ଆଦାନି ପୋର୍ଟଫୋଲିଓର ସର୍ବକାଳୀନ ସର୍ବାଧିକ ଇବିଆଇଟିଡିଏ ଅଭିବୃଦ୍ଧି, ୨୦୨୩-୨୪ର ପ୍ରଥମ ଛଅ ମାସରେ ୪୭% ବୃଦ୍ଧି

ଭୁବନେଶ୍ୱର: ଆଦାନି ପୋର୍ଟଫୋଲିଓ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷର ଅର୍ଧ ବାର୍ଷିକ ଆର୍ଥିକ ଫଳାଫଳ ରିପୋର୍ଟ ଜାରି କରାଯାଇଛି । କଂପାନି ଏହାର ସମସ୍ତ ବ୍ୟବସାୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । କଂପାନିର ଗ୍ରୁପ୍ ସିଏଫ୍‌ଓ ଯୁଗସିନ୍ଦର ସିଂହ କହିଛନ୍ତି ଯେ, “ବିମାନବନ୍ଦନର, ଗ୍ରିନ ହାଇଡ୍ରୋଜେନ୍ ଓ ଅନ୍ୟାନ୍ୟ ସଂପତିର ସଫଳତା କାହାଣୀ ଜାରି ରହିଛି ଏବଂ ପୋର୍ଟଫୋଲିଓ ଇବିଆଇଟିଡିଏକୁ ସେମାନଙ୍କ ଅବଦାନ ୮ ପ୍ରତିଶତ ପାଖାପାଖି ରହିଛି । ଅର୍ଥନୈତିକ ଓ ଅନ୍ୟାନ୍ୟ ଆହ୍ୱାନ ଭଳି ସମୟ ସତ୍ୱେ ଏହି ପୋର୍ଟଫୋଲିଓ ଦୃଢ଼ ରହିଛି ।’’
୨୦୨୩-୨୪ର ପ୍ରଥମ ଅର୍ଧ-ବାର୍ଷିକରେ କଂପାନିର ଇବିଆଇଟିଡିଏ ୪୩,୬୮୮ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ତୁଳନାରେ ୪୭ ପ୍ରତିଶତ ଅଧିକ । ଏହା ହେଉଛି କଂପାନିର ସର୍ବକାଳୀନ ସର୍ବାଧିକ ଇବିଆଇଟିଡିଏ । ପାଂଚ ବର୍ଷ ଭିତରେ ଏହି ପୋର୍ଟଫୋଲିଓ ବାର୍ଷିକ ୨୬.୩ ପ୍ରତିଶତ ହାରରେ ଆଗକୁ ବଢ଼ିଛି । ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ଛଅ ମାସର ଇବିଆଇଟିଡିଏ ୨୦୨୨-୨୩ ଆର୍ଥିକ ବର୍ଷ ସାରା ଇବିଆଇଟିଡିଏଠାରୁ ଅଧିକ ହୋଇଥିବା ବେଳେ ୨୦୧୮-୧୯ର ଇବିଆଇଟିଡିଏଠାରୁ ତିନି ଗୁଣା ଅଧିକ ରହିଛି ।
କଂପାନିର ଭିତିଭୂମି ବ୍ୟବସାୟ ୫୨ ପ୍ରତିଶତ ବୃଦ୍ଧି ପାଇ ୩୭,୩୭୯ କୋଟି ଟଙ୍କା ହୋଇଛି ଯାହା ମୋଟ ଇବିଆଇଟିଡିଏର ୮୬ ପ୍ରତିଶତ । ଏହି ବ୍ୟବସାୟରେ ସାମିଲ ରହିଛି ଆଦାନି ଗ୍ରିନ୍ ଏନର୍ଜି, ଆଦାନି ଏନର୍ଜି ସଲ୍ୟୁସନ୍ସ, ଆଦାନି ପାୱାର, ଆଦାନି ଟୋଟାଲ ଗ୍ୟାସ, ଆଦାନି ପୋର୍ଟସ୍ ଆଣ୍ଡ୍ ଏସ୍‌ଇଜେଡ୍‌, ଆଦାନି ଏଟଂରପ୍ରାଇଜେସ୍‌, ଗ୍ରିନ୍ ହାଇଡ୍ରୋଜେନ୍‌, ବିମାନବନ୍ଦର ଓ ସଡ଼କ ପ୍ରକଳ୍ପ ।
ସୁଲଭ ମୂଲ୍ୟର ଗ୍ରିନ୍ ହାଇଡ୍ରୋଜେନ୍ ଉତ୍ପାଦନ ରାଜସ୍ୱରେ ୨୧୨ ପ୍ରତିଶତ ବୃଦ୍ଧି ଆଣିଥିବା ବେଳେ ଇବିଆଇଟିଡିଏରେ ୧୦ ଗୁଣା ବୃଦ୍ଧି କରିଛି । ଆଦାନି ଏଟଂରପ୍ରାଇଜେସ୍ ଅଧୀନରେ ବିମାନବନ୍ଦର କାରବାରରେ ୨୯ ପ୍ରତିଶତ ବୃଦ୍ଧି ଘଟିଛି । ଅମ୍ବୁଜା ଓ ଏସିସି ସିମେଂଟ କାରବାରରେ ନିରନ୍ତର ବ୍ୟୟ ଓ ପରିଚାଳନା ଦକ୍ଷତା ଉପରେ ନଜର ଦିଆଯିବାରୁ ତାହାର ଲାଭ ମିଳିଛି । ୨୦୨୩-୨୪ ପ୍ରଥମ ଛଅ ମାସର ଇବିଆଇଟିଡିଏ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ପହଂଚିଛି ।
ଆଦାନି ଗ୍ରିନ୍ ଏନର୍ଜିର ଇବିଆଇଟିଡିଏ ୭୬ ପ୍ରତିଶତ ବୃଦ୍ଧି ପାଇ ୮,୩୨୫ କୋଟି ଟଙ୍କା ହୋଇଛଚି । ପ୍ରଥମ ଥର ପାଇଁ କଂପାନି ଏଭଳି ମାଇଲଖୁଂଟ ହାସଲ କରିଛି । ଆଦାନି ପୋର୍ଟସ୍ ଆଣ୍ଡ୍ ଏସ୍‌ଇଜେଡ୍‌ର ପଣ୍ୟ ପରିବହନ ଛଅ ମାସରେ ପ୍ରଥମ ଥର ପାଇଁ ୨୦୦ ଏମ୍‌ଏମ୍‌ଟିରେ ପହଂଚିଛି ।

Share

Leave a Reply

Your email address will not be published. Required fields are marked *

13 + 3 =