ରାଜ୍ୟ

ପ୍ରଲୋଭନ ଦେଖାଇ ୫ ଜଣଙ୍କୁ ବିବାହ କରିଥିବା କୈଳାସ ଗିରଫ

ରସିକିଆ କୈଳାସର ରାସଲୀଳା । ପ୍ରଲୋଭନ ଦେଖାଇ ୫ ଜଣଙ୍କୁ ବିବାହ । ପୀଡିତାଙ୍କ ଅଭିଯୋଗ ପରେ ଗିରଫ ହେଲା କୈଳାସ ଚନ୍ଦ୍ର ବେହେରା । ଘର ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋଠସାହି । ଦୁଷ୍କର୍ମ ଅଭିଯୋଗରେ କୈଳାସକୁ ଗିରଫ କଲା ଭୁବନେଶ୍ୱର ମହିଳା ଥାନା ପୋଲିସ ।

୩୫ ବର୍ଷ ତଳେ ପ୍ରଥମେ ବିବାହ କରିଥିବା କୈଳାସ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଜଣଙ୍କ ପରେ ଜଣଙ୍କୁ ବିବାହ କରୁଥିଲା । ଶାରୀରିକ ସମ୍ପର୍କ ରଖିବା ପରେ ଛାଡି ଚାଲିଯାଉଥିଲା । ଏପରିକି ଏକାଧିକଙ୍କୁ ଗର୍ଭବତୀ କରିବା ପରେ କଥା ଯାଇଥିଲା ଥାନାକୁ । ଆଜି କରିତକର୍ମା କୈଳାସକୁ ବାନ୍ଧିଛି ମହିଳା ଥାନା ପୋଲିସ ।

Share

Leave a Reply

Your email address will not be published. Required fields are marked *

5 × 3 =