ଆମ୍ପିୟର ପାର୍ବଣ ଋୁତରେ ଭୁବନେଶ୍ୱରକୁ ଆଣିଛି “ଭାରତ କି ସ୍ମାର୍ଟ ରାଇଡ୍’
ଭୁବନେଶ୍ୱର: ନବରାତ୍ରୀରେ ଉତ୍ସବ ଋତୁ ଆରମ୍ଭ ହୋଇଥିବା ବେଳେ ଆମ୍ପିୟର ପକ୍ଷରୁ ଆମ୍ପିୟର ନେକ୍ସସ୍ ଇଏକ୍ସ+ ଓ ଇଂଟେଲିପ୍ୟାକ୍ ସହ ମ୍ୟାଗ୍ନସ୍ ଜିମ୍ୟାକ୍ସକୁ ଉନ୍ମୋଚନ କରାଯାଇଥିବା ବେଳେ ନୂଆ ଏକ୍ସପେରିଏନ୍ସ ସେଂଟର ଆୟନ୍ ହ୍ୱିଲ୍ସ ଓ ଜଗନ୍ନାଥ ଇ ହ୍ୱିଲ୍ସକୁ ଯଥାକ୍ରମେ ପାତ୍ରପଡ଼ା ଓ ସତ୍ୟବିହାରରେ ଖୋଲାଯିବା ସହ ଭୁବନେଶ୍ୱରକୁ “ଭାରତ କି ସ୍ମାର୍ଟ ରାଇଡ୍’ ଅଣାଯାଇଛି। ଉତ୍ସବ ଋତୁରେ ପଡ଼ୋଶୀ, ବଜାର ଓ ଗୋଷ୍ଠୀ କାର୍ଯ୍ୟକ୍ରମ ପାଇଁ ଯାତାୟାତ ବଢ଼ିବାକୁ ଥିବା ବେଳେ ଆମ୍ପିୟରର ରହିଥିବା ଇଲେକ୍ଟ୍ରିକ୍ ସ୍କୁଟରଗୁଡ଼ିକୁ ଦୈନନ୍ଦିନ ଯାତାୟାତ ଆବଶ୍ୟକତା ପୂରଣ କରିବା ଭଳି ପ୍ରସ୍ତୁତ କରାଯାଇଛି। ସେଥିରେ କାର୍ଯ୍ୟଦକ୍ଷତା, ପ୍ରଯୁକ୍ତି ଓ ସହଜ ଭାବେ ଉପଲବ୍ଧତାର ମିଶ୍ରଣ ରହିଛି।
ଏହି ପୋର୍ଟଫୋଲିଓର କେନ୍ଦ୍ରସ୍ଥଳରେ ରହିଛି ଆମ୍ପିୟର ନେକ୍ସସ୍ ଇଏକ୍ସ+, ଯେଉଁଥିରେ ନୂଆ ୫ କେଡବ୍ଲ୍ୟୁ ମୋଟର୍ ରହିଛି ଓ ବିଭିନ୍ନ ପ୍ରକାର କଠିନ ରାସ୍ତାରେ ପ୍ରଦର୍ଶନ କରିଥିବାରୁ ଏହା ନାମରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ରେକର୍ଡ ରହିଛି। ମ୍ୟାକ୍ସନସ୍ ଜିମ୍ୟାକ୍ସ ଦୈନନ୍ଦିତ କାର୍ଯ୍ୟଦକ୍ଷତା, କନେକ୍ଟେଡ୍ ପ୍ରଯୁକ୍ତି ଓ ସୁଲଭତା ଆଣିଥିବା ବେଳେ ମ୍ୟାଗ୍ନସ୍ ନିଓ ଏର୍ଗୋନୋକି୍ ଓ ଆରାମଦାୟକତା ଉପରେ ଧ୍ୟାନ ଦେଉଛି। ନିକଟରେ ଉନ୍ମୋଚନ କରାଯାଇଥିବା ଆମ୍ପିୟର ରିଓ ଭାଇବ୍ ଯୁବ ଚାଳକଙ୍କ ପାଇଁ ପୋର୍ଟଫୋଲିଓକୁ ଆହୁରି ବିସ୍ତାର କରିଛି ଯାହା ଛାତ୍ରଛାତ୍ରୀ ଓ କଲେଜ ପଢ଼ୁଆ ପିଲାମାନଙ୍କ ପାଇଁ ବେଶ୍ ଉପଯୋଗୀ। ନେକ୍ସସ୍ ଇଏକ୍ସ+ ଓ ମ୍ୟାଗ୍ନସ୍ ଜିମ୍ୟାକ୍ସ ଭାରିଆଂଟ୍ରେ ଇଂଟେଲିପ୍ୟାକ୍ ରହିଛି। ସେଥିରେ କ୍ରୁଜ୍ କଂଟ୍ରୋଲ୍, ହିଲ୍ ହୋଲ୍ଡ ଆସିଷ୍ଟ, ଫାଇଣ୍ଡ୍ ମାଇଁ ସ୍କୁଟର ଓ ଟର୍ଣ୍ଣ ବାଏ ଟର୍ଣ୍ଣ ଇଣ୍ଡିକେଟର୍ ଭଳି ୩୦ ଇଂଟେଲିଜେଂଟ୍ ସୁବିଧାକୁ ଆମ୍ପିୟର୍ କନେକ୍ଟ୍ ଆପ୍ ଜରିଆରେ ହାସଲ କରାଯାଇପାରିବ। ଏହି ପୋର୍ଟଫୋଲିଓରେ ପରବର୍ତୀ ପିଢ଼ିର ଏଲ୍ଏଫ୍ପି ବ୍ୟାଟେରି ପ୍ରଯୁକ୍ତି ରହିଛି ଓ ବ୍ୟାଟେରି ଉପରେ ୫ ବର୍ଷ/୭୫,୦୦୦ କିମି ପର୍ଯ୍ୟନ୍ତ ୱାରେଂଟି ପ୍ରଦାନ କରାଯାଉଛଇ ଯାହା ଗ୍ରାହକଙ୍କୁ ଦୈନନ୍ଦିତ ଇଲେକ୍ଟ୍ରିକ୍ ସ୍କୁଟର ବ୍ୟବହାର କରିବାର ବିଶ୍ୱାସ ପ୍ରଦାନ କରିବ।
ଆମ୍ପିୟର୍ର “ଭାରତ କି ସ୍ମାର୍ଟ ରାଇଡ୍’ରେ ବାସ୍ତବ ଦୁନିଆର ଇଞ୍ଜିନିୟରିଂ ଓ ଦେଶର କୋଣ ଅନୁକୋଣରୁ ସ୍ୱୀକୃତି ରହିଛି। ମ୍ୟାଗ୍ନସ୍ ଜିମ୍ୟାକ୍ସ ନିକଟରେ ଅରୁଣାଚଳ ପ୍ରଦେଶର ଡଙ୍ଗ ଉପତ୍ୟାକାରୁ କଛ୍ର ଗୁହର ମୋତି ପର୍ଯ୍ୟନ୍ତ ପ୍ରାୟ ୪୦୦୦ କିମି ରାସ୍ତାକୁ ୧୫ ଦିନରେ ଶେଷ କରିଥିଲା ଯେଉଁଥିରେ ପାହାଡ଼, ସମତଳ ଓ ମରୁଭୂମି ଆଦି ରହିଥିଲା। ନେକ୍ସସ୍ ପ୍ଲାଟଫର୍ମ କୋଲି ପାହାଡ଼ରେ ୭୦ ହେୟାରପିନ୍ ବାଙ୍କ ଅତିକ୍ରମ କରି ୧୩,୨୦୦ ଫୁଟର ସିପ୍କି ଲା ପାସ୍ରେ ପହଂଚିଥିଲା।
ପ୍ରମୁଖ ବଜାରରେ ରିଟେଲ ଓ ସର୍ଭିସ୍ ଉପସ୍ଥିତିକୁ ବଢ଼ାଇବା ଓ ଗ୍ରାହକଙ୍କ ପାଖରେ ମାଲିକାନା ପହଂଚାଇବା ପାଇଁ ଆମ୍ପିୟରର ରହିଥିବା ନିରନ୍ତର ଉଦ୍ୟମର ଅଂଶ ସ୍ୱରୂପ ନୂଆ ଏକ୍ସପେରିଏନ୍ସ ସେଂଟର ଖୋଲାଯାଇଛି।

