ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
Aries (ମେଷ): ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ଓ ଫଳପ୍ରଦ ରହିବ । ବ୍ୟବସାୟରେ ଲାଭ ମିଳିବା ସହ କଠିନ ପରିଶ୍ରମର ଭଲ ଫଳ ପାଇବେ । ଆରାମ ଓ ବିଳାସରେ ବୃଦ୍ଧି ହୋଇପାରେ । ତେବେ ତରବରିଆ ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ, ନଚେତ୍ କ୍ଷତି ସହିବାକୁ ପଡ଼ିପାରେ । କାର୍ଯ୍ୟକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କଠାରୁ ତାଗିଦ୍ ଶୁଣିବାକୁ ପଡ଼ିପାରେ, କିନ୍ତୁ ସହକର୍ମୀଙ୍କ ସମର୍ଥନ ମିଳିବ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହିବ । ପାଠପଢ଼ାରେ ଭଲ ଫଳ ମିଳିପାରେ । ପରିବାରରେ ହସଖୁସିର ପରିବେଶ ରହିବ । ସ୍ୱାସ୍ଥ୍ୟ ଭଲ ରହିବା ସହ ମନ ପ୍ରଫୁଲ୍ଲିତ ରହିବ ।
Taurus (ବୃଷ): ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିବ । କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ କରିବା ଦ୍ୱାରା ଆର୍ଥିକ ଲାଭର ସୁଯୋଗ ମିଳିବ । ମନରେ ଉତ୍ସାହ ଓ ଶରୀରରେ ନୂତନ ଶକ୍ତି ଅନୁଭବ କରିବେ । ଅନୈତିକ ଉପାୟରେ ଧନ ଅର୍ଜନ କରିବାରୁ ଦୂରେଇ ରୁହନ୍ତୁ, ନଚେତ୍ ପରବର୍ତ୍ତୀ ସମୟରେ ସମସ୍ୟା ଦେଖାଦେଇପାରେ । ଚାକିରି କରୁଥିବା ବ୍ୟକ୍ତିମାନେ ଅଧିକାରୀଙ୍କ ସହ କଥାବାର୍ତ୍ତା ବେଳେ ସତର୍କ ରହିବା ଉଚିତ । ବ୍ୟବସାୟରେ ଉନ୍ନତି ହେବା ସହ ଆର୍ଥିକ ସ୍ଥିତି ମଜବୁତ ହୋଇପାରେ । ପରିବାର ସହିତ ଭଲ ସମୟ ବିତାଇବେ। ଘରକୁ ଅତିଥିଙ୍କ ଆଗମନ ହୋଇପାରେ । ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଅନାବଶ୍ୟକ ଯାତ୍ରାରୁ ଦୂରେଇ ରୁହନ୍ତୁ ।
Gemini (ମିଥୁନ): ଆଜି ଆପଣଙ୍କ ପାଇଁ ଦିନଟି ସାଧାରଣ ରହିବ । କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ୟା ଦେଖାଦେଇପାରେ, ଯାହା ଆପଣଙ୍କ ମନକୁ ଅସ୍ଥିର କରିପାରେ । କାମ କରିବା ପ୍ରତି ଆଗ୍ରହ କମିପାରେ । ଆର୍ଥିକ ସ୍ଥିତି ସାଧାରଣ ରହିବ । ବ୍ୟବସାୟରେ ଅଧିକ ବିପଦ ନେବାରୁ ଦୂରେଇ ରୁହନ୍ତୁ, ନଚେତ୍ କ୍ଷତି ହୋଇପାରେ । ସହକର୍ମୀଙ୍କ ବ୍ୟବହାର ଉପରେ ନଜର ରଖନ୍ତୁ ଏବଂ ନିଜର ଗୋପନୀୟ କଥା ସମସ୍ତଙ୍କୁ କୁହନ୍ତୁ ନାହିଁ । ପରିବାର ସହ ସମ୍ପର୍କ ଭଲ ରହିବ । ବାହାରକୁ ଯିବାର ସୁଯୋଗ ମିଳିପାରେ । ଅନାବଶ୍ୟକ ଯୁକ୍ତିତର୍କରୁ ଦୂରେଇ ରହିଲେ ମାନସିକ ଶାନ୍ତି ମିଳିବ । ଧୈର୍ଯ୍ୟର ସହ ପରିସ୍ଥିତିର ସାମ୍ନା କରନ୍ତୁ ।
Cancer (କର୍କଟ): ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ଫଳ ଦେବ । ଆୟ ଓ ବ୍ୟୟ ମଧ୍ୟରେ ସନ୍ତୁଳନ ରହିବ । କାର୍ଯ୍ୟକ୍ଷେତ୍ରରେ କାମର ଗତି ଧୀର ହୋଇପାରେ, ତଥାପି ନୂତନ ପ୍ରକଳ୍ପ ଆରମ୍ଭ କରିବାର ସୁଯୋଗ ମିଳିବ । ନୂତନ ଲୋକଙ୍କ ସହ ସମ୍ପର୍କ ବଢ଼ିବ ଏବଂ ସମ୍ପତ୍ତି ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇପାରେ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ବ୍ୟବସାୟୀମାନେ ପୁଞ୍ଜି ସଂଗ୍ରହକୁ ନେଇ ଚିନ୍ତାରେ ରହିପାରନ୍ତି । କ୍ରୋଧ ଉପରେ ନିୟନ୍ତ୍ରଣ ରଖିଲେ ଅନାବଶ୍ୟକ ବିବାଦରୁ ରକ୍ଷା ପାଇବେ । ପରିବାରରେ ମତଭେଦ ହେବାର ସମ୍ଭାବନା ରହିଛି । ତେଣୁ ଅନ୍ୟମାନଙ୍କ କଥାକୁ ଧୈର୍ଯ୍ୟର ସହ ଶୁଣନ୍ତୁ। ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ ।
Leo (ସିଂହ): ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ରହିବ । କଠିନ ପରିଶ୍ରମ ଯୋଗୁଁ ବିଭିନ୍ନ କାର୍ଯ୍ୟରେ ସଫଳତା ମିଳିପାରେ । ଦୀର୍ଘଦିନ ଧରି ଅଧାପନ୍ତରିଆ ଥିବା କାମ ପୂରଣ ହେବାର ସମ୍ଭାବନା ରହିଛି । ବ୍ୟବସାୟରେ ଲାଭ ମିଳିବା ସହ ଚାକିରିରେ ପଦୋନ୍ନତିର ସୁଯୋଗ ଆସିପାରେ । ତେବେ ଅତ୍ୟଧିକ ଖର୍ଚ୍ଚ ଆପଣଙ୍କ ଚିନ୍ତା ବଢ଼ାଇପାରେ । ଭାବପ୍ରବଣ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । କଥାବାର୍ତ୍ତା ସମୟରେ ଶବ୍ଦର ସଂଯମ ରଖନ୍ତୁ, ନଚେତ୍ ଅଯଥା ସମସ୍ୟାରେ ପଡ଼ିପାରନ୍ତି । ସାମାଜିକ କାର୍ଯ୍ୟକଳାପରେ ଆଗ୍ରହ ବଢ଼ିବ । ସମ୍ପର୍କରେ ମଧୁରତା ବଜାୟ ରଖନ୍ତୁ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ସହ ଅନାବଶ୍ୟକ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ ।
Virgo (କନ୍ୟା): ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ଓ ଫଳପ୍ରଦ ରହିବ । କଠିନ ପରିଶ୍ରମର ସକାରାତ୍ମକ ଫଳ ମିଳିବା ସହ ମନରେ ନୂତନ ଉତ୍ସାହ ଜାଗ୍ରତ ହେବ । ଆପଣ ନିଜର କାର୍ଯ୍ୟଗୁଡ଼ିକୁ ସହଜରେ ସମ୍ପୂର୍ଣ୍ଣ କରିପାରିବେ । ଦୀର୍ଘଦିନରୁ ପଡ଼ିରହିଥିବା କାମ ମଧ୍ୟ ଶେଷ ହେବାର ସମ୍ଭାବନା ରହିଛି । ସମ୍ପତ୍ତିରେ ନିବେଶ ଲାଭଦାୟକ ହୋଇପାରେ । ଚାକିରି କ୍ଷେତ୍ରରେ ଉନ୍ନତିର ସୁଯୋଗ ମିଳିବ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ସଫଳତା ପାଇପାରନ୍ତି । ଦୈନନ୍ଦିନ କାର୍ଯ୍ୟରୁ ସମୟ ବାହାର କରି ପ୍ରାର୍ଥନା ଓ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରିବେ । ଏହା ଆପଣଙ୍କୁ ମାନସିକ ଶାନ୍ତି ଦେବା ସହ ସାମାଜିକ ପ୍ରତିଷ୍ଠା ବଢ଼ାଇପାରେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।
Libra (ତୁଳା): ଆଜି ଆପଣଙ୍କ ପାଇଁ ଦିନଟି ସାଧାରଣ ରହିବ । ଅଧିକ ପରିଶ୍ରମ କରିବା ସତ୍ତ୍ୱେ ଆଶା ଅନୁଯାୟୀ ସଫଳତା ନମିଳିବାରୁ ମନ ନିରାଶ ହୋଇପାରେ । ସ୍ୱାସ୍ଥ୍ୟ ଓ ଘରୋଇ ସମସ୍ୟା ଆପଣଙ୍କ ଚିନ୍ତା ବଢ଼ାଇପାରେ । ଚାକିରି କିମ୍ବା ବ୍ୟବସାୟରେ ନୂତନ ସୁଯୋଗ ଆସିବ, କିନ୍ତୁ ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ସେଗୁଡ଼ିକର ସଠିକ୍ ଉପଯୋଗ କରିବା କଷ୍ଟକର ହୋଇପାରେ । ପରିବାର ସଦସ୍ୟଙ୍କ ସମର୍ଥନ ମିଳିବ । ବନ୍ଧୁମାନଙ୍କ ସହ ମତଭେଦ ହେବାର ସମ୍ଭାବନା ରହିଛି । ତେଣୁ କଥାବାର୍ତ୍ତାରେ ସଂଯମ ରଖନ୍ତୁ ଏବଂ ଛୋଟ କଥାକୁ ନେଇ ବିବାଦ କରନ୍ତୁ ନାହିଁ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆବଶ୍ୟକ ନଥିଲେ ଯାତ୍ରାକୁ ସ୍ଥଗିତ ରଖିବା ଭଲ ହେବ ।
Scorpio (ବିଛା): ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିବ । ବ୍ୟବସାୟରେ ଲାଭ ମିଳିବା ସହ ଅପ୍ରତ୍ୟାଶିତ ଆର୍ଥିକ ଲାଭର ସୁଯୋଗ ରହିଛି । କାର୍ଯ୍ୟଭାର ଅଧିକ ରହିଲେ ମଧ୍ୟ ଆପଣଙ୍କ ପରିଶ୍ରମ ସଫଳତା ଆଣିବ । ତେବେ ତରବରିଆ ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ, ନଚେତ୍ ଭଲ ସୁଯୋଗ ହାତଛଡ଼ା ହୋଇପାରେ । ସେୟାର ବଜାର କିମ୍ବା ସମ୍ପତ୍ତିରେ ନିବେଶ କରିବା ପୂର୍ବରୁ ଭଲଭାବେ ବିଚାର କରନ୍ତୁ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ବୟସ୍କ ବ୍ୟକ୍ତିଙ୍କ ସେବା କରିବା ଦ୍ୱାରା ମନରେ ସନ୍ତୋଷ ମିଳିବ । ପରିବାରରେ ଶାନ୍ତି ଓ ଖୁସିର ପରିବେଶ ରହିବ । ପରିବାର ସହିତ ପିକନିକ୍ କିମ୍ବା ବୁଲିବାକୁ ଯିବାର ଯୋଜନା ହୋଇପାରେ ।
Sagittarius (ଧନୁ): ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ଫଳ ଦେବ । ବ୍ୟବସାୟ ଭଲ ରହିବ, କିନ୍ତୁ ଅଧିକ କାମ ଯୋଗୁଁ ମାନସିକ ଚାପ ବଢ଼ିପାରେ । କଠିନ ପରିଶ୍ରମ ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ଦେବା ସହ ଆର୍ଥିକ ସ୍ଥିତିକୁ ମଜବୁତ କରିପାରେ । ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ କଥାବାର୍ତ୍ତାରେ ସଂଯମ ଅବଲମ୍ବନ କରନ୍ତୁ । ନଚେତ୍ ଅନାବଶ୍ୟକ ଯୁକ୍ତିତର୍କରେ ଫସିପାରନ୍ତି । ପରିବାରରେ ମତଭେଦ ହେବାର ସମ୍ଭାବନା ରହିଛି । କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ । ପରିବାର ଓ ବନ୍ଧୁମାନଙ୍କ ସମର୍ଥନ ମିଳିବ । ଧାର୍ମିକ ସ୍ଥାନକୁ ଯାତ୍ରା କରିବାର ଯୋଜନା ହୋଇପାରେ । କାମ ମଧ୍ୟରେ ବିଶ୍ରାମ ନିଅନ୍ତୁ ଓ ସ୍ୱାସ୍ଥ୍ୟର ଯତ୍ନ ରଖନ୍ତୁ ।
Capricorn (ମକର): ଆଜି ଆପଣଙ୍କ ପାଇଁ ଦିନଟି ସାଧାରଣ ରହିବ । ବ୍ୟବସାୟରେ ସ୍ଥିତି ଭଲ ରହିଲେ ମଧ୍ୟ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ, ଯାହା ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇବ । ନିଜ ବ୍ୟବହାରରେ ନମ୍ରତା ରଖନ୍ତୁ ଏବଂ କଠୋର କଥା କହିବାରୁ ଦୂରେଇ ରୁହନ୍ତୁ । ଅନ୍ୟମାନଙ୍କ ସହ ଅନାବଶ୍ୟକ ଯୁକ୍ତିତର୍କ କଲେ ଦିନଟି ଅଶାନ୍ତ ହୋଇପାରେ । ଯାତ୍ରାରୁ ଲାଭ ମିଳିବାର ସମ୍ଭାବନା ରହିଛି । କାର୍ଯ୍ୟକ୍ଷେତ୍ରରେ ନିଜ ଦାୟିତ୍ୱକୁ ଠିକ୍ ଭାବରେ ପାଳନ କରନ୍ତୁ ଏବଂ ପଡ଼ିରହିଥିବା କାମଗୁଡ଼ିକୁ ପୂରଣ କରିବାକୁ ଚେଷ୍ଟା କରନ୍ତୁ । ନୂତନ ଚାକିରି କିମ୍ବା ନିଯୁକ୍ତିର ସୁଯୋଗ ମିଳିପାରେ । ଆର୍ଥିକ ଯୋଜନା କରି ଖର୍ଚ୍ଚ କରନ୍ତୁ । ସ୍ୱାସ୍ଥ୍ୟ ସାଧାରଣତଃ ଭଲ ରହିବ ।
Aquarius (କୁମ୍ଭ): ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିବ । ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବା ସହ ସମାଜରେ ସମ୍ମାନ ମିଳିପାରେ । ବ୍ୟବସାୟ ଓ କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ । ନିଷ୍ଠାର ସହ କାମ କଲେ ସଫଳତା ମିଳିବ । ତେବେ ଅନାବଶ୍ୟକ ଖର୍ଚ୍ଚ ବଢ଼ିବାରୁ ଆର୍ଥିକ ଯୋଜନା ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରେ ଏକାଗ୍ରତା ବଜାୟ ରଖିବାକୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ । କାର୍ଯ୍ୟଭାର ବଢ଼ିବା ଯୋଗୁଁ ମାନସିକ ଓ ଶାରୀରିକ ଥକ୍କାପଣ ଅନୁଭବ ହୋଇପାରେ । ତେଣୁ କାମ ମଧ୍ୟରେ ବିଶ୍ରାମ ନିଅନ୍ତୁ । ନିଜ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖନ୍ତୁ ଏବଂ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଅନାବଶ୍ୟକ ଯାତ୍ରାରୁ ଦୂରେଇ ରହିବା ଭଲ ହେବ ।
Pisces (ମୀନ): ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ଫଳ ଦେବ। ବ୍ୟବସାୟରେ ଉତ୍ଥାନପତନ ଦେଖାଦେଇପାରେ ଏବଂ ଅନାବଶ୍ୟକ କାମରେ ସମୟ ନଷ୍ଟ ହୋଇପାରେ । ବୟସ୍କ ବ୍ୟକ୍ତିଙ୍କ ପରାମର୍ଶ ନେଇ କାମ କଲେ ସଫଳତା ଓ ଲାଭର ସୁଯୋଗ ମିଳିପାରେ । କୌଣସି ପ୍ରଲୋଭନରେ ପଡ଼ି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ । କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କଠାରୁ ଆଶାନୁରୂପ ସମର୍ଥନ ନମିଳିବାରୁ ନିରାଶା ଆସିପାରେ । ତେଣୁ ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ ଏବଂ ଧୈର୍ଯ୍ୟର ସହ ପରିସ୍ଥିତିକୁ ସମ୍ଭାଳନ୍ତୁ । ପରିବାର ସହିତ ବାହାରକୁ ବୁଲିବାକୁ ଯିବାର ଯୋଜନା କରିପାରନ୍ତି । ଆର୍ଥିକ କାରବାର କରିବା ବେଳେ ସତର୍କ ରୁହନ୍ତୁ । ପରିବାରରେ ଶାନ୍ତିପୂର୍ଣ୍ଣ ପରିବେଶ ରହିବ ଏବଂ ନିଜ ଲୋକଙ୍କ ସହ ସମୟ ବିତାଇଲେ ମନ ଖୁସି ରହିବ ।

