Business

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଭାରତର ଜାତୀୟ କ୍ରୀଡ଼ା ଦିବସ ପାଳିତ, ୧୧୦୦ରୁ ଅଧିକ କ୍ରୀଡ଼ାବିତ, ପ୍ରଶିକ୍ଷକ ଓ କ୍ରୀଡ଼ା ପେସାଦାରଙ୍କୁ ସହାୟତା

ଭୁବନେଶ୍ୱର: ଜାତୀୟ କ୍ରୀଡ଼ା ଦିବସ ୨୦୨୬ ପରିପ୍ରେକ୍ଷୀରେ ଭାରତର ଅନ୍ୟତମ ବୃହତ୍ତମ ବେସରକାରୀ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ ଏକ କ୍ରୀଡ଼ା ଶକ୍ତି ଭାବରେ ଭାରତର ନିରନ୍ତର ଆବିର୍ଭାବକୁ ପାଳନ କରୁଛି ଓ ଦେଶର ପ୍ରମୁଖ କ୍ରୀଡ଼ା ଅନୁଷ୍ଠାନଗୁଡ଼ିକ ସହିତ ରଣନୈତିକ ସହଭାଗିତା ମାଧ୍ୟମରେ ଏହାର ଅଭିବୃଦ୍ଧିରେ ଯୋଗଦାନ କରି ଗର୍ବିତ ଯାହା ୩ ବର୍ଷରୁ କମ୍ ସମୟ ମଧ୍ୟରେ ପ୍ରାୟ ୧,୧୦୦ କ୍ରୀଡ଼ାବିତ, ପାରା-କ୍ରୀଡ଼ାବିତ, ପ୍ରଶିକ୍ଷକ ଓ ଅନ୍ୟାନ୍ୟ ପେସାଦାରମାନଙ୍କୁ ସହାୟତା କରିସାରିଛି।
ଆକ୍ସିସ୍ ବ୍ୟାଙ୍କର ସିଏସ୍‌ଆର୍ ରଣନୀତିରେ କ୍ରୀଡ଼ା ଏକ ପ୍ରମୁଖ ପ୍ରାଥମିକତା କ୍ଷେତ୍ର ଭାବେ ରହିଆସିଛି। ଆର୍ଥିକ ବର୍ଷ ୨୦୨୪-୨୫ ରେ ଏହି କ୍ଷେତ୍ର ଅଧୀନରେ ବ୍ୟାଙ୍କ ଏହାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ଭାରତୀୟ କ୍ରୀଡ଼ା କ୍ଷେତ୍ରର ଅଗ୍ରଣୀ ପ୍ରତିଷ୍ଠାନଗୁଡ଼ିକ ସହ ମିଳିତ ଭାବେ କାର୍ଯ୍ୟ କରି ବ୍ୟାଙ୍କର ପଦକ୍ଷେପଗୁଡ଼ିକରେ କ୍ରୀଡ଼ାବିତ୍‌‌ମାନଙ୍କ ପ୍ରଶିକ୍ଷଣ ଓ ବିକାଶକୁ ସମର୍ଥନ, କ୍ରୀଡ଼ା ବିଜ୍ଞାନ ଓ କ୍ରୀଡ଼ା ଚିକିତ୍ସାର ଅଧିକ ସମନ୍ୱୟ ଓ ବ୍ୟବହାରକୁ ପ୍ରୋତ୍ସାହନ ଦେବା ସହ ଏଭଳି ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରିବା ସାମିଲ ରହିଛି, ଯାହା ଆଗାମୀ ଦଶନ୍ଧିଗୁଡ଼ିକ ଧରି ଭାରତୀୟ କ୍ରୀଡ଼ାକୁ ସେବା ପ୍ରଦାନ କରିବ।
ଚଳିତ ବର୍ଷର ଜାତୀୟ କ୍ରୀଡ଼ା ଦିବସ ଗ୍ଲାସଗୋରେ ଆୟୋଜିତ ୨୩ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଦୃଢ଼ ପ୍ରଦର୍ଶନର ପରିପ୍ରେକ୍ଷୀରେ ଆସିଛି ଯେଉଁଠାରେ ଦେଶ ୧୩ଟି ସ୍ୱର୍ଣ୍ଣ ସମେତ ୩୯ଟି ପଦକ ଜିତିଥିଲା। ଏହ କ୍ରୀଡ଼ାରେ ଓଜିକ୍ୟୁ ସହିତ ବ୍ୟାଙ୍କର ସହଭାଗିତା ଅଧୀନରେ ସହାୟତା ପ୍ରାପ୍ତ ୨୦ ଜଣ କ୍ରୀଡ଼ାବିତଙ୍କ ମଧ୍ୟରୁ ୧୪ ଜଣ କ୍ରୀଡ଼ାବିତ ୪ଟି କ୍ରୀଡ଼ାରେ ଭାରତ ପାଇଁ ୯ଟି ସ୍ୱର୍ଣ୍ଣ ପଦକ ସମେତ ପଦକ ସୁରକ୍ଷିତ କରିଥିଲେ। ପଦକ ବିଜେତାମାନଙ୍କ ମଧ୍ୟରେ ଜୁଡୋକା ୟାମିନୀ ମୌର୍ଯ୍ୟ (ରୌପ୍ୟ-ମହିଳା ୫୭ କିଗ୍ରା ବର୍ଗ) ଏବଂ ଉନ୍ନତି ଶର୍ମା (କାଂସ୍ୟ-ମହିଳା ୬୩ କିଗ୍ରା ବର୍ଗ) ଥିଲେ ଯେଉଁମାନେ ଇନ୍ସପାୟାର ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟ (ଆଇଆଇଏସ୍‌) ସହିତ ସହଭାଗିତାରେ ଆକ୍ସିସ ବ୍ୟାଙ୍କ ଜୁଡୋ ଡେଭେଲପମେଂଟ ପ୍ରୋଗ୍ରାମ ଅଧୀନରେ ତାଲିମ ନେଉଛନ୍ତି।
ଏହି ଅବସରରେ ଆକ୍ସିସ ବ୍ୟାଙ୍କର ହୋଲସେଲ ବ୍ୟାଙ୍କ କଭରେଜ, କୋର୍ପୋରେଟ୍ ସାଲାରି, ସଷ୍ଟେନେବିଲିଟି ଓ ସିଏସ୍‌ଆର୍‌ର ଗ୍ରୁପ୍ ମୁଖ୍ୟ ବିଜୟ ମୁଲବାଗାଲ କହିଛନ୍ତି ଯେ,“କ୍ରୀଡ଼ାରେ ସମଗ୍ର ଦେଶକୁ ପ୍ରେରଣା ଦେବା, ଏକତ୍ରିତ କରିବା ଏବଂ ଆକାର ଦେବାର ଶକ୍ତି ରହିଛି। ଏହା କେବଳ ପ୍ରଦର୍ଶନ କିମ୍ବା ପଦକ ଜିତିବା ମଧ୍ୟରେ ସୀମିତ ନୁହେଁ; ବିଶେଷକରି ଶିଶୁ ଓ ଯୁବପିଢ଼ି ମଧ୍ୟରେ ଦୃଢ଼ ମାନସିକତା ଗଢ଼ିବା, ଶୃଙ୍ଖଳାର ବିକାଶ କରିବା ଏବଂ ଚରିତ୍ର ଗଠନରେ ଏହା ଗୁରୁତ୍ୱପୂର୍ଣ୍ଣ। ଦେଶର ବିଭିନ୍ନ ଅଲିମ୍ପିକ୍ ଓ ପାରାଲିମ୍ପିକ୍ କ୍ରୀଡ଼ା ବିଭାଗର ଅଗ୍ରଣୀ କ୍ରୀଡ଼ା ସଂଗଠନଗୁଡ଼ିକ ସହ ଆମର ସହଯୋଗ ମାଧ୍ୟମରେ, ଆମେ ଉଦୀୟମାନ ପ୍ରତିଭା ସହିତ ଭାରତର ଶୀର୍ଷ କ୍ରୀଡ଼ାବିତ୍‌‌ମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ସହ ଦୀର୍ଘ ସମୟ ଧରି ଭାରତୀୟ କ୍ରୀଡ଼ାକୁ ସେବା ଯୋଗାଇପାରିବା ଭଳି ବିଶ୍ୱସ୍ତରୀୟ ଭିତ୍ତିଭୂମି ସୃଷ୍ଟିରେ ମଧ୍ୟ ଯୋଗଦାନ କରିବାକୁ ଲକ୍ଷ୍ୟ ରଖିଛୁ।”
୨୦୨୪-୨୫ ଠାରୁ ଆକ୍ସିସ ବ୍ୟାଙ୍କ ଫାଉଣ୍ଡେସନ୍ ଫର୍ ପ୍ରୋମୋସନ୍ ଅଫ୍ ସ୍ପୋର୍ଟସ୍ ଆଣ୍ଡ ଗେମ୍ସ (ଏଫ୍‌ପିଏସ୍‌ଜି) ସହିତ ସହଭାଗିତାରେ ଚାଲୁଥିବା ଭାରତର ଅନ୍ୟତମ ପ୍ରମୁଖ ଉଚ୍ଚ-ପ୍ରଦର୍ଶନକାରୀ କ୍ରୀଡ଼ା ବିକାଶ କାର୍ଯ୍ୟକ୍ରମ ଓଜିକ୍ୟୁକୁ ସହାୟତା କରିଆସୁଛି। କେବଳ ୨୦୨୫-୨୬ ରେ ଓଜିକୁୃ୍ୟ ୧୧ଟି ଅଲିମ୍ପିକ୍ ଏବଂ ୯ଟି ପାରାଲିମ୍ପିକ୍ ଶୃଙ୍ଖଳାରେ ୪୬୮ ଜଣ ଆଥଲେଟ୍ ଏବଂ ପାରା ଆଥଲେଟଙ୍କୁ କୋଚିଂ, କ୍ରୀଡ଼ା ବିଜ୍ଞାନ, ପୋଷଣ, ଫିଜିଓଥେରାପି, ପ୍ରତିଯୋଗିତା ଏକ୍ସପୋଜର ଓ ଅନ୍ୟାନ୍ୟ ସହାୟତା ସେବାରେ ସୁଧାର ଆଣିବା ପାଇଁ ସହାୟତା କରିଥିଲା। ଏହି କାର୍ଯ୍ୟକ୍ରମ ଓଜିକ୍ୟୁ ଦ୍‌୍ୱାରା ସହାୟତା ପ୍ରାପ୍ତ ଏକାଡେମୀଗୁଡ଼ିକରେ ଉଦୀୟମାନ ପ୍ରତିଭା ବିକଶିତ କରିବାରେ ମଧ୍ୟ ସାହାଯ୍ୟ କରୁଛି।
ପ୍ରତିଭା ବିକାଶ ଉପରେ ବ୍ୟାଙ୍କର ଧ୍ୟାନ ଜୁଡୋରେ ମଧ୍ୟ ଉତ୍ସାହଜନକ ଫଳାଫଳ ଦେଇଛି। ଇନ୍ସପାୟାର ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟ (ଆଇଆଇଏସ୍‌) ସହିତ ସହଭାଗିତାରେ କାର୍ଯ୍ୟକାରୀ ହୋଇଥିବା ଆକ୍ସିସ ବ୍ୟାଙ୍କ ଜୁଡୋ ଡେଭେଲପମେଂଟ ପ୍ରୋଗ୍ରାମ ଭାରତରେ ଜୁଡୋ ପ୍ରତିଭାର କେନ୍ଦ୍ରସ୍ଥଳୀ ମଣିପୁରର ମହିଳା ଜୁଡୋକାମାନଙ୍କୁ ସହାୟତା କରୁଛି।
ଆକ୍ସିସ ବ୍ୟାଙ୍କ ଜୁଡୋ ଡେଭେଲପମେଂଟ ପ୍ରୋଗ୍ରାମ ବର୍ତ୍ତମାନ ମଣିପୁରର ୫୬୦ ଜଣ ଯୁବ ଜୁଡୋକାଙ୍କୁ ତାଲିମ ଦେଉଛି ଯେଉଁଥିରେ ୪୭ ଜଣ ପ୍ରତିଭାବାନ ମହିଳା କ୍ରୀଡ଼ାବିତ ଅନ୍ତର୍ଭୁକ୍ତ ଯେଉଁମାନେ କର୍ଣ୍ଣାଟକର ଓଜିକ୍ୟୁରେ ସମ୍ପୂର୍ଣ୍ଣ ଆବାସିକ ଛାତ୍ରବୃତି ଓ ଉନ୍ନତ ତାଲିମ ପାଉଛନ୍ତି। ସଂରଚିତ କୋଚିଂ, ପ୍ରତିଯୋଗିତରେ ଭାଗ ନେବା ସୁବିଧା, କ୍ରୀଡ଼ା ବିଜ୍ଞାନ ଓ ଆନ୍ତର୍ଜାତୀୟ ତାଲିମ ସୁଯୋଗଗୁଡ଼ିକ ଭାରତୀୟ ଜୁଡୋ ପ୍ରତିଭାର ପରବର୍ତ୍ତୀ ପିଢ଼ିକୁ ଗଢ଼ିତୋଳୁଛି। ବିଶେଷ ଭାବରେ, ଜୁଡୋକା ଲିନଥୋଇ ଚାନାମ୍ବାମ୍ ୨୦୨୫ ରେ ପେରୁର ଲିମାଠାରେ ଅନୁଷ୍ଠିତ ଜୁନିୟର ୱାର୍ଲଡ୍ ଚାମ୍ପିୟନସିପରେ ପଦକ ଜିତିବାରେ ପ୍ରଥମ ଭାରତୀୟ ଜୁଡୋକା ହୋଇଥିଲେ।
ବ୍ୟାଙ୍କ ଭାରତରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିି ନିର୍ମାଣ ପାଇଁ ମଧ୍ୟ ବଦ୍ଧପରିକର। ନବୀ ମୁମ୍ବାଇରେ “ଆକ୍ସିସ ବ୍ୟାଙ୍କ ଲକ୍ଷ୍ୟ ସୁଟିଂ କ୍ଲବ୍ ହାଇ ପରଫରମାନ୍ସ ସେଂଟର’ ପ୍ରତିଷ୍ଠା କରିବା ପାଇଁ ବ୍ୟାଙ୍କ ଲକ୍ଷ୍ୟ ସୁଟିଂ କ୍ଲବ୍ ସହିତ ସହଭାଗିତା କରିଛି। ଏହି ଅତ୍ୟାଧୁନିକ ସୁବିଧା କେବଳ ସୁଟିଂ ପାଇଁ ସମର୍ପିତ ଏବଂ ପ୍ରତିଭା ଚିହ୍ନଟ, ଆଥଲେଟ୍ ବିକାଶ, ଏଲିଟ୍ ପ୍ରଦର୍ଶନ ତାଲିମ ଏବଂ ସମୁଦାୟ ସହଭାଗିତା ପାଇଁ ଏକ ସମନ୍ୱିତ ତାଲିମ କେନ୍ଦ୍ର ଭାବରେ କାର୍ଯ୍ୟ କରୁଛି।

ବିଶେଷ ଭାବରେ ବ୍ୟାଙ୍କ ବେଙ୍ଗାଲୁରୁର ସେଂଟର ଫର୍ ସ୍ପୋର୍ଟସ୍ ଏକ୍ସଲେନ୍ସଠାରେ “ଆକ୍ସିସ ବ୍ୟାଙ୍କ-ଗୋସ୍ପୋର୍ଟସ ଫାଉଣ୍ଡେସନ୍ ଦି ପରଫରମାନ୍ସ ଇନଷ୍ଟିଚ୍ୟୁଟ୍‌’ (ଏଜିଟିିପିଆଇ) ପ୍ରତିଷ୍ଠା କରିବା ପାଇଁ ଗୋସ୍ପୋର୍ଟସ ଫାଉଣ୍ଡେସନ୍ ସହିତ ମଧ୍ୟ ସହଭାଗିତା କରିଛି। ଏହି ଇନଷ୍ଟିଚ୍ୟୁଟ୍ କ୍ରୀଡ଼ା ବିଜ୍ଞାନ, ଚିକିତ୍ସା, ଗବେଷଣା ଓ ନବସୃଜନରେ ଭାରତର ଘରୋଇ କ୍ଷମତାକୁ ଆଗେଇ ନେବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବ।
ବ୍ୟାଙ୍କ ନିକଟରେ ପୂର୍ବ ଉତର ପ୍ରଦେଶର ଦେଓରିଆଠାରେ “ଆକ୍ସିସ ବ୍ୟାଙ୍କ ସଞ୍ଜୀବ ସିଂହ ଅଲିମ୍ପିକ୍ ଆର୍ଚରୀ ସେଂଟର’ ପ୍ରତିଷ୍ଠା କରିବା ପାଇଁ ସଞ୍ଜୀବ ସିଂହ ଆର୍ଚରୀ ଇନଷ୍ଟିଚ୍ୟୁଟ୍ ଟ୍ରଷ୍ଟ (ଏସଏସଏଆଇଟି) ସହିତ ଏହାର ସହଭାଗିତା ଘୋଷଣା କରିଛି। ଗ୍ରାମୀଣ ଭାରତରେ ପ୍ରଥମ ସମ୍ପୂର୍ଣ୍ଣ ସମନ୍ୱିତ ଅଲିମ୍ପିକ୍ ମାନକ ତୀରନ୍ଦାଜୀ କେନ୍ଦ୍ର ଭାବରେ ପରିକଳ୍ପିତ, ଏହି କେନ୍ଦ୍ର ଗୋଟିଏ ପରିସର ମଧ୍ୟରେ ବିଶ୍ୱସ୍ତରୀୟ ତାଲିମ ସୁବିଧା, କ୍ରୀଡ଼ା ବିଜ୍ଞାନ, ଆବାସିକ ଭିତ୍ତିଭୂମି ଏବଂ ଶିକ୍ଷାକୁ ଏକାଠି ଆଣିବ।
ଏହି ଜାତୀୟ କ୍ରୀଡ଼ା ଦିବସରେ, ଆକ୍ସିସ ବ୍ୟାଙ୍କ, ଏହାର ସହଯୋଗୀମାନଙ୍କ ସହିତ, ଭାରତର ଆଥଲେଟ୍‌, କୋଚ୍‌, ମେଂଟର ଏବଂ କ୍ରୀଡ଼ା ପରିସଂସ୍ଥାର ସମସ୍ତ ପେଶାଦାରମାନଙ୍କୁ ସଲାମ ଜଣାଉଛି, ଯାହାଙ୍କର ଆବେଗ, ନିଷ୍ଠା ଏବଂ ଦୃଢ଼ ସଂକଳ୍ପ ଭାରତୀୟ କ୍ରୀଡ଼ାର ବର୍ତ୍ତମାନ ଏବଂ ଭବିଷ୍ୟତକୁ ନିରନ୍ତର ଆକାର ଦେଉଛି।

Share

Leave a Reply

Your email address will not be published. Required fields are marked *

one × 2 =