Friday, October 30, 2026
Latestରାଜ୍ୟ

ଝାରସୁଗୁଡା ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରାଯାଉ

ଭୁବନେଶ୍ବର () ଝାରସୁଗୁଡା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁଙ୍କୁ ଚିଠି ଲେଖିଛନ୍ତି  । ବୀର ସୁରେନ୍ଦ୍ର ସାଏ ପଶ୍ଚିମ ଓଡିଶାକୁ ପ୍ରତିନିଧିତ୍ବ କରୁଥିଲେ ଏବଂ ସ୍ବାଧୀନତା ସଂଗ୍ରାମରେ ତାଙ୍କର ବଳିଷ୍ଠ ଅବଦାନ ରହିଛି  । ଝାରସୁଗୁଡା ବିମାନ ବନ୍ଦର କାର୍ଯ୍ୟକ୍ଷମ ହେଲେ ଏହା ରାଜ୍ୟର ଦ୍ବିତୀୟ ବିମାନ ବନ୍ଦର ହେବ  । ଏହାଦ୍ବାରା ପଶ୍ଚିମ ଓଡିଶାବାସୀ ବିମାନ ସେବା ପାଇପାରିବେ  । ଏହି ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଝାରସୁଗୁଡା ନାମରେ ନାମିତ କରାଗଲେ ଏହାହିଁ ତାଙ୍କ ପ୍ରତି ଉପଯୁକ୍ତ ସମ୍ମାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  ।

Share

Leave a Reply

Your email address will not be published. Required fields are marked *

four × 2 =