Business

ଅକ୍ସିସ୍ ବ୍ୟାଙ୍କ୍ ଏବଂ ଇଣ୍ଡିଆ ଏସ୍‌ଏମ୍‌ଇ ଫୋରମ୍ ପକ୍ଷରୁ ଭାରତର ଶ୍ରେଷ୍ଠ ୧୦୦ ଏମ୍‌ଏସ୍‌ଏମ୍‌ଇ ଲିଡରଙ୍କୁ ସମ୍ମାନ

ଭୁବନେଶ୍ୱର: ଭାରତର ଏକ ପ୍ରମୁଖ ବ୍ୟାଙ୍କ୍ ଅକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ଇଣ୍ଡିଆ ଏସଏମଇ ଫୋରମର ମିଳିତ ସହଯୋଗରେ ନୂଆଦିଲ୍ଲୀରେ ‘ଇଣ୍ଡିଆ ଏସଏମଇ ୧୦୦ ପୁରସ୍କାର ୨୦୨୫’ ସମାରୋହ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଦେଶର ଶ୍ରେଷ୍ଠ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ପ୍ରତିଷ୍ଠାନଗୁଡ଼ିକୁ ସେମାନଙ୍କର ଅସାଧାରଣ ସଫଳତା ଏବଂ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ନବସୃଜନରେ ସେମାନଙ୍କର ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ଓ ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ, ଆକ୍ସିସ ବ୍ୟାଙ୍କର ପରିଚାଳନା ନିର୍ଦେଶକ ଓ ସିଇଓ ଅମିତାଭ ଚୌଧୁରୀ, ଆକ୍ସିସ ବ୍ୟାଙ୍କର କମର୍ସିଆଲ ବ୍ୟାଙ୍କିଂ ଗ୍ରୁପର ମୁଖ୍ୟ ତଥା ସଭାପତି ଶ୍ରୀ ବିଜୟ ଶେଟ୍ଟି ଏବଂ ଇଣ୍ଡିଆ ଏସଏମଇ ଫୋରମର ଅଧ୍ୟକ୍ଷ ଶ୍ରୀ ପ୍ରହଲାଦ କାକର ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ।
ଇଣ୍ଡିଆ ଏସଏମଇ ପୁରସ୍କାରର ୧୧ତମ ସଂସ୍କରଣରେ ସମଗ୍ର ଦେଶରୁ ୨୭୫୦୦ରୁ ଅଧିକ ଏମଏସଏମଇ ପ୍ରତିଷ୍ଠାନଠାରୁ ଆବେଦନ ଆସିଥିଲା। ଶ୍ରେଷ୍ଠ ୧୦୦ ଏମଏସ,ମଇ ବିଜେତାଙ୍କୁ ବିଭିନ୍ନ ମାନଦଣ୍ଡ ଉପରେ ମୂଲ୍ୟାଙ୍କନ କରାଯାଇଥିଲା। ସେମାନଙ୍କ ଅଭିବବୃଦ୍ଧି ପ୍ରଦର୍ଶନ, ଆର୍ôଥକ ସାମର୍ଥ୍ୟ, ନବୀକରଣ, ଲୋକ ପୁଞ୍ଜି, ଆନ୍ତର୍ଜାତୀୟ ଦୃଷ୍ଟିକୋଣ ଏବଂ କର୍ପୋରେଟ୍ ପ୍ରଶାସନ ଆଦିକୁ ବିଚାରକୁ ନିଆଯାଇଥିଲା। ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ, ସ୍ୱାସ୍ଥ୍ୟସେବା, ଅର୍ଥ, କୃଷି ଏବଂ ଉପଭୋକ୍ତା ପଣ୍ୟ ଆଦି କ୍ଷେତ୍ରର ସଂସ୍ଥାଗୁଡ଼ିକ ବିଜୟୀ ହୋଇଥିଲେ।
ମହାରାଷ୍ଟ୍ର ୧୭ ବିଜେତା ସହ ଶୀର୍ଷରେ ରହିଥିଲା। ଏହା ପଛକୁ ତାମିଲନାଡୁ (୧୨), ଦିଲ୍ଲୀ (୧୧), କର୍ଣ୍ଣାଟକ ଏବଂ ଉତରପ୍ରଦେଶ (୧୦ ପ୍ରତ୍ୟେକ), ଗୁଜରାଟ ଏବଂ ହରିୟାଣା (ପ୍ରତ୍ୟେକ ୮), ଏବଂ ରାଜସ୍ଥାନ (୭) ରହିଥିଲା। ପଶ୍ଚିମବଙ୍ଗ, ତେଲେଙ୍ଗାନା, ପଞ୍ଜାବ, ଜମ୍ମୁ ଏବଂ କାଶ୍ମୀର, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, କେରଳ, ଏବଂ ଗୋଆ ଭଳି ରାଜ୍ୟଗୁଡ଼ିକ ମଧ୍ୟ ଭଲ ଭାବରେ ପ୍ରତିନିଧିତ୍ୱ ରହିଥିଲା। ଏହା ବ୍ୟତୀତ, ୨୨ ବିଜୟୀ ପ୍ରତିଷ୍ଠାନ ମହିଳାଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ଯାହା ବ୍ୟବସାୟ କ୍ଷେତ୍ରରେ ମହିଳାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଏବଂ ନେତୃତ୍ୱକୁ ଦର୍ଶାଉଛି।
ଏହି ଅବସରରେ ଅକ୍ସିସ୍ ବ୍ୟାଙ୍କ୍ ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଅମିତାଭ ଚୌଧୁରୀ କହିଛନ୍ତି ଯେ, “ଭାରତର ଏମ୍‌ଏସ୍‌ଏମ୍‌ଇ କେବଳ ଉଦ୍ୟୋଗୀ ନୁହଁନ୍ତି; ସେମାନେ ପ୍ରଗତିର ଇଞ୍ଜିନ। ସେମାନେ ନିଜର ପ୍ରତିଭା ଏବଂ ଦୃଢ଼ତା ସହିତ ଦେଶର ଅର୍ଥନୈତିକ ଭାଗ୍ୟକୁ ଗଢ଼ୁଛନ୍ତି। ଅକ୍ସିସ୍ ବ୍ୟାଙ୍କ ଭାବରେ ଆମେ ଏମ୍‌ଏସ୍‌ଏମ୍‌ଇ ପ୍ରତିଷ୍ଠାନଙ୍କୁ ସମର୍ଥନ କରୁଛୁ। ସେମାନଙ୍କ ସହ ଭାଗୀଦାର ହୋଇ ତଥା ସେମାନଙ୍କର ଆକାଂକ୍ଷାକୁ ବଢ଼ାଉଛୁ। ସେମାନଙ୍କୁ ସଠିକ୍ ଆର୍ôଥକ ସମାଧାନ ପ୍ରଦାନ କରି ଆହ୍ୱାନକୁ ସୁଯୋଗରେ ପରିଣତ କରୁଛୁ। ଯେତେବେଳେ ଏହି ପ୍ରତିଷ୍ଠାନଗୁଡ଼ିକ ନୂତନ ସୀମା ଅତିକ୍ରମ କରନ୍ତି, ସେମାନେ ଭାରତର ସ୍ଥାନକୁ ଏକ ଉଜ୍ଜ୍ୱଳ ଅର୍ଥନୈତିକ ଶକ୍ତି ଭାବେ ଦୃଢ଼ କରନ୍ତି। ଆମେ ଏହି ବର୍ଷର ବିଜେତାଙ୍କୁ ଅଭିନନ୍ଦନ ଜଣାଉଛୁ ଏବଂ ସେମାନଙ୍କର ସଫଳତାକୁ ଉତ୍ସବ କରି ତାଙ୍କ ବୃଦ୍ଧି ପାଇଁ ଆମର ପ୍ରତିବଦ୍ଧତାକୁ ପୁନର୍ବାର ଦୃଢ଼ କରୁଛି।”
ଇଣ୍ଡିଆ ଏସ୍‌ଏମ୍‌ଇ ଫୋରମ୍‌ର ଅଧ୍ୟକ୍ଷ ପ୍ରହଲ୍ଲାଦ କକର୍ କହିଛନ୍ତି ଯେ,“ଇଣ୍ଡିଆ ଏସ୍‌ଏମ୍‌ଇ ଆୱାର୍ଡସ୍ କେବଳ ସଫଳତାକୁ ମାନ୍ୟତା ଦେଇନାହିଁ, ବରଂ ଭବିଷ୍ୟତ ଉଦ୍ୟୋଗିମାନଙ୍କୁ ଅନୁପ୍ରାଣିତ କରିଛି। ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ହେଉଛନ୍ତି ଆମ ଅର୍ଥନୀତିର ମେରୁଦଣ୍ଡ ଏବଂ ସେମାନଙ୍କ ସ୍ଥାୟିତ୍ୱ, ନବସୃଜନ ଓ ନିଷ୍ଠା ଭାରତର ଅଭିବୃଦ୍ଧିକୁ ଆଗକୁ ନେବା ଜାରି ରଖିବ।”

Share

Leave a Reply

Your email address will not be published. Required fields are marked *

twenty − eleven =