Business

ଶ୍ୟାମ ମେଟାଲିକ୍ସ ଗ୍ରୁପ ପକ୍ଷରୁ ଫୁଟାମୁରା କୋଇଲା ଖଣିର ଗୁରୁତ୍ୱପୂର୍ଣ୍ଣ ଖଣି ଅଧିକାର ହାସଲ

ଭୁବନେଶ୍ୱର: ଫୁଟାମୁରା କୋଇଲା ଖଣିର ଖଣି ଅଧିକାର ପାଇଁ ସଫଳ ବିଡର ଘୋଷିତ ହୋଇଥିବା ଆଲମ ସୋଲାର ପ୍ରାଇଭେଟ ଲିମିଟେଡରେ ଶ୍ୟାମ ମେଟାଲିକ୍ସ ଗ୍ରୁପ ନିବେଶ କରି ଏହାର ସମ୍ବଳ ସୁରକ୍ଷା ଓ ପରିଚାଳନା ଉପସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ଆଣିପାରିଛି।
ଛତିଶଗଡ଼ର ରାୟଗଡ଼ ଜିଲ୍ଲାରେ ଅବସ୍ଥିତ ମଣ୍ଡ ରାୟଗଡ଼ କୋଲଫିଲ୍ଡରେ ଥିବା ଫୁଟାମୁରା କୋଇଲା ଖଣି ପ୍ରାୟ ୭.୩୨୪ ବର୍ଗ କିଲୋମିଟର ଅଂଚଳରେ ବ୍ୟାପିଛି ଓ ସେଥିରେ ୧୭୦ ନିୟୁତ ଟନ କୋଇଲା ଗଚ୍ଛିତ ଥିବା ଆକଳନ କରାଯାଇଛି। ୨୦୨୭ ଜୁଲାଇ ସୁଦ୍ଧା ଖଣି ପରିଚାଳନା ଓ କୋଇଲା ଉତ୍ପାଦନ ଆରମ୍ଭ ହେବା ଆଶା କରାଯାଉଛି।
ଏହା ଶ୍ୟାମ ମେଟାଲିକ୍ସ ଗ୍ରୁପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟାକୱାର୍ଡ ସମନ୍ୱୟ ଅଭିଯାନ ଭାବେ ବିଚାର କରାଯାଉଛି ଯାହା ଏହା କ୍ୟାପଟିଭ ବିଦ୍ୟୁତ ଉତ୍ପାଦନ ଓ ମୌଳିକ ଇସ୍ପାତ ଉତ୍ପାଦନ ପ୍ରକ୍ରିୟା ପାଇଁ ଏକ ସ୍ଥିର, ଦୀର୍ଘକାଳୀନ ଓ ସୁଲଭ କୋଇଲା ଯୋଗାଣ ସୁନିଶ୍ଚିତ କରିବ। ଗୁରୁତ୍ୱପୂର୍ଣ୍ଣ କଂଚାମାଲ ଭଣ୍ଡାର ସୁରକ୍ଷିତ କରି କମ୍ପାନି ଏହାର ପରିଚାଳନା, ଆତ୍ମ ଯଥେଷ୍ଟତା, ନିରନ୍ତର ଅଭିବୃଦ୍ଧି ଓ ଦୀର୍ଘକାଳୀନ ମୂଲ୍ୟ ସୃଷ୍ଟି ପ୍ରତି ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି।
ଏ ସମ୍ପର୍କରେ ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀ ବ୍ରିଜ ଭୂଷଣ ଅଗ୍ରୱାଲ କହିଛନ୍ତି ଯେ, “ଆମ ଗ୍ରୁପ୍ର ଆଲମ ସୋଲାର ପ୍ରାଇଭେଟ୍ ଲିମିଟେଡରେ ପୁଞ୍ଜିନିବେଶ ଓ ଫୁଟାମୁରା କୋଇଲା ଖଣି ହାସଲ କରିବା ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳତା ଆଡ଼କୁ ଆମର ରଣନୈତିକ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଅଟେ। ଆମେ ଆମର ଉତ୍ପାଦନ କ୍ଷମତାକୁ କ୍ରମାଗତ ଭାବେ ବୃଦ୍ଧି କରୁଥିବା ବେଳେ ଉଚ୍ଚମାନର ତଥା ଦୀର୍ଘକାଳୀନ କଂଚାମାଲ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିବା ଅତ୍ୟନ୍ତ ଆବଶ୍ୟକ। ମାଣ୍ଡ-ରାୟଗଡ଼ କୋଇଲା ଖଣି ଅଂଚଳରେ ଆକଳନ କରାଯାଇଥିବା ୧୭୦ ନିୟୁତ ଟନ୍ କୋଇଲା ସଂରକ୍ଷଣ ସହିତ ଏହି ବିକାଶ ଆମର ବ୍ୟାକୱାର୍ଡ ସମନ୍ୱୟ ଢ଼ାଂଚାକୁ ଯଥେଷ୍ଟ ସୁଦୃଢ଼ କରୁଛି ଯାହା ଆମର କ୍ୟାପଟିଭ୍ ପାୱାର ପ୍ଲାଂଟ ଏବଂ ମୁଖ୍ୟ ଇସ୍ପାତ ପରିଚାଳନା ପାଇଁ ନିରନ୍ତର ଇନ୍ଧନ ସୁରକ୍ଷା ନିଶ୍ଚିତ କରୁଛି। ଏହା ସମସ୍ତ ଅଂଶୀଦାରମାନଙ୍କ ପାଇଁ ସ୍ଥାୟୀ ବିକାଶ, କାର୍ଯ୍ୟକ୍ଷମ ଦୃଢ଼ତା ଓ ଦୀର୍ଘକାଳୀନ ମୂଲ୍ୟ ସୃଷ୍ଟି ପ୍ରତି ଆମର ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି।”

Share

Leave a Reply

Your email address will not be published. Required fields are marked *

14 − 4 =