Thursday, October 29, 2026
Business

ଆର୍ଥିକ ବର୍ଷ ୨୦୨୬-୨୭ର ଦ୍ୱିତୀୟ ତ୍ରୈମାସିକରେ ଷ୍ଟାର୍ ହେଲ୍‌ଥର ସାମାନ୍ୟୀକୃତ କର ପରବର୍ତ୍ତୀ ଲାଭ ୭୦ ପ୍ରତିଶତ ବୃଦ୍ଧି ପାଇ ୩୯୦ କୋଟି ଟଙ୍କାରେ ପହଞ୍ଚିଛି

ଭୁବନେଶ୍ୱର : ଭାରତର ସର୍ବବୃହତ ସ୍ୱାଧୀନ ସ୍ୱାସ୍ଥ୍ୟ ବୀମା କମ୍ପାନୀ, ଷ୍ଟାର୍ ହେଲ୍‌ଥ ଆଣ୍ଡ ଆଲାଏଡ୍ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍ (“ଷ୍ଟାର୍ ହେଲ୍‌ଥ”) ୩୦ ସେପ୍ଟେମ୍ବର, ୨୦୨୬ରେ ଶେଷ ହୋଇଥିବା ତ୍ରୈମାସିକ ଏବଂ ଅର୍ଦ୍ଧବାର୍ଷିକ ପାଇଁ ନିଜର ଆର୍ôଥକ ଫଳାଫଳ ଘୋଷଣା କରିଛି। କମ୍ପାନୀର ସାମାନ୍ୟୀକୃତ କର ପଶ୍ଚାତ୍ ଲାଭ ଆର୍ôଥକ ବର୍ଷ ୨୦୨୬-୨୭ର ଦ୍ୱିତୀୟ ତ୍ରୈମାସିକରେ ଗତ ବର୍ଷର ସମାନ ଅବଧି ତୁଳନାରେ ୭୦ ପ୍ରତିଶତ ବୃଦ୍ଧି ପାଇ ୩୯୦ କୋଟି ଟଙ୍କାରେ ପହଞ୍ଚିଛି। ଅଣ୍ଡରରାଇଟିଂ କ୍ଷେତ୍ରରେ କ୍ରମାଗତ ପଞ୍ଚମ ତ୍ରୈମାସିକ ପାଇଁ ଉନ୍ନତି ପରିଲକ୍ଷିତ ହୋଇଛି ଏବଂ କମ୍ପାନୀ କମ୍ପାନୀ ଗତ ଆର୍ôଥକ ବର୍ଷ ୨୦୨୫-୨୬ର ଦ୍ୱିତୀୟ ତ୍ରୈମାସିକ ତୁଳନାରେ ୪୦ କୋଟି ଟଙ୍କାର କ୍ଷତିରୁ ବାହାରି ଆର୍ôଥକ ବର୍ଷ ୨୦୨୬-୨୭ର ଦ୍ୱିତୀୟ ତ୍ରୈମାସିକରେ ୯୯ କୋଟି ଟଙ୍କାର ଲାଭଜନକ ସ୍ଥିତିକୁ ଆସିଛି।
ଆର୍ôଥକ ବର୍ଷ ୨୦୨୭ର ଦ୍ୱିତୀୟ ତ୍ରୈମାସିକ ପ୍ରଦର୍ଶନର ମୁଖ୍ୟ ବିନ୍ଦୁଗୁଡ଼ିକ ମଧ୍ୟରେ, ବ୍ୟବସାୟିକ ଦୃଷ୍ଟିରୁ ଜିଡବ୍ଲ୍ୟୁପି୧୯ ପ୍ରତିଶତ ବୃଦ୍ଧି ପାଇ ୫,୨୭୫ କୋଟି ଟଙ୍କା ଏବଂ ରିଟେଲ୍ ହେଲ୍‌ଥ ଫ୍ରେସ୍ ଜିଡବ୍ଲ୍ୟୁପି ୩୫ ପ୍ରତିଶତ ବୃଦ୍ଧି ପାଇଛି। ଆର୍ôଥକ ଦୃଷ୍ଟିରୁ, କମ୍ପାନୀର ମୋଟ କର ପଶ୍ଚାତ୍ ଲାଭ (ପାଟ୍‌) ୨୩୩ ପ୍ରତିଶତ ବୃଦ୍ଧି ସହ ୨୬୫ କୋଟି ଟଙ୍କା (ଆର୍ôଥକ ବର୍ଷ ୨୦୨୫-୨୬ର ଦ୍ୱିତୀୟ ତ୍ରୈମାସିକ: ୮୦ କୋଟି ଟଙ୍କା ତୁଳନାରେ) ଏବଂ କମ୍ବାଇଣ୍ଡ ଇନସ୍ୟୁରାନ୍ସ ସର୍ଭିସ୍ ରସିଓ (ସିଆଇଏସଆର) ୯୮.୦ ପ୍ରତିଶତ କୁ ସୁଧୁରିଛି (ଆର୍ôଥକ ବର୍ଷ ୨୦୨୫-୨୬ର ଦ୍ୱିତୀୟ ତ୍ରୈମାସିକର ୧୦୦.୯ ପ୍ରତିଶତ ତୁଳନାରେ ୨.୯ ପ୍ରତିଶତ ସୁଧାର)।
ଚଳିତ ଆର୍ôଥକ ବର୍ଷ ୨୦୨୭ର ଅର୍ଦ୍ଧବାର୍ଷିକରେ କମ୍ପାନୀର ଅଣ୍ଡରରାଇଟିଂ ଲାଭ ୨୧୦ କୋଟି ଟଙ୍କା ରହିଛି (ଆର୍ôଥକ ବର୍ଷ ୨୦୨୫-୨୬ର ଅର୍ଦ୍ଧବାର୍ଷିକରେ ୨୪ କୋଟି ଟଙ୍କା କ୍ଷତି ତୁଳନାରେ), ଯାହା ଆର୍ôଥକ ବର୍ଷ ୨୦୨୬ର ସମଗ୍ର ବର୍ଷର ୧୯୮ କୋଟି ଟଙ୍କାର ଅଣ୍ଡରରାଇଟିଂ ଲାଭକୁ ମଧ୍ୟ ଅତିକ୍ରମ କରିଛି। ଚଳିତ ଆର୍ôଥକ ବର୍ଷ ୨୦୨୭ର ଅର୍ଦ୍ଧବାର୍ଷିକ ପାଇଁ ମୋଟ ଜିଡବ୍ଲ୍ୟୁପି ୧୯ ପ୍ରତିଶତ ବୃଦ୍ଧି ସହ ୯,୫୬୨ କୋଟି, ରିଟେଲ୍ ହେଲ୍‌ଥ ଫ୍ରେସ୍ ଜିଡବ୍ଲ୍ୟୁପି ୩୬ ପ୍ରତିଶତ ବୃଦ୍ଧି, ମୋଟ କର ପଶ୍ଚାତ୍ ଲାଭ (ଚଇଞ) ୫୭ ପ୍ରତିଶତ ବୃଦ୍ଧି ସହ ୮୧୫ କୋଟି ଟଙ୍କା (ଆର୍ôଥକ ବର୍ଷ ୨୦୨୬ର ଅର୍ଦ୍ଧବାର୍ଷିକ: ୫୧୮ କୋଟି ଟଙ୍କା ତୁଳନାରେ) ଏବଂ ସିଆଇଏସଆର ୯୭.୯ ପ୍ରତିଶତ (ଆର୍ôଥକ ବର୍ଷ ୨୦୨୬ର ଅର୍ଦ୍ଧବାର୍ଷିକର ୧୦୦.୩ ପ୍ରତିଶତ ତୁଳନାରେ ୨.୪ ପ୍ରତିଶତ ସୁଧାର) ରହିଛି।
କମ୍ପାନୀ ନିଜର ପ୍ରକୃତ ବ୍ୟାବସାୟିକ ଲାଭ ଆକଳନ ପାଇଁ “ନର୍ମାଲାଇଜଡ୍ ପାଟ୍‌’ ଫ୍ରେମୱାର୍କ ବ୍ୟବହାର କରିଥାଏ, ଯାହାକି ବଜାରର ସ୍ୱଳ୍ପକାଳୀନ ମାର୍କ-ଟୁ-ମାର୍କେଟ୍ ଉତ୍ଥାନ-ପତନରୁ ମୁକ୍ତ ରହି ୮ ପ୍ରତିଶତ ର ବାର୍ଷିକ ନିବେଶ ରିଟର୍ଣ୍ଣ ଉପରେ ଆଧାରିତ। ଏହି ଆଧାରରେ ଆର୍ôଥକ ବର୍ଷ ୨୦୨୭ର ଅର୍ଦ୍ଧବାର୍ଷିକ ପାଇଁ ନର୍ମାଲାଇଜଡ୍ ପାଟ୍ ୫୬ ପ୍ରତିଶତ ବୃଦ୍ଧି ପାଇ ୭୭୫ କୋଟି ଟଙ୍କା ହୋଇଛି। ଦାବି ନିଷ୍ପତ୍ତିରେ ଉତ୍କର୍ଷତା ଏବଂ ଗ୍ରାହକଙ୍କ ଆସ୍ଥା କ୍ଷେତ୍ରରେ ମଧ୍ୟ କମ୍ପାନୀ ଉଲ୍ଲେଖନୀୟ ସଫଳତା ହାସଲ କରିଛି; ଆର୍ôଥକ ବର୍ଷ ୨୦୨୭ର ଅର୍ଦ୍ଧବାର୍ଷିକରେ ୨୨.୫ ଲକ୍ଷ କ୍ଲେମ୍ ନିଷ୍ପତ୍ତି କରାଯାଇଥିବାବେଳେ ରିଟେଲ୍ କ୍ଲେମ୍ ସେଟେଲମେଣ୍ଟ ରେସିଓ ୧.୪ ପ୍ରତିଶତ ସୁଧୁରି ୯୨.୪ ପ୍ରତିଶତ ହୋଇଛି, ପରସିଷ୍ଟେନ୍ସି ୪ ପ୍ରତିଶତ ସୁଧୁରି ୧୦୨ ପ୍ରତିଶତ କୁ ବୃଦ୍ଧି ପାଇଛି ଏବଂ ନେଟ୍ ପ୍ରମୋଟର ସ୍କୋର (ଏନପିଏସ୍‌) ୪ ଅଙ୍କ ବୃଦ୍ଧି ପାଇ ୬୫ ରେ ପହଞ୍ଚିଛି। କୃତ୍ରିମ ବୁଦ୍ଧିମତ୍ତା (ଏଆଇ/ଏମଏଲ୍‌) ଆଧାରିତ ଆନାଲିଟିକ୍ସ, ନେଟୱାର୍କ ପରିଚାଳନା, ୱେଲନେସ୍ ସମ୍ବନ୍ଧୀୟ ପଦକ୍ଷେପ, ଟେଲିକନ୍‌ସଲ୍‌ଟେସନ୍ ଏବଂ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ କମ୍ପାନୀ ଦାବି ପ୍ରକ୍ରିୟାକରଣକୁ ଅଧିକ ସଠିକ୍ ଓ ଦକ୍ଷ କରିପାରିଛି।
ଡିଜିଟାଲ୍ ବିକାଶ ଏବଂ ବଣ୍ଟନ ପ୍ରଣାଳୀ କ୍ଷେତ୍ରରେ କମ୍ପାନୀ ବିପୁଳ ପ୍ରଗତି ହାସଲ କରିଛି। କମ୍ପାନୀର ଡିଜିଟାଲ୍ ଡି-ଟୁ-ସି ଚ୍ୟାନେଲ୍ ଆର୍ôଥକ ବର୍ଷ ୨୦୨୭ର ଅର୍ଦ୍ଧବାର୍ଷିକ ରେ ୧୩୭ ପ୍ରତିଶତ ବାର୍ଷିକ ବୃଦ୍ଧି ହାସଲ କରିଛି ଏବଂ ୯୭ ପ୍ରତିଶତ ନୂତନ ପଲିସି ଡିଜିଟାଲ୍ ମାଧ୍ୟମରେ ସଂଗୃହୀତ ହୋଇଛି। ଗ୍ରାହକ ସେବାରେ ସୁଧାର ପାଇଁ କମ୍ପାନୀ ଏହାର ସିଆରଏମ୍ ପ୍ଲାଟଫର୍ମକୁ ସେଲ୍ସଫୋର୍ସ କୁ ଅପଗ୍ରେଡ୍ କରିଛି, ଆଟମ ପ୍ରୋ’ ଆପ୍ ମାଧ୍ୟମରେ ଏଜେଣ୍ଟମାନଙ୍କୁ ସଶକ୍ତ କରିଛି (ସକ୍ରିୟ ଏଜେଣ୍ଟଙ୍କ ମଧ୍ୟରୁ ଅଧାରୁ ଅଧିକ ଏହା ବ୍ୟବହାର କରାଯାଉଛି) ଏବଂ ଷ୍ଟାର୍ ହେଲ୍‌ଥ ଆପ୍ ଡାଉନ୍‌ଲୋଡ୍ ୧.୭ କୋଟି ଅତିକ୍ରମ କରିଛି। ବ୍ୟବସାୟିକ ବଣ୍ଟନ କ୍ଷେତ୍ରରେ କମ୍ପାନୀ ଅର୍ଦ୍ଧବାର୍ଷିକରେ ୩୯,୦୦୦ ନୂତନ ଏଜେଣ୍ଟ ଯୋଡ଼ି ନିଜର ଏଜେନ୍ସି ନେଟୱାର୍କକୁ ୮.୭ ଲକ୍ଷରେ ପହଞ୍ଚାଇଛି, ଯାହା ଦ୍ୱାରା ୯୩ ପ୍ରତିଶତ ନୂତନ ବ୍ୟବସାୟ ପ୍ରଥମ ଥର ବୀମା କିଣୁଥିବା ଗ୍ରାହକଙ୍କଠାରୁ ଆସିଛି ଏବଂ ୬୫ ପ୍ରତିଶତ ରୁ ଅଧିକ ବ୍ୟବସାୟ ଅଣ-ମେଟ୍ରୋ ଅଞ୍ଚଳରୁ ସଂଗୃହୀତ ହୋଇଛି।
କମ୍ପାନୀର ଏହି ପ୍ରଦର୍ଶନ ସମ୍ପର୍କରେ ଷ୍ଟାର୍ ହେଲ୍‌ଥ ଆଣ୍ଡ ଆଲାଏଡ୍ ଇନସ୍ୟୁରାନ୍ସର ସିଇଓ ଏବଂ ମ୍ୟାନେଜିଂ ଡାଇରେକ୍ଟର ଆନନ୍ଦ ରୋୟ କହିଛନ୍ତି ଯେ, “ଗ୍ରାହକଙ୍କ ଆସ୍ଥା ଏବଂ ସନ୍ତୁଷ୍ଟି ହିଁ କମ୍ପାନୀର ପ୍ରଗତିର ମୂଳଦୁଆ। ନିରନ୍ତର ସରଳ ସେବା, ଦ୍ରୁତ ଦାବି ନିଷ୍ପତ୍ତି ଏବଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଦ୍ୱାରା କମ୍ପାନୀ ଗ୍ରାହକଙ୍କ ଭରସା ଜିତିବାରେ ସଫଳ ହୋଇଛି। ଆର୍ôଥକ ବର୍ଷ ୨୦୨୭ର ଅର୍ଦ୍ଧବାର୍ଷିକର ଅଣ୍ଡରରାଇଟିଂ ଲାଭ ଗତ ସମ୍ପୂର୍ଣ୍ଣ ବର୍ଷର ଲାଭକୁ ଅତିକ୍ରମ କରିବା କମ୍ପାନୀର ସୁଦୃଢ଼ ଏବଂ ଦୀର୍ଘସ୍ଥାୟୀ ବ୍ୟବସାୟିକ ଅଭିବୃଦ୍ଧିକୁ ପ୍ରତିଫଳିତ କରୁଛି।”

Share

Leave a Reply

Your email address will not be published. Required fields are marked *

twelve + five =