Business

ଇଣ୍ଡସ୍‌ଇଣ୍ଡ୍ ଜେନେରାଲ୍ ଇନ୍‌ସୋରାନ୍ସର ମ୍ୟାନେଜିଂ ଡାଇରେକ୍ଟର ଏବଂ ସିଇଓ ଭାବେ ଶରଦ ମାଥୁର ନିଯୁକ୍ତ

ଭୁବନେଶ୍ୱର: ଇଣ୍ଡସ୍‌ଇଣ୍ଡ୍ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂସ ଲିମିଟେଡ୍ (ଆଇଆଇଏଚ୍‌ଏଲ) ଗ୍ରୁପ୍‌ର ଅଂଶବିଶେଷ, ଇଣ୍ଡସ୍‌ଇଣ୍ଡ୍ ଜେନେରାଲ୍ ଇନ୍‌ସୋରାନ୍ସ କମ୍ପାନୀ ଲିମିଟେଡ୍ (ପୂର୍ବରୁ ରିଲାଏନ୍ସ ଜେନେରାଲ୍ ଇନ୍‌ସୋରାନ୍ସ କମ୍ପାନୀ ଲିମିଟେଡ୍‌) ବୈଧାନିକ ମଞ୍ଜୁରୀ ସହ ଶରଦ ମାଥୁରଙ୍କୁ ଏହାର ମ୍ୟାନେଜିଂ ଡାଇରେକ୍ଟର (ଏମଡ଼ି) ଏବଂ ସିଇଓ ଭାବେ ନିଯୁକ୍ତି ନେଇ ଘୋଷଣା କରିଛି ।
ଶରଦଙ୍କ ପାଖରେ ବୀମା ଏବଂ ଆର୍ôଥକ ସେବା କ୍ଷେତ୍ରରେ ତିନି ଦଶନ୍ଧିର ବ୍ୟାପକ ଅଭିଜ୍ଞତା ରହିଛି । ସାଂଗଠନିକ ପରିବର୍ତ୍ତନ, ସମ୍ପ୍ରସାରଣ, ପ୍ରଯୁକ୍ତିବିଦ୍ୟା-ଆଧାରିତ ନବସୃଜନ, ପ୍ରଗତି ଏବଂ ସୁପରିଚାଳନା କ୍ଷେତ୍ରରେ ତାଙ୍କର ଏକ ସଫଳ ଟ୍ରାକ୍ ରେକର୍ଡ ରହିଛି ।
ଇଣ୍ଡସ୍‌ଇଣ୍ଡ୍ ଜେନେରାଲ୍ ଇନ୍‌ସୋରାନ୍ସରେ ଯୋଗଦେବା ପୂର୍ବରୁ, ସେ ୬ ବର୍ଷରୁ ଅଧିକ ସମୟ ଧରି ୟୁନିଭର୍ସାଲ୍ ସୋମ୍ପୋ ଜେନେରାଲ୍ ଇନ୍‌ସୋରାନ୍ସର ମ୍ୟାନେଜିଂ ଡାଇରେକ୍ଟର ଏବଂ ସିଇଓ ଭାବରେ କାର୍ଯ୍ୟ କରିଛନ୍ତି, ଯେଉଁଠାରେ ସେ ସଂସ୍ଥାର ପରିବର୍ତ୍ତନ, ବ୍ୟବସ୍ଥା ସୁଦୃଢ଼ୀକରଣ, ବିପଦ ପରିଚାଳନା, ଅଣ୍ଡରରାଇଟିଂ ଶୃଙ୍ଖଳା ଏବଂ ଟେକ୍‌-ଆଧାରିତ ଗ୍ରାହକ ସେବା କ୍ଷମତାର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପୂର୍ବରୁ ସେ ଏସ୍‌ବିଆଇ ଜେନେରାଲ୍ ଇନ୍‌ସୋରାନ୍ସ ଏବଂ ଆଇସିଆଇସିଆଇ ଲୋମ୍ବାର୍ଡରେ ମଧ୍ୟ ନେତୃତ୍ୱ ପଦବୀରେ ରହି ଏହି କମ୍ପାନୀଗୁଡ଼ିକର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି ।
ଇଣ୍ଡସ୍‌ଇଣ୍ଡ୍ ଜେନେରାଲ୍ ଇନ୍‌ସୋରାନ୍ସରେ, ଶରଦ ଗ୍ରାହକ-କେନ୍ଦ୍ରିକତା, ଡିଜିଟାଲ୍ ନବସୃଜନ, ବୀମା ସମାବେଶୀକରଣ, ଲାଭଦାୟକ ଅଭିବୃଦ୍ଧି ଏବଂ ସୁଦୃଢ଼ ଶାସନ ଉପରେ ଗୁରୁତ୍ୱ ଦେଇ କମ୍ପାନୀର ପରବର୍ତ୍ତୀ ପର୍ଯ୍ୟାୟର ପରିବର୍ତ୍ତନ ଏବଂ ଅଭିବୃଦ୍ଧିର ନେତୃତ୍ୱ ନେବେ । ଗ୍ରାହକଙ୍କ ଅନୁଭୂତିକୁ ସୁଧାରିବା, ବଣ୍ଟନ ଭାଗୀଦାରୀକୁ ସୁଦୃଢ଼ କରିବା ଏବଂ ଏକ ସୁଦୃଢ଼, ପ୍ରଯୁକ୍ତିବିଦ୍ୟା-ସକ୍ଷମ ଓ ଗ୍ରାହକ-କେନ୍ଦ୍ରିକ ସଂସ୍ଥା ଗଠନ କରିବା ତାଙ୍କର ପ୍ରାଥମିକତା ମଧ୍ୟରେ ଅନ୍ତର୍ଭୁକ୍ତ ।
ଶରଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡାଇରେକ୍ଟର୍ସର ଜଣେ ଫେଲୋ ମେମ୍ବର ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟରନାଲ୍ ଅଡିଟର୍ସ, ଇଣ୍ଡିଆର ଜଣେ ସଦସ୍ୟ । ସେ ୟୁନିଭରସିଟି ଅଫ୍ ପେନ୍‌ସିଲଭାନିଆ, ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜନେସ୍‌, ହାର୍ଭାର୍ଡ ବିଜନେସ୍ ଏବଂ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କର୍ପୋରେଟ୍ ଆଫେୟାର୍ସରୁ ଏକ୍‌ଜିକ୍ୟୁଟିଭ୍ ଲିଡରସିପ୍ ଏବଂ କମ୍ପ୍ଲାଏନ୍ସ ପ୍ରୋଗ୍ରାମ୍ ମଧ୍ୟ ସମ୍ପୂର୍ଣ୍ଣ କରିଛନ୍ତି ।
ତାଙ୍କର ଏହି ନିଯୁକ୍ତି ଗ୍ରାହକ, ଭାଗୀଦାର ଏବଂ ଷ୍ଟେକ୍‌ହୋଲ୍ଡରମାନଙ୍କ ପାଇଁ ସୁଦୃଢ଼ ଦୀର୍ଘକାଳୀନ ମୂଲ୍ୟ ସୃଷ୍ଟି କରିବା ସହିତ ଏକ ଶକ୍ତିଶାଳୀ, ଅଧିକ ସୁଗମ ଏବଂ ଗ୍ରାହକ-କେନ୍ଦ୍ରିକ ବୀମା ବ୍ୟବସାୟ ଗଢ଼ିବା ପାଇଁ ଇଣ୍ଡସ୍‌ଇଣ୍ଡ୍ ଜେନେରାଲ୍ ଇନ୍‌ସୋରାନ୍ସର ପ୍ରତିଶ୍ରୁତିବଦ୍ଧତାକୁ ଆହୁରି ମଜବୁତ୍ କରୁଛି ।

Share

Leave a Reply

Your email address will not be published. Required fields are marked *

fifteen − 1 =