ପାର୍ବଣ ଋତୁରେ କାର୍ କିଣିବା ସମୟରେ: ନୂଆ ଗାଡ଼ି ଘରକୁ ଆଣିବା ପୂର୍ବରୁ ଯାଞ୍ଚ କରନ୍ତୁ ମୋଟର ବୀମା ୭ଟି ଦିଗ
ଭୁବନେଶ୍ୱର: ପାର୍ବଣ ଋତୁ ହେଉଛି କାର୍ କିମ୍ବା ଦୁଇଚକିଆ ଯାନ କିଣିବା ସହ ନୂତନ କାର୍ଯ୍ୟ ଆରମ୍ଭ କରିବାର ଏକ ଶୁଭ ସମୟ। ଅନେକ ଗ୍ରାହକଙ୍କ ପାଇଁ ନୂଆ ଗାଡ଼ିଟିଏ ଘରକୁ ଆଣିବା ଏକ ବଡ଼ ସଫଳତା। ସଠିକ୍ ମୋଡେଲ୍, ଫିଚର ଏବଂ ଫାଇନାନ୍ସିଂ ଚୟନ କରିବା ଗାଡ଼ି କିଣିବାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବା ବେଳେ, ଅପ୍ରତ୍ୟାଶିତ ବିପଦରୁ ଗାଡ଼ିକୁ ସୁରକ୍ଷିତ ରଖିବା ପାଇଁ ଉପଯୁକ୍ତ ମୋଟର ବୀମା ଚୟନ କରିବା ମଧ୍ୟ ସେତିକି ଜରୁରୀ।
ମୋଟର ବୀମା ଚୟନ କେବଳ ଆଇନଗତ ଆବଶ୍ୟକତା ପୂରଣ କରିବା ପାଇଁ ନୁହେଁ। ଉପଲବ୍ଧ କଭରେଜ୍, ଆଡ୍-ଅନ୍ କଭର୍ ଏବଂ ପଲିସିର ସର୍ତ୍ତାବଳୀକୁ ଭଲଭାବେ ବୁଝିବା ଦ୍ୱାରା ଗ୍ରାହକମାନେ ସେମାନଙ୍କ ଗାଡ଼ି, ଗାଡ଼ି ଚଳାଇବାର ଶୈଳୀ ଏବଂ ବ୍ୟକ୍ତିଗତ ଆବଶ୍ୟକତା ଅନୁଯାୟୀ ସଠିକ୍ ସୁରକ୍ଷା ବାଛିପାରିବେ।
ଏହାକୁ ଧ୍ୟାନରେ ରଖି, ଏସବିଆଇ ଜେନେରାଲ୍ ଇନସ୍ୟୁରାନ୍ସ ପାର୍ବଣ ଯାତ୍ରା ଆରମ୍ଭ କରିବା ପୂର୍ବରୁ କାର୍ ମାଲିକମାନଙ୍କ ପାଇଁ କିଛି ଜରୁରୀ ମୋଟର ବୀମା ଯାଞ୍ଚ ସମ୍ପର୍କରେ ଆଲୋକପାତ କରୁଛି:
ଆପଣଙ୍କ ବୀମାରେ ଆଡ୍-ଅନ୍ କଭର୍: ରୋଡ୍ ଟ୍ରିପ୍ ସମୟରେ ଦୀର୍ଘ ଦୂରତା ଏବଂ ବିଭିନ୍ନ ପରିସ୍ଥିତିରେ ଗାଡ଼ି ଚଳାଇବାକୁ ପଡ଼ିଥାଏ, ଯାହା ପାଇଁ ଆଡ୍-ଅନ୍ କଭର୍ ବୁଝିବା ଗୁରୁତ୍ୱପୂର୍ଣ୍ଣ। ଗ୍ରାହକମାନେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ରୋଡସାଇଡ୍ ଆସିଷ୍ଟାନ୍ସ, ଜିରୋ ଡେପ୍ରିସିଏସନ୍, କଞ୍ଜୁମେବୁଲ୍ସ, କି’ କଭର୍ ଏବଂ ଇଞ୍ଜିନ୍ ପ୍ରୋଟେକ୍ସନ୍ ଭଳି ବିକଳ୍ପଗୁଡ଼ିକୁ ପରଖିବାର ଆବଶ୍ୟକତା ରହିଛି।
ବୀମା ପରିସରରୁ ବାଦ ପଡୁଥିବା, ଡିଡକ୍ଟେବଲ୍ସ ଏବଂ କ୍ଲେମ୍ ସର୍ତ୍ତାବଳୀଗୁଡ଼ିକୁ ଜାଣନ୍ତୁ: ବୀମା ସୁରକ୍ଷା ପଲିସିର ନିୟମ ଓ ସର୍ତ୍ତାବଳୀ ଅଧୀନରେ ଥାଏ। ରୋଡ୍ ଟ୍ରିପ୍ରେ ଯିବା ପୂର୍ବରୁ ଆପଣଙ୍କ ମୋଟର ବୀମା କେଉଁ ସବୁ କ୍ଷେତ୍ରକୁ କଭର୍ କରୁଛି, କେଉଁଗୁଡ଼ିକ ଏଥିରୁ ବାଦ୍ ପଡ଼ିଛି ଏବଂ କ୍ଲେମ୍ ପାଇଁ କ’ଣ ଆବଶ୍ୟକ, ତାହା ଯାଞ୍ଚ କରନ୍ତୁ। ଏହା ଦ୍ୱାରା କ୍ଲେମ୍ କରିବା ସମୟରେ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ।
ବ୍ୟବହାର-ଆଧାରିତ ବୀମା ବିକଳ୍ପ ଆପଣାନ୍ତୁ: ଯେପରିକି “ପେ’ ଆଜ୍ ୟୁ ଡ୍ରାଇଭ୍” (ପିଏୱାଇଡ଼ି), ଏହି ପଲିସିରେ କିଲୋମିଟର କିମ୍ବା ଗାଡ଼ିର ଆକଳିତ ବ୍ୟବହାର ଅନୁଯାୟୀ ପ୍ରିମିୟମ୍ ନିର୍ଦ୍ଧାରିତ ହୋଇଥାଏ, ସେହିପରି ‘ପେ” ହାଓ ୟୁ ଡ୍ରାଇଭ୍’ (ପିଏଚୱାଇଡ଼ି) ରେ ଗାଡ଼ି ଚଳାଇବାର ଶୈଳୀ ଅନୁସାରେ ପ୍ରିମିୟମ୍ ସ୍ଥିର ହୋଇଥାଏ। ଏକ ଯୋଜନା ବାଛିବା ପୂର୍ବରୁ ଗ୍ରାହକମାନେ ସେମାନଙ୍କର ଆଶାକରାଯାଉଥିବା କିଲୋମିଟର ଏବଂ ବ୍ୟବହାରର ସୀମା ଯାଞ୍ଚ କରିବା ଉଚିତ୍।
ଜରୁରୀକାଳୀନ ଏବଂ ରୋଡସାଇଡ୍ ଆସିଷ୍ଟାନ୍ସ ବିବରଣୀକୁ ଧ୍ୟାନରେ ରଖନ୍ତୁ: ହାଇୱେ କିମ୍ବା ଘରଠାରୁ ଦୂରରେ ଯାତ୍ରା କରୁଥିବା ସମୟରେ ଗାଡ଼ି ଖରାପ ହେବା କିମ୍ବା ଦୁର୍ଘଟଣା ଘଟିବା ଚିନ୍ତାର ବିଷୟ ହୋଇପାରେ। ଗ୍ରାହକମାନେ ସେମାନଙ୍କ ବୀମା କମ୍ପାନୀର କଷ୍ଟମର୍ କେୟାର୍ ଏବଂ ରୋଡସାଇଡ୍ ଆସିଷ୍ଟାନ୍ସ ନମ୍ବର ସହିତ ଜରୁରୀ ଗାଡ଼ି ଏବଂ ବୀମା କାଗଜପତ୍ର ସାଙ୍ଗରେ ରଖିବା ଆବଶ୍ୟକ।
ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷାକୁ ବୁଝନ୍ତୁ: ବନ୍ୟା, ବାତ୍ୟା, କୁଆପଥର ମାଡ଼ ଏବଂ ଭୂସ୍ଖଳନ ଯୋଗୁଁ ଗାଡ଼ିର ପ୍ରବଳ କ୍ଷତି ହୋଇପାରେ। ଗ୍ରାହକମାନେ ସେମାନଙ୍କୁ ସୁହାଇଲା ଭଳି ‘କମ୍ପ୍ରିହେନ୍ସିଭ୍ ମୋଟର ଇନସ୍ୟୁରାନ୍ସ’ ପଲିସିରେ ପ୍ରାକୃତିକ ବିପର୍ଯ୍ୟୟ କଭରେଜ୍ ଯାଞ୍ଚ କରିବା ସହ ଜଳବନ୍ଦୀ ପ୍ରବଣ ଅଞ୍ଚଳ ପାଇଁ ଇଞ୍ଜିନ୍ ପ୍ରୋଟେକ୍ସନ୍ ଆଡ୍-ଅନ୍ ଜରୁରୀ କି ନୁହେଁ ତାହା ବିଚାର କରିବା ଉଚିତ୍।
ବାଧ୍ୟତାମୂଳକ ଥାର୍ଡ-ପାର୍ଟି ବୀମା ବ୍ୟତୀତ ଅନ୍ୟ କର୍ଭ ବିଷୟରେ ଚିନ୍ତା କରନ୍ତୁ: ଥାର୍ଡ-ପାର୍ଟି ବୀମା ଆଇନଗତ ଭାବେ ବାଧ୍ୟତାମୂଳକ, କିନ୍ତୁ ଏହା ନିଜ ଗାଡ଼ିର କ୍ଷତିକୁ କଭର୍ କରେ ନାହିଁ। ଗ୍ରାହକମାନେ ‘କମ୍ପ୍ରିହେନ୍ସିଭ୍ ମୋଟର ଇନସ୍ୟୁରାନ୍ସ’ ଚୟନ କରିବା ଉଚିତ୍, ଯାହା ଥାର୍ଡ-ପାର୍ଟି ଦାୟିତ୍ୱ ସହିତ ନିଜ ଗାଡ଼ିର କ୍ଷତି, ଦୁର୍ଘଟଣା, ଚୋରି, ନିଆଁ ଏବଂ ପ୍ରାକୃତିକ ବିପର୍ଯ୍ୟୟରୁ ଆର୍ôଥକ ସୁରକ୍ଷା ପ୍ରଦାନ କରିଥାଏ।
ଆପଣଙ୍କର ଇନ୍େସାର୍ଡ ଡିକ୍ଲେୟାର୍ଡ ଭାଲ୍ୟୁ (ଆଇଡ଼ିଭି) ଏବଂ ପଲିସି ବିବରଣୀ ଯାଞ୍ଚ କରନ୍ତୁ: ଆଇଡ଼ିଭି ହେଉଛି ମୋଟର ବୀମା ପଲିସିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଗାଡ଼ି ଚୋରି ହେବା କିମ୍ବା ସମ୍ପୂର୍ଣ୍ଣ ନଷ୍ଟ ହେବା କ୍ଷେତ୍ରରେ ଆଇଡ଼ିଭି ଗାଡ଼ିର ବୀମାକୃତ ମୂଲ୍ୟ ନିର୍ଦ୍ଧାରଣ କରେ। ଗ୍ରାହକମାନେ ଆଇଡ଼ିଭି, ଗାଡ଼ିର ବିବରଣୀ ଏବଂ ପଲିସିଧାରୀଙ୍କ ତଥ୍ୟ ସଠିକ୍ ଅଛି କି ନାହିଁ ତାହା ପୁନରୀକ୍ଷଣ କରିବା ଉଚିତ୍।
ପାର୍ବଣ ଋତୁରେ ଗାଡ଼ି କିଣିବା ଏବଂ ଯାତ୍ରା କରିବାର ନୂଆ ସୁଯୋଗ ଆସୁଥିବା ବେଳେ, ଗାଡ଼ିର ସୁରକ୍ଷା ପାଇଁ ମୋଟର ବୀମା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆବଶ୍ୟକତା ଅନୁଯାୟୀ ସଠିକ୍ କଭରେଜ୍ ଏବଂ ଆଡ୍-ଅନ୍ ବାଛି ଗ୍ରାହକମାନେ ଏକ ସୂଚନାପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ।
ସାରା ଭାରତରେ ୮,୭୦୦ ରୁ ଅଧିକ ନେଟୱାର୍କ ଗ୍ୟାରେଜ୍, କ୍ୟାଶଲେସ୍ ମରାମତି ସୁବିଧା ଏବଂ ରୋଡସାଇଡ୍ ଆସିଷ୍ଟାନ୍ସ ସେବା ସହିତ, ଏସବିଆଇ ଜେନେରାଲ୍ ଗ୍ରାହକମାନଙ୍କ ମୋଟର ବୀମା ଅନୁଭୂତିକୁ ଅଧିକ ସହଜ ଏବଂ ସୁବିଧାଜନକ କରିବାକୁ ଲକ୍ଷ୍ୟ ରଖିଛି। ସଠିକ୍ କଭରେଜ୍ ଏବଂ ସହଜ ସେବା ଯୋଗାଇଦେଇ, ଏସବିଆଇ ଜେନେରାଲ୍ ଇନସ୍ୟୁରାନ୍ସ ଗ୍ରାହକଙ୍କ ବିଶ୍ୱାସ ଜିତିବା ସହ ସେମାନଙ୍କ ଯାତ୍ରାକୁ ଅଧିକ ସୁରକ୍ଷିତ ଓ ଆତ୍ମବିଶ୍ୱାସପୂର୍ଣ୍ଣ କରିବାକୁ ପ୍ରତିବଦ୍ଧ।

