ ଦାବି ବିଷରେ ଭାରତୀ ଆକ୍ସା ଲାଇଫ୍ ଇନସ୍ୟୁରାନ୍ସର ଏହି ଅଧିକାରୀମାନଙ୍କୁ ଜଣାଇବାକୁ ହେବ:
ସୌଭାଗ୍ୟ ରଂଜନ ବେହେରା- [email protected]
କୌଶିକ ସାନ୍ୟାଲ- [email protected]
ଅରିଜିତ ପ୍ରସାଦ ରାୟ- [email protected]
ଦାବି ବିଭାଗ- [email protected]
ଅଧିକ ବିବରଣୀ ପାଇଁ ପଲିସିଧାରକ ଭାରତୀ ଆକ୍ସା ଲାଇଫ୍ ଇନ୍‌ସ୍ୟୁରାନ୍ସର ଦେୟମୁକ୍ତ ନମ୍ବର ୧୮୦୦-୧୦୨-୪୪୪୪ରେ ଯୋଗାଯୋଗ କରିପାରିବେ । ଅନ୍ୟଥା, ଦାବି ଉପସ୍ଥାପନ କରିବା ଲାଗି ସେମାନେ, ଆଶିଷ ପ୍ଲାଜା ପ୍ରଥମ ମହଲା, ପୋଲିସ ଲାଇନ୍ ଛକ ନିକଟ, ଓଟି ରୋଡ୍‌, ବାଲେଶ୍ୱର, ଓଡ଼ିଶା-୭୫୬୦୦୧ରେରେ ଥିବା ଭାରତୀ ଆକ୍ସା ଲାଇଫ୍‌ର ଶାଖା ସହ ଯୋଗାଯୋଗ କରିପାରିବେ ।
ଭାରତୀ ଆକ୍ସା ଲାଇଫ୍ ଇନ୍‌ସ୍ୟୁରାନ୍ସର ଗ୍ରାହକ ଅଧିକାରୀ ମୁଖ୍ୟ ଓ ମାର୍କେଟିଂ, ଡିଜିଟାଲ୍ ଓ ଅନଲାଇନ୍ ବିକ୍ରି ମୁଖ୍ୟ ଶ୍ରୀ ନିତୀନ ମେହ୍‌ତା କହିଛନ୍ତି ଯେ, “ଏହି କଠିନ ସମୟରେ ବାଲେଶ୍ୱର ଦୁଃଖଦ ଟ୍ରେନ୍ ଦୁର୍ଘଟଣାରେ ପୀଡ଼ିତ ଲୋକମାନଙ୍କ ପ୍ରଭାବିତ ପରିବାର ପ୍ରତିି ଅମେ ଗଭୀର ସମଦେବନା ଜଣାଉଛି । ଟ୍ରେନ୍ ଦୁର୍ଘଟଣାର ପୀଡ଼ିତମାନେ ସାମ୍ନା କରୁଥିବା ଚାପକୁ ସହଜ କରିବା ଦିଗରେ ଆମର ନିଷ୍ଠାପର ଉଦ୍ୟମ ସ୍ୱରୂପ ଆମେ ଆମେ ଦାବି ଫଇସଲା ପ୍ରକ୍ରିୟାର ସରଳୀକରଣ କରିଛୁ ଓ ଆଶା କରୁଛୁ ଯେ ଏହି ସହଜ ପଦ୍ଧତି ଲୋକମାନଙ୍କୁ କିଛିଟା ଆରାମ ଓ ସହାୟତା ପ୍ରଦାନ କରିବ । ଭାରତୀ ଆକ୍ସା ଲାଇଫ୍‌ରେ ପ୍ରଭାବିତ ଗ୍ରାହକମାନଙ୍କୁ ଶ୍ରେଷ୍ଠ ଆର୍ଥିକ ରିଲିଫ୍ ପ୍ରଦାନ କରିବା ଦିଗରେ ଆମେ ନିରନ୍ତର ଭାବେ କାର୍ଯ୍ୟ କରୁଛୁ ।’’
ଭାରତୀ ଆକ୍ସା ଲାଇଫ ପକ୍ଷରୁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ପ୍ରଭାବିତ ଲୋକଙ୍କୁ ମାନବିକତା ରିଲିଫ୍ ପ୍ରଦାନ କରିବା ଲାଗି କଂପାନି ଅକ୍ସଫାମ୍ ଇଣ୍ଡିଆ ସହିତ ସହଯୋଗିତା ସ୍ଥାପନ କରିଛି ।

Share

Leave a Reply

Your email address will not be published. Required fields are marked *

sixteen − 14 =