Friday, October 30, 2026
Latestରାଜ୍ୟ

ବିଦ୍ୟୁତ୍ ତାର ନେଲା ଦନ୍ତା ହାତୀର ଜୀବନ

ଢେଙ୍କାନାଳରେ ବିଜୁଳି ନେଲା ପୁଣି ହାତୀର ଜୀବନ। ହିନ୍ଦୋଳ ରେଞ୍ଜର ଦୁଦୁରକୋଟ ଜଙ୍ଗଲରେ ଶିକାରୀ ଜନ୍ତୁ ଶିକାର ପାଇଁ ବିଜୁଳି ତାର ବିଛାଇଥିବା ବେଳେ ହାତୀ ଏହାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛି। ବନ ବିଭାଗ କର୍ମଚାରୀ ବିଳମ୍ବରେ ସେଠାରେ ପହଞ୍ଚିଛନ୍ତି। କିଛି ମାସ ତଳେ ସମାନ ଭାବରେ ସେଠାରେ ଆଉ ଏକ ହାତୀର ମଧ୍ୟ ମୃତ୍ୟୁ ଘଟଥିଲା। ବାରମ୍ବାର ଏଭଳି ଘଟଣା ଘଟିବା ପରେ ମଧ୍ୟ ବନବିଭାଗ କୌଣସି ପଦକ୍ଷେପ ନେଉନଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି।

Share

Leave a Reply

Your email address will not be published. Required fields are marked *

five + fifteen =