Business

ପିଏମ୍ ସୂର୍ଯ୍ୟ ଘର ଅଧୀନରେ ରୁଫ୍‌ଟପ୍ ସୋଲାର୍ ଆପଣେଇବାକୁ ଟାଟା ପାୱାର୍ ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକପକ୍ଷରୁ ଉପଭୋକ୍ତା ସଚେତନତା ଅଭିଯାନ “ମୋ ଛାତ, ମୋ ସଞ୍ଚୟ” ର ଶୁଭାରମ୍ଭ

ଭୁବନେଶ୍ୱର, ଓଡ଼ିଶା | ମେ ୨୦୨୬: ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା ଅଧୀନରେ ନୂତନ ଏବଂ ଅକ୍ଷୟ ଶକ୍ତିମନ୍ତ୍ରଣାଳୟର (ଏମଏନଆରଇ) ଦେଶବ୍ୟାପୀ “ମନ୍ଥ ଅଫ୍ ସୋଲାର୍” ଅଭିଯାନର ଅଂଶ ସ୍ୱରୂପ, ଟାଟା ପାୱାର୍ ଏବଂ ଓଡ଼ିଶାସରକାରଙ୍କ ମିଳିତ ଉଦ୍ୟୋଗ ଓଡ଼ିଶା ଡିସକମ୍ ଗୁଡ଼ିକ ପକ୍ଷରୁ “ମୋ ଛାତ, ମୋ ସଞ୍ଚୟ” ଶୀର୍ଷକ ଏକ ବ୍ୟାପକରାଜ୍ୟସ୍ତରୀୟ ଉପଭୋକ୍ତା ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ସୌର ଶକ୍ତିର ଲାଭ ବିଷୟରେ ବ୍ୟାପକ ଉପଭୋକ୍ତା ସଚେତନତା ସୃଷ୍ଟି କରିବା, ରୁଫ୍‌ଟପ୍ ସୋଲାର୍ ପାଇଁ ଆବେଦନକୁ ପ୍ରୋତ୍ସାହିତ କରିବା ଏବଂ ପିଏମ୍ ସୂର୍ଯ୍ୟ ଘର ଯୋଜନାଅଧୀନରେ ସୋଲାର୍ ସ୍ଥାପନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏହି ଅଭିଯାନର ପରିକଳ୍ପନା କରାଯାଇଛି। ଏହିପଦକ୍ଷେପ ମାଧ୍ୟମରେ, ଟାଟା ପାୱାର୍ ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକ ରାଜ୍ୟର ସମସ୍ତ ଜିଲ୍ଲା ଏବଂ ସମସ୍ତ ବର୍ଗର ଗ୍ରାହକଙ୍କ ପାଖରେ ପହଞ୍ଚୁଛନ୍ତି, ଯାହାଦ୍ୱାରା ସର୍ବାଧିକ ନାଗରିକ ରୁଫ୍‌ଟପ୍ ସୋଲାର୍ ଏବଂ ଏହା ସହ ଜଡ଼ିତ ସରକାରୀସବ୍‌ସିଡିର ଲାଭ ଉଠାଇ ପାରିବେ।

ଆଜି ଓଡ଼ିଶା ରୁଫ୍‌ଟପ୍ ସୋଲାର୍ ଆପଣେଇବାରେ ଦେଶର ଅଗ୍ରଣୀ ରାଜ୍ୟଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି। ପିଏମ୍ ସୂର୍ଯ୍ୟଘର: ମୁଫ୍‌ତ ବିଜିଲି ଯୋଜନା ଅଧୀନରେ ଉଭୟ ୧ କିଲୋୱାଟ୍ ପର୍ଯ୍ୟନ୍ତ (ୟୁଏଲଏ) ଏବଂ ୧ କିଲୋୱାଟ୍‌ରୁ ଅଧିକ (ନନ ୟୁଏଲଏ) ଉପଭୋକ୍ତା ବର୍ଗଙ୍କ ପାଇଁ ବର୍ତ୍ତମାନ ରାଜ୍ୟରେ ଦେଶର ସବୁଠାରୁ ଆକର୍ଷଣୀୟ ରୁଫ୍‌ଟପ୍ ସୋଲାର୍ ସବ୍‌ସିଡିବ୍ୟବସ୍ଥା ଉପଲବ୍ଧ ଅଛି। ଯୋଗ୍ୟ ଉପଭୋକ୍ତାମାନେ ରୁଫ୍‌ଟପ୍ ସୋଲାର୍ ସ୍ଥାପନ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କମିଳିତ ସବ୍‌ସିଡି ବାବଦକୁ ୧,୩୮,୦୦୦ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରିବେ, ଯାହା ପ୍ରାରମ୍ଭିକ ଖର୍ଚ୍ଚକୁ ଯଥେଷ୍ଟ ହ୍ରାସ କରୁଛିଏବଂ ସହରାଞ୍ଚଳ ତଥା ଗ୍ରାମାଞ୍ଚଳର ସମସ୍ତ ପରିବାର ପାଇଁ ସ୍ୱଚ୍ଛ ଶକ୍ତି ଆପଣେଇବାକୁ ଅଧିକ ଶସ୍ତା ଓ ସହଜସାଧ୍ୟ କରୁଛି।

ଅଧିକ ସୂର୍ଯ୍ୟକିରଣ ମିଳୁଥିବା ଗ୍ରୀଷ୍ମ ଋତୁରେ ରୁଫ୍‌ଟପ୍ ସୋଲାର୍ ସ୍ଥାପନକୁ ସର୍ବାଧିକ କରିବା ପାଇଁ ଜାରି ରହିଥିବାନିରନ୍ତର ପ୍ରୟାସକୁ ରାଜ୍ୟର ଏହି ସଫଳ ପ୍ରଦର୍ଶନ ପ୍ରତିଫଳିତ କରୁଛି।
“ମୋ ଛାତ, ମୋ ସଞ୍ଚୟ” ଅଭିଯାନକୁ ଏକ ଜନକେନ୍ଦ୍ରୀକ ସଚେତନତା ଆନ୍ଦୋଳନ ଭାବରେ ପରିକଳ୍ପନା କରାଯାଇଛି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ପରିବାର ପାଇଁ ରୁଫ୍‌ଟପ୍ ସୋଲାର୍‌କୁ ସରଳ, ସହଜସାଧ୍ୟ ଏବଂ ଲାଭଦାୟକକରିବା। ଉପଭୋକ୍ତା ମାନେ କିପରି ନିଜର ବ୍ୟବହାର ହେଉନଥିବା ଛାତର ସ୍ଥାନକୁ ବିଦ୍ୟୁତ୍ ବିଲ୍ ହ୍ରାସ ମାଧ୍ୟମରେ ଏକଦୀର୍ଘକାଳୀନ ସଞ୍ଚୟର ଉତ୍ସରେ ପରିଣତ କରିପାରିବେ ଏବଂ ଏକ ସ୍ୱଚ୍ଛ ଓ ଦୀର୍ଘସ୍ଥାୟୀ ଭବିଷ୍ୟତ ଗଠନରେ ଯୋଗଦାନଦେଇପାରିବେ, ତାହା ଏହି ପଦକ୍ଷେପରେ ଦର୍ଶାଯାଇଛି।

ଏହି ଅଭିଯାନର ଏକ ଅଂଶ ଭାବରେ, ଟାଟା ପାୱାର୍ ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକ ସାରା ରାଜ୍ୟରେ ବ୍ୟାପକତୃଣମୂଳ ସ୍ତରୀୟ ସଚେତନତା ଏବଂ ପ୍ରସାର କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ନାଗରିକମାନଙ୍କୁ ରୁଫ୍‌ଟପ୍ ସୋଲାର୍ଆପଣେଇବା, ସବ୍‌ସିଡିର ଲାଭ, ସ୍ଥାପନ ପ୍ରକ୍ରିୟା ଏବଂ ଦୀର୍ଘକାଳୀନ ସଞ୍ଚୟର ସୁଯୋଗ ବିଷୟରେ ଅବଗତ କରିବା ପାଇଁଗ୍ରାମ ପଞ୍ଚାୟତ ସ୍ତରରେ ସୂର୍ଯ୍ୟ ଘର ଗ୍ରାମ ସଭା ଗୁଡ଼ିକର ଆୟୋଜନ କରାଯାଉଛି।

ଡିସକମ୍ ଗୁଡ଼ିକ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ସରପଞ୍ଚ, ବ୍ଲକ୍ ସ୍ତରୀୟ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଏବଂନାଗରିକମାନଙ୍କ ସହ ଆଲୋଚନା କରୁଛନ୍ତି, ଯାହାଦ୍ୱାରା ଏହି ଯୋଜନାରେ ଅଧିକରୁ ଅଧିକ ଅଂଶଗ୍ରହଣକୁ ପ୍ରୋତ୍ସାହିତକରାଯାଇପାରିବ ଏବଂ ଉପଭୋକ୍ତା ମାନଙ୍କୁ ସହଜରେ ଏହି ଯୋଜନା ସହ ଯୋଡ଼ାଯାଇପାରିବ।

ଏହି ଯୋଜନାର ପ୍ରସାର ଏବଂ ଏଥିରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ସର୍ବାଧିକ କରିବା ପାଇଁ ବିଭିନ୍ନ ଯୋଗାଯୋଗ ମାଧ୍ୟମବ୍ୟବହାର କରାଯାଉଛି, ଯେଉଁଥିରେ ଆଞ୍ଚଳିକ ଓ ସ୍ଥାନୀୟ ସମ୍ବାଦପତ୍ରରେ ବିଜ୍ଞାପନ, ଏଫ୍‌ଏମ୍ ରେଡିଓ ମାଧ୍ୟମରେ ସଚେତନତା ଅଭିଯାନ, ସୋସିଆଲ ମିଡିଆ ଏବଂ ଡିଜିଟାଲ୍ ମାଧ୍ୟମରେ ନିରନ୍ତର ଯୋଗାଯୋଗ, ଗୋଷ୍ଠୀ ସ୍ତରରେସଚେତନତା ସଭା, ସ୍ଥାନୀୟ କାର୍ଯ୍ୟକ୍ରମ ଏବଂ ସମସ୍ତ ଜିଲ୍ଲାରେ ଉପଭୋକ୍ତା ସଚେତନତା ଅଭିଯାନ ଅନ୍ତର୍ଭୁକ୍ତ।

ଏହି ସଚେତନତା ଏବଂ ପ୍ରସାର କାର୍ଯ୍ୟକ୍ରମ ଓଡ଼ିଶା ସରକାର ଏବଂ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ସୂଚନା, ଶିକ୍ଷାଏବଂ ଯୋଗାଯୋଗ ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟକାରୀ କରାଯାଉଛି। “ମୋ ଛାତ, ମୋ ସଞ୍ଚୟ” ମାଧ୍ୟମରେ, ଟାଟାପାୱାର୍ ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକ ରୁଫ୍‌ଟପ୍ ସୋଲାର୍ ଆପଣେଇବାରେ ଓଡ଼ିଶାର ନେତୃତ୍ୱକୁ ଅଧିକ ମଜବୁତକରିବା ସହ ରୁଫ୍‌ଟପ୍ ସୋଲାର୍‌କୁ ଏକ ବୃହତ ଜନ ଆନ୍ଦୋଳନରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି, ଯାହା ଭାରତରଅକ୍ଷୟ ଶକ୍ତି ଏବଂ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟକୁ ସମର୍ଥନ କରିବ।

Share

Leave a Reply

Your email address will not be published. Required fields are marked *

16 + one =