Friday, October 30, 2026
ମନୋରଞ୍ଜନ

ସାରାଙ୍କୁ ମିଳୁଛି ଅଫର ପରେ ଅଫର

‘କେଦାରନାଥ୍’ ଜରିଆରେ ବଲଇଉଡ୍ରେ ପାଦ ଥାପିଥିବା ସାରା ଅଲି ଖାନ୍ଙ୍କ ସିମ୍ବା ଏବେ ଫୁଲ୍ ଦମ୍ରେ ଧୂମ୍ ମଚାଇଛି। ଆଉ ଏମିତି ବେଳାରେ ତାଙ୍କୁ ମିଳିଛି ଆଉ ଏକ ଫିଲ୍ମର ଅଫର୍। ପୂରା ସୋନେ ପେ ସୁହାଗା, ନା କ’ଣ କହୁଛନ୍ତି ?
ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିବା ପରେ ସାରାଙ୍କୁ ଦର୍ଶକଙ୍କ ଖୁବ୍ ଭଲ ପାଇବା ମିଳିଛି। କେଦାରନାଥ ଆଉ ପରେ ପରେ ‘ସିମ୍ବା’ ରିଲିଜ୍ ହୋଇଛି। ଯାହାକି ବକ୍ସ ଅଫିସ୍ରେ ଧମାଲ୍ ମଚଉଛି। ତାଙ୍କର ଦୁଇଦୁଇଟି ଫିଲ୍ମ ବକ୍ସ ଅଫିସ୍ରେ କାମାଲ୍ କରିବା ପରେ ଏବେ ରେମୋ ଡିସୁଜାଙ୍କ ‘ଏବିସିଡି-୩’ରେ ସାରାଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା।
ନିକଟରେ ଶୁଣିବାକୁ ମିଳିଥିଲା ‘ଏବିସିଡି-୩’ରେ କାମ କରିବାକୁ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ମନା କରିଦେଇଛନ୍ତି। ସେ ନିଜ ବ୍ୟସ୍ତ ସିଡ୍ୟୁଲ୍ ତଥା ଫିଲ୍ମ ଭାରତ ପାଇଁ ଏଥିରେ ଅଭିନୟ କରିବାକୁ ମନା କରିଦେଇଛନ୍ତି। ସେଥିପାଇଁ ଫିଲ୍ମ ପାଇଁ ଏବେ ଅଭିନେତ୍ରୀ ଖୋଜା ଚାଲିଛି।
ରିପୋର୍ଟ ମୁତାବକ ନିର୍ମାତା ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିସ୍, କୃତି ସେନନ୍ ଓ ଶ୍ରଦ୍ଧା କପୁରଙ୍କ ଭଳି ଅଭିନେତ୍ରୀଙ୍କ ନାଁ ବିଚାରକୁ ନେଇଥିଲେ। କିନ୍ତୁ ଏବେ ଖବର ଆସୁଛି ଏହି ଫିଲ୍ମ ପାଇଁ ସାରା ଅଲ୍ଲୀ ଖାନ୍ଙ୍କୁ କନ୍ସିଡର୍ କରାଯାଉଛି।

Share

Leave a Reply

Your email address will not be published. Required fields are marked *

11 − ten =