ବ୍ରାହ୍ମଣୀପାଳସ୍ଥିତ ଟାଟା ଷ୍ଟିଲ ଫାଉଣ୍ଡେସନର ଟସର ପ୍ରକଳ୍ପରୁ ୧୦୦୦ ଚାଷୀ ଉପକୃତ

ବ୍ରାହ୍ମଣୀପାଳ: ସ୍ଥାୟୀ ଜୀବିକା ଏବଂ ଜୈବ ବିବିଧତା ସଂରକ୍ଷଣ ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ଏହାର ନିରନ୍ତର ପ୍ରତିବଦ୍ଧତାରେ ବ୍ରାହ୍ମଣୀପାଳ ଅଂଚଳରେ ଟସର ଭିତିକ ଜୀବିକାକୁ ପ୍ରୋତ୍ସାହିତ କରୁଛି । ଟସର ଚାଷ କ୍ଷେତ୍ର ପ୍ରତିଷ୍ଠା ମାଧ୍ୟମରେ ଏକ ଆତ୍ମନିର୍ଭରଶୀଳ, ଜୈବ ବିବିଧତା ସମ୍ପନ୍ନ ପରିବେଶ ସୃଷ୍ଟି କରିବା, ଅମୂଲ୍ୟ ଜୀବିକା ସୁଯୋଗ ପ୍ରଦାନ କରିବା ଏହି ପଦକ୍ଷେପର ଲକ୍ଷ୍ୟ ।

୨୦୧୫ ଆର୍ôଥକ ବର୍ଷରେ ଆରମ୍ଭ ହେବା ପରଠାରୁ ଏହି ଅଭିଯାନ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି, ଯାହା ହରିଚନ୍ଦନପୁରର ୫ଟି ଗ୍ରାମ ପଂଚାୟତ ଏବଂ ଦାନଗଦୀ ଓ ସୁକିନ୍ଦାର ୭ଟି ଗ୍ରାମ ପଂଚାୟତର ପ୍ରାୟ ୧୦୦୦ ଚାଷୀଙ୍କୁ ସକାରାତ୍ମକ ଭାବେ ପ୍ରଭାବିତ କରିଛି । ଏହା ସେମାନଙ୍କୁ ବିକଳ୍ପ ଆୟ ଉତ୍ସ ପ୍ରଦାନ କରିଛି ଏବଂ ସେମାନଙ୍କର ସାମଗ୍ରିକ ଜୀବନ ଧାରଣମାନରେ ଉନ୍ନତି ଆଣିଛି । ଏହି କାର୍ଯ୍ୟକ୍ରମର ପ୍ରାଥମିକ ଲକ୍ଷ୍ୟ ହେଉଛି ହରିଚନ୍ଦନପୁରରୁ ମଙ୍ଗଳପୁର ପର୍ଯ୍ୟନ୍ତ ଏକ ଆତ୍ମନିର୍ଭରଶୀଳ, ଜୈବ ବିବିଧତା ପରିବେଶ ସୃଷ୍ଟି କରିବା, ଟସର ଚାଷ ଜୋନ୍ ପ୍ରତିଷ୍ଠା କରି ସମଗ୍ର ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରିବା ।

ହରିଚନ୍ଦନପୁର ବ୍ଲକ ରାସୋଳ ପଂଚାୟତ ଝୁମକାପଟିଆ ଗ୍ରାମର ଗୁରୁଚରଣ ବିରୁଆ କୁହନ୍ତି, \”ଚାଷର ସଠିକ ପ୍ରକ୍ରିୟାକୁ ବୁଝିବା ଦରକାର, ପୂର୍ବରୁ ମୋର କୌଣସି ଆନୁଷ୍ଠାନିକ ପ୍ରଶିକ୍ଷଣ ନଥିଲା । ଆମର ପୂର୍ବପୁରୁଷମାନେ ଯାହା ଅନୁସରଣ କରୁଥିଲେ ତାହା ଆଶାନୁରୂପ ନଥିଲା; ତେଣୁ ଆମେ କେବେବି ଭଲ ରୋଜଗାର କରିପାରୁନଥିଲୁ, କିନ୍ତୁ ଟାଟା ଷ୍ଟିଲ ଫାଉଣ୍ଡେସନ ମାଧ୍ୟମରେ ଉପଯୁକ୍ତ ପ୍ରଶିକ୍ଷଣ ନେବା ପରେ ମୁଁ ବୈଜ୍ଞାନିକ ପଦ୍ଧତି ଆପଣାଇଥିଲି ଏବଂ ଶେଷରେ ମୋର ରୋଜଗାର ବୃଦ୍ଧି କରିଥିଲି ।

ପୂର୍ବରୁ ଚାଷୀମାନେ ପ୍ରତି ଋତୁରେ ପ୍ରାୟ ୧୫ରୁ ୨୦ ହଜାର ଟଙ୍କା ରୋଜଗାର କରୁଥିଲେ । ଟାଟା ଷ୍ଟିଲ ଫାଉଣ୍ଡେସନର ସହାୟତା ପରେ ଏବେ ଜଣେ କୃଷକଙ୍କ ହାରାହାରି ଆୟ ଋତୁ ପିଛା ୩୫,୦୦୦-୪୦,୦୦୦କୁ ବୃଦ୍ଧି ପାଇଛି, ଯାହା କି ପୂର୍ବ ରୋଜଗାରକୁ ଦ୍ୱିଗୁଣିତ କରିଛି ।

ଗୋଷ୍ଠୀ ବିକାଶ ପାଇଁ ଦୃଢ଼ ପ୍ରତିବଦ୍ଧତା ଯୋଗୁଁ ଟିଏସଏଫ ଏହି ପଦକ୍ଷେପର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ, ହୋଷ୍ଟ ପ୍ଲାଂଟ ପ୍ୟାଚ୍ ରକ୍ଷଣାବେକ୍ଷଣ, ବିହନ କୌଶଳ, ଟସର ରେଶମ ସୂତା ଉତୋଳନ, କୃଷି ଇନପୁଟ୍ ସହାୟତା, ଅନୁଷ୍ଠାନ ନିର୍ମାଣ ଏବଂ ଅତ୍ୟାବଶ୍ୟକ ଭିତିଭୂମି ବିକାଶ ମାଧ୍ୟମରେ ଫାଉଣ୍ଡେସନ୍ ସକ୍ରିୟ ଭାବରେ କୃଷକମାନଙ୍କୁ ସହଯୋଗ କରିଛି ।

ଟାଟା ଷ୍ଟିଲ ଫାଉଣ୍ଡେସନ, ରେଶମ କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନର ରଣନୈତିକ ସହଯୋଗରେ ଯାଜପୁରରେ ଟସର ରେଶମ କୃଷି କ୍ଷେତ୍ରର ପୁନରୁଦ୍ଧାରକୁ ପ୍ରୋତ୍ସାହିତ କରୁଛି । ନୂଆ ଗଛ ଚାଷ, ବୈଜ୍ଞାନିକ ପଦ୍ଧତିର କାର୍ଯ୍ୟକାରିତା ଓ କୃଷକ ସଶକ୍ତୀକରଣ ମାଧ୍ୟମରେ ଏହି ମେଂଟ କେବଳ ରେଶମ ନୁହେଁ ବରଂ ଯାଜପୁର ସମୃଦ୍ଧିର ପ୍ରତିଶ୍ରୁତି ଦେଇଛି ବୋଲି ସୁକିନ୍ଦା ଟସର ରିୟରର୍ସ କୋ-ଅପରେଟିଭ୍ ସୋସାଇଟିର ସମ୍ପାଦକ ଗୋବର୍ଦ୍ଧନ ପ୍ରଧାନ କହିଛନ୍ତି ।

ଏହି ପରିବର୍ତନକାରୀ ପ୍ରକଳ୍ପର ନିରବଚ୍ଛିନ୍ନ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର (ଏମ୍‌ଓୟୁ) ଆନୁଷ୍ଠାନିକ ଭାବେ ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ରରେ ଓଡ଼ିଶାର ହସ୍ତତନ୍ତ, ବୟନ ଓ ହସ୍ତତନ୍ତ ବିଭାଗ, ଯାଜପୁର ଜିଲ୍ଲା ପ୍ରଶାସନ ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନ ମିଳିତ ଭାବେ ନିରନ୍ତର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

16 + 13 =