Business

କସମୋ ଫର୍ଷ୍ଟ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆଣିଲା ପିଭିସି-ଫ୍ରି ଗ୍ରୀନ୍ ଗ୍ରାଫିକ୍ ଫିଲ୍ମ; ପାରମ୍ପରିକ ଭିନାଇଲ୍ ଗ୍ରାଫିକ୍ସର ମିଳିବ ଏକ ନୂଆ ବିକଳ୍ପ

ଭୁବନେଶ୍ୱର: କସମୋ ଫର୍ଷ୍ଟ, ତା’ର “କସମୋ ଫିଲ୍ମସ’ ବ୍ୟବସାୟ ଜରିଆରେ ଭୁବନେଶ୍ୱରରେ ଗ୍ରୀନ୍ ଗ୍ରାଫିକ୍ ଫିଲ୍ମସ ଉପଲବ୍ଧ କରାଉଛି। ଏହା ବ୍ୟବସାୟୀ, ପ୍ରିଣ୍ଟର ଏବଂ ସାଇନେଜ୍ ନିର୍ମାତାମାନଙ୍କୁ ପାରମ୍ପରିକ ପିଭିସି-ଆଧାରିତ ଗ୍ରାଫିକ୍ ଫିଲ୍ମ ବଦଳରେ ଏକ ପିଭିସି-ମୁକ୍ତ ବିକଳ୍ପ ଯୋଗାଇଦେବ। ଅଧିକ ଆକର୍ଷଣ ସହିତ ଉନ୍ନତ ସାମଗ୍ରୀର ସଂଯୋଗରେ ତିଆରି ଏହି ପ୍ରୋଡକ୍ଟ, ଗୁଣବତ୍ତା ଏବଂ ବ୍ୟବହାରର ସହଜତା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବା ସହ ଦାୟିତ୍ୱବାନ ସାମଗ୍ରୀ ଚୟନକୁ ପ୍ରୋତ୍ସାହିତ କରିବ।
ପଲିପ୍ରୋପିଲିନ୍ ବ୍ୟବହାର କରି ତିଆରି କରାଯାଇଥିବା କସମୋ ଗ୍ରୀନ୍ ଗ୍ରାଫିକ୍ ଫିଲ୍ମସ ୧୦୦ ପ୍ରତିଶତ ପିଭିସି-ଫ୍ରି, ଫ୍ଥାଲେଟ୍‌-ଫ୍ରି ଏବଂ ହାଲୋଜେନ୍‌-ଫ୍ରି ରହିଛି । ପାରମ୍ପରିକ ପିଭିସି-ଆଧାରିତ ଗ୍ରାଫିକ୍ ଫିଲ୍ମ ତୁଳନାରେ ଏହାର ତିଆରି ଶୈଳୀ ଭିନ୍ନ ଏବଂ ଏହା ଓଜନରେ ହାଲୁକା ହୋଇଥିବାରୁ ଏହାକୁ ବ୍ୟବହାର କରିବା ଓ ଲଗାଇବା ବହୁତ ସହଜ। ଏହି ଫିଲ୍ମଗୁଡ଼ିକ ସଲଭେଣ୍ଟ, ଇକୋ-ସଲଭେଣ୍ଟ, ୟୁଭି ଏବଂ ଏଚପି ଲେଟେକ୍ସ ପ୍ରିଣ୍ଟିଂ ଟେକ୍ନୋଲୋଜିକୁ ସପୋର୍ଟ କରନ୍ତି, ଯାହା ଫଳରେ ସ୍ପଷ୍ଟ ଗ୍ରାଫିକ୍ସ ଏବଂ ଜୀବନ୍ତ ରଙ୍ଗ ପ୍ରଦର୍ଶିତ ହୋଇଥାଏ। ଏହା ଗ୍ଲସ୍ ଏବଂ ମ୍ୟାଟ୍ ଫିନିସିଂ ସହିତ କ୍ଲିଅର୍ ଏବଂ ଗ୍ରେ ଆଡେସିଭ୍ ବିକଳ୍ପରେ ଉପଲବ୍ଧ, ଯାହା ବିଭିନ୍ନ ବ୍ରାଣ୍ଡିଂ ଏବଂ ଡିସପ୍ଲେ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରୁଛି। ଏହାର ରିସାଇକେବଲ୍ (ପୁନଃଚକ୍ରଣ ଯୋଗ୍ୟ) ଗୁଣ ପରିବେଶ ଅନୁକୂଳ ସାମଗ୍ରୀ ଉପଯୋଗରେ ନେବାକୁ ପ୍ରୋତ୍ସାହିତ କରିଥାଏ।
ଏହି ସେବା ଦୀପାବଳି ଋତୁରେ ବିଶେଷ ପ୍ରାସଙ୍ଗିକ, ଯେତେବେଳେ ଖୁଚୁରା ବ୍ୟବସାୟୀ, ସୋ’ରୁମ୍‌, ରେଷ୍ଟୋରାଣ୍ଟ ଏବଂ ଅନ୍ୟାନ୍ୟ ବ୍ୟବସାୟୀମାନେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପାର୍ବଣ ସାଇନେଜ୍ ଏବଂ ପ୍ରଚାରମୂଳକ ଡିସପ୍ଲେରେ ନିବେଶ କରନ୍ତି। ଗ୍ରୀନ୍ ଗ୍ରାଫିକ୍ ଫିଲ୍ମସକୁ ଦୋକାନ ସାମ୍ନା ସାଇନେଜ୍‌, ୱିଣ୍ଡୋ ଗ୍ରାଫିକ୍ସ, ଇନ୍‌-ଷ୍ଟୋର୍ ସଜାବଟ, ପଏଣ୍ଟ-ଅଫ୍‌-ସେଲ୍ ଡିସପ୍ଲେ ଏବଂ ପ୍ରମୋସନାଲ୍ ପ୍ୟାନେଲ୍ ପାଇଁ ବ୍ୟବହାର କରାଯାଇପାରିବ। ଏହି ପାର୍ବଣ ଋତୁ ବ୍ୟତୀତ, ଏହି ଫିଲ୍ମଗୁଡ଼ିକୁ ରିଟେଲ୍ ବ୍ରାଣ୍ଡିଂ, ଇଭେଣ୍ଟ ଗ୍ରାଫିକ୍ସ ଏବଂ ଅନ୍ୟାନ୍ୟ ପ୍ରଚାରମୂଳକ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇପାରିବ।
ଏହି ଅଫରିଂ ସମ୍ପର୍କରେ କସମୋ ଫିଲ୍ମସର ଗ୍ଲୋବାଲ୍ ବିଜନେସ୍ ହେଡ୍ ଶ୍ରୀ କୁଲଭୂଷଣ ମଲିକ କହିଛନ୍ତି, “ଆଜିକାଲି ବ୍ୟବସାୟୀମାନେ କେବଳ ବ୍ରାଣ୍ଡିଂ ସାମଗ୍ରୀର ଦୃଶ୍ୟମାନ ସୁନ୍ଦରତା ନୁହେଁ, ବରଂ ଏହାର ଗଠନ, ପ୍ରଦର୍ଶନ ଏବଂ ସ୍ଥାୟୀ ପରିବେଶ ଅନୁକୂଳ ବିକଳ୍ପକୁ ଗୁରୁତ୍ୱ ଦେଉଛନ୍ତି। ଗ୍ରୀନ୍ ଗ୍ରାଫିକ୍ ଫିଲ୍ମସ ସହିତ ଆମେ ବଜାରକୁ ଏକ ନୂତନ, ପିଭିସି-ମୁକ୍ତ ବିକଳ୍ପ ଆଣୁଛୁ ଯାହା ପ୍ରିଣ୍ଟର ବିବିଧତା ସହିତ ହାଲୁକା ଗଠନ ଏବଂ ଏକାଧିକ ଫିନିସିଂ ବିକଳ୍ପ ପ୍ରଦାନ କରୁଛି। ଦୀପାବଳି ପାଇଁ ବ୍ୟବସାୟୀମାନେ ପ୍ରସ୍ତୁତ ହେଉଥିବା ବେଳେ, ଏହାର ଆକର୍ଷଣ ଉପରେ ପ୍ରଭାବ ସହିତ କୌଣସି ସାଲିସ ନକରି ଏହି ପରିବେଶ-ଅନୁକୂଳ ବିକଳ୍ପକୁ ଆପଣାଇବାର ଏହା ଏକ ଭଲ ସୁଯୋଗ ହୋଇଛି।”
ଗ୍ରୀନ୍ ଗ୍ରାଫିକ୍ ଫିଲ୍ମସ ଜରିଆରେ କସମୋ ଫର୍ଷ୍ଟ ଗ୍ରାହକଙ୍କ ବଦଳୁଥିବା ଆବଶ୍ୟକତାକୁ ଧ୍ୟାନରେ ରଖି ନୂତନ ସାମଗ୍ରୀ ବିକଶିତ କରିବା ଉପରେ ନିରନ୍ତର ଧ୍ୟାନ ଦେଉଛି। ଉତ୍କୃଷ୍ଟ ପ୍ରିଣ୍ଟ ପ୍ରଦର୍ଶନ, ବ୍ୟବହାରର ସହଜତା ଏବଂ ପିଭିସି-ମୁକ୍ତ ଗଠନକୁ ଏକାଠି ଆଣି କମ୍ପାନୀ ପ୍ରିଣ୍ଟର, ସାଇନେଜ୍ ନିର୍ମାତା ଏବଂ ବ୍ରାଣ୍ଡଗୁଡ଼ିକୁ ପାର୍ବଣ ପ୍ରଚାର ଏବଂ ସାଧାରଣ ବ୍ରାଣ୍ଡିଂ ଆବଶ୍ୟକତା ପାଇଁ ଏକ ଦାୟିତ୍ୱବାନ ବିକଳ୍ପ ଯୋଗାଇବାକୁ ଲକ୍ଷ୍ୟ ରଖିଛି।

Share

Leave a Reply

Your email address will not be published. Required fields are marked *

two × four =