ଆଦିତ୍ୟ ବିର୍ଲା ଗ୍ରୁପ୍ ପକ୍ଷରୁ ବିର୍ଲା ଓପସ୍ ପେଂଟସ୍‌ର ଶୁଭାରମ୍ଭ

ତିନି ବର୍ଷରେ ୧୦,୦୦୦ କୋଟି ଟଙ୍କାର ରାଜସ୍ୱ ହାସଲ ଲକ୍ଷ୍ୟ
ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା ନୂଆ ଡେକୋରେଟିଭ୍ ପେଂଟ୍‌ସ ବ୍ରାଣ୍ଡ୍ ବିର୍ଲା ଓପସ୍ ପେଂଟ୍‌ସ ଅଧୀନରେ ନୂଆ ଉତ୍ପାଦ ଓ ସେବାର ଶୁଭାରମ୍ଭ କରିଛନ୍ତି । କମ୍ପାନି ତିନି ବର୍ଷ ଭିତରେ ପୂର୍ଣ୍ଣ ଦକ୍ଷତାର ସହ କାର୍ଯ୍ୟ କରି ୧୦,୦୦୦ କୋଟି ଟଙ୍କାର ରାଜସ୍ୱ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଏହା ଜରିଆରେ କମ୍ପାନି ୮୦,୦୦୦ କୋଟି ଟଙ୍କାର ଭାରତୀୟ ଡେକୋରେଟିଭ୍ ପେଂଟ୍ ବଜାରରେ ପ୍ରବେଶ କରିଛି । କମ୍ପାନି ୧୦,୦୦୦ କୋଟି ଟଙ୍କାର ନିବେଶ କରି ଏହାର ପ୍ରମୁଖ କମ୍ପାନି ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଦ୍ୱାରା ବିର୍ଲା ଓପସ୍ ବ୍ୟବସାୟ ସ୍ଥାପନ କରିଛି ।
ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା କହିଛନ୍ତି ଯେ, “ଭାରତ ଆଜି ଗତିଶୀଳତା, ଦୁଃସାହସିକତା ଏବଂ ପରିବର୍ତନ ଆଗ୍ରହରେ ପରିପୂର୍ଣ୍ଣ । ଏହି ଭାରତ ଆମର ପେଂଟ୍ ଉଦ୍ୟୋଗ ବିର୍ଲା ଓପସରେ ପ୍ରତିଫଳିତ ହୋଇଛି । ଆଦିତ୍ୟ ବିର୍ଲା ଗ୍ରୁପ୍‌ର କୋଠା ଉପକରଣ ବ୍ୟବସ୍ଥା ବିଷୟରେ ଗଭୀର ବୁଝାମଣା ଆମକୁ ଏକ ଅନନ୍ୟ ସୁବିଧା ପ୍ରଦାନ କରୁଛି । ତେଣୁ ବିର୍ଲା ଓପସ୍ ବର୍ତମାନର କ୍ଷମତାଠାରୁ ୪୦% ବୃଦ୍ଧି ସହିତ ରଙ୍ଗ ଶିଳ୍ପରେ ପରିବର୍ତନ ଆଣିବାକୁ ପ୍ରସ୍ତୁତ । ବିଶ୍ୱର କୌଣସି ପେଂଟ୍ କମ୍ପାନି ଏକକାଳୀନ କାରଖାନା, ପରିଚାଳନା, ଉତ୍ପାଦ ଏବଂ ସେବା ଆରମ୍ଭ କରିନାହିଁ । ଆଦିତ୍ୟ ବିର୍ଲା ଗ୍ରୁପ୍ ଦ୍ୱାରା ବିର୍ଲା ଓପସ୍‌କୁ ଏକ ବ୍ୟ।।ପକ ଷ୍ଟାର୍ଟଅପ୍ ଭାବରେ ଦେଖିବା ଉଚିତ୍ । ଏହା ଏକ ଷ୍ଟାର୍ଟଅପ୍ ର ଚପଳତା, ଶକ୍ତି ଏବଂ ବ୍ୟୟବହୁଳତାକୁ ଏକ ସ୍ଥିର ଏବଂ ଗତିଶୀଳ ଗୋଷ୍ଠୀର ଦୃମତା, ଭରସାଯୋଗ୍ୟତା ଓ ବ୍ରାଣ୍ଡ ସୁଦୃଢ଼ତା ସହିତ ମିଶ୍ରଣ କରିଛି ।’’
ବିର୍ଲା ଓପସ୍ ଉତ୍ପାଦ ୨୦୨୪ ମାର୍ଚ୍ଚ ମଧ୍ୟଭାଗରୁ ପଞ୍ଜାବ, ହରିୟାଣା ଏବଂ ତାମିଲନାଡୁରେ ଏବଂ ଜୁଲାଇ ୨୦୨୪ ସୁଦ୍ଧା ଭାରତର ସମସ୍ତ ୧ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରରେ ଉପଲବ୍ଧ ହେବ । ଆର୍ôଥକ ବର୍ଷ ଶେଷ ସୁଦ୍ଧା ୬,୦୦୦ରୁ ଅଧିକ ସହରରେ ଏହାର ବିତରଣକୁ ତ୍ୱରାନ୍ୱିତ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି । ଏହା ଯେକୌଣସି ପେଂଟ୍ ବ୍ରାଣ୍ଡ ଦ୍ୱାରା ଭାରତରେ ଦ୍ରୁତତମ ଏବଂ ବ୍ୟାପକ ଶୁଭାରମ୍ଭ ହେବ ।
ଆଦିତ୍ୟ ବିର୍ଲା ଗ୍ରୁପ୍‌ର ନିର୍ଦେଶକ ହିମାଂଶୁ କପାନିଆ କହିଛନ୍ତି ଯେ, “ବିର୍ଲା ଓପସ୍ ସୃଜନଶୀଳତା, ବ୍ୟାପକତା, ପାରଦର୍ଶିତା, ପ୍ରଯୁକ୍ତି ବିଦ୍ୟା ଏବଂ ସ୍ଥାୟୀତ୍ୱ ଉପରେ ମାନଦଣ୍ଡକୁ ପୁନଃନିର୍ଦ୍ଧାରଣ କରିବାକୁ ଯାଉଛି । ଆମେ ନିଶ୍ଚିତ ଯେ ଭବିଷ୍ୟତ ପ୍ରଯୁକ୍ତି ବିଦ୍ୟା ଏବଂ ଅଗ୍ରଣୀ ରସାୟନ ବିଜ୍ଞାନର ପରସ୍ପର ସମ୍ପର୍କ ଉପରେ ନିର୍ମିତ ପ୍ରତିଯୋଗିତାମୂଳକ ଲାଭ, କମ୍ ଖର୍ଚ୍ଚ ଏବଂ ଉନ୍ନତ ମାନ ଗ୍ରାହକମାନଙ୍କୁ ପ୍ରଦାନ କରାଯିବ । ଚିତ୍ରକଳାର ଅନୁଭୂତିକୁ ଆନନ୍ଦଦାୟକ ଓ ସମସାମୟିକ କରି ଗ୍ରାହକଙ୍କ ଯାତ୍ରାକୁ ସରଳ କରିବା ପାଇଁ ବିର୍ଲା ଓପସ୍ ପ୍ରତିଶ୍ରୁତି ଦେଇଛି ।’’
ବିର୍ଲା ଓପସ୍ ଶିଳ୍ପରେ ୧୪୫ରୁ ଅଧିକ ଉତ୍ପାଦ ଏବଂ ୧୨୦୦ରୁ ଅଧିକ ଏସକେୟୁ ସହିତ ଜଳଭିତିକ ରଙ୍ଗ, ଏନାମେଲ୍ ରଙ୍ଗ, କାଠ ଫିନିସ୍‌, ୱାଟରପ୍ରୁଫିଂ ଏବଂ ୱାଲପେପର ପ୍ରଦାନ କରିବ । ଅର୍ଥନୀତି, ପ୍ରିମିୟମ, ବିଳାସ, ଡିଜାଇନର ଫିନିସିଂ ଏବଂ ସଂସ୍ଥାଗତ କ୍ଲାଏଂଟ୍ ଭଳି ବର୍ଗରେ ଏହି ଉତ୍ପାଦଗୁଡ଼ିକ ଉପଲବ୍ଧ ହେବ । ଏହାବ୍ୟତୀତ ବିର୍ଲା ଓପସ୍ ୨୧୬ଟି ସ୍ୱତନ୍ତ୍ର ଭାରତୀୟ ରଙ୍ଗକୁ ମିଶାଇ ୨,୩୦୦ରୁ ଅଧିକ ରଙ୍ଗ ପସନ୍ଦର ସର୍ବବୃହତ ରେଞ୍ଜ ଉପସ୍ଥାପନ କରିବ ।
ବିର୍ଲା ଓପସର ସିଇଓ ରକ୍ଷିତ ହାର୍ଗାଭେ କହିଛନ୍ତି ଯେ, “ଶକ୍ତିଶାଳୀ ଆଭ୍ୟନ୍ତରୀଣ ଗବେଷଣା ଓ ବିକାଶ ଏବଂ ବ୍ୟାପକ କ୍ଷେତ୍ର ବୈଧତା ଯୋଗୁଁ ବିର୍ଲା ଓପସ୍ ଅଧିକାଂଶ ଜଳ ଭିତିକ ଉତ୍ପାଦରେ ଅଗ୍ରଣୀ କମ୍ପାନିମାନଙ୍କ ତୁଳନାରେ ଅଧିକ ଉତ୍ପାଦ ୱାରେଂଟି ପାଇଁ ପ୍ରତିଶ୍ରୁତି ଦେଉଛି । ବିର୍ଲା ଓପସ୍ ମଧ୍ୟ ଏନାମେଲ୍ସ ଏବଂ କାଠ ଫିନିସ୍ ଉତ୍ପାଦ ଉପରେ ପ୍ରଥମ ଥର ୱାରେଂଟି ପ୍ରଦାନ କରି ଏକ ମାନଦଣ୍ଡ ସ୍ଥାପନ କରୁଛି । ଏକ ଗ୍ରାହକ କେନ୍ଦ୍ରୀତ ସଂସ୍ଥା ଭାବରେ ବିର୍ଲା ଓପସ୍ ଖୁବଶୀଘ୍ର ଏକ ଅନନ୍ୟ ଏବଂ ପଥପ୍ରଦର୍ଶକ ଗ୍ରାହକ ନିଶ୍ଚିତତା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି । ଉଦଘାଟନୀ ଅଫର ଅନୁଯାୟୀ ଉପଭୋକ୍ତାଙ୍କୁ ଅତିରିକ୍ତ ୧୦% ଜଳ ଭିତିିକ ଉତ୍ପାଦ ମିଳିବ ଏବଂ ଠିକାଦାରମାନେ ଆମର ଅଧିକାଂଶ ଉତ୍ପାଦରେ ଲୟାଲିଟି ସୁବିଧା ପାଇବେ ।’’
ବିର୍ଲା ଓପସ୍ ୩,୦୦,୦୦୦ରୁ ଅଧିକ ପେଂଟ୍ କଂଟ୍ରାକ୍ଟରଙ୍କୁ ପଞ୍ଜୀକୃତ କରିିଛି ଏବଂ ସର୍ବବୃହତ ନମୁନା ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ କରୁଛି ।

Share

Leave a Reply

Your email address will not be published. Required fields are marked *

one × three =