Business

ସୋନି ଇଣ୍ଡିଆ ପକ୍ଷରୁ ନୂଆ “ୟୁଏଲଟି ପାୱାର୍ ସାଉଣ୍ଡ’ ପାର୍ଟି ସ୍ପିକର ସିରିଜ୍ ଉନ୍ମୋଚିତ

ଭୁବନେଶ୍ୱର: ଭାରତର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନି ସୋନି ଇଣ୍ଡିଆ ଲୋକପ୍ରିୟ ‘ୟୁଏଲଟି ପାୱାର୍ ସାଉଣ୍ଡ’ ପୋର୍ଟଫୋଲିଓର ବିସ୍ତାର କରି ନୂଆ ପିଢ଼ିର ୩ଟି ଶକ୍ତିଶାଳୀ ପାର୍ଟି ସ୍ପିକର ୟୁଏଲଟି ଟାୱାର ୫, ୟୁଏଲଟି ଟାୱାର ୭ ଓ ୟୁଏଲଟି ଟାୱାର ମ୍ୟାକ୍ସ ଉନ୍ମୋଚନ କରିଛି। ଜବରଦସ୍ତ ବାସ, ନୂଆ ଟାୱାର ଡିଜାଇନ୍‌, ଅତ୍ୟାଧୁନିକ ଆଲୋକ ଏବଂ ଡିଜେ କାରାଓକେ ସୁବିଧା ସହିତ ଆସିଥିବା ଏହି ସ୍ପିକରଗୁଡ଼ିକ ଛୋଟ ଘରୋଇ ମଜାରୁ ଆରମ୍ଭ କରି ବଡ଼ ଖୋଲା ଜାଗାର ପାର୍ଟି ପର୍ଯ୍ୟନ୍ତ ସବୁ ସ୍ଥାନରେ ଦମଦାର ସାଉଣ୍ଡ ଅନୁଭୂତି ଦେବା ପାଇଁ ପ୍ରସ୍ତୁତ କରାଯାଇଛି।
ୟୁଏଲଟି ଟାୱାର ୫ ରେ ୩୦୦ ୱାଟର ସାଉଣ୍ଡ ଆଉଟପୁଟ୍ ସହ ୨୩୦ ମିମି ର ନୂଆ ୱୁଫର, ୟୁଏଲଟି ଡକ୍ଟ ପ୍ରଯୁକ୍ତିବିଦ୍ୟା ଓ ଦୁଇଟି ଟ୍ୱିଟର୍ ରହିଛି ଯାହା ଗଭୀର ବାସ୍ ଓ ସ୍ପଷ୍ଟ ସାଉଣ୍ଡ ପ୍ରଦାନ କରୁଛି। ଏହା ଥରେ ଚାର୍ଜ ହେଲେ ୨୦ ଘଣ୍ଟା ପର୍ଯ୍ୟନ୍ତ ଚାଲିପାରିବ। ଏଥିରେ ଆଇପିଏକ୍ସ୪ ଜଳପ୍ରତିରୋଧକ ସୁବିଧା, ୪ଟି ହ୍ୟାଣ୍ଡେଲ୍ ଓ ଏହାକୁ ଠିଆ କରି କିମ୍ବା ଶୁଆଇ ରଖିବାର ସୁବିଧା ରହିଛି। ପୂର୍ବ ମଡେଲ ତୁଳନାରେ ୭ ଗୁଣା ଅଧିକ ଅର୍ଥାତ୍ ୫୬ଟି ଏଲଇଡି ଲାଇଟ୍ ସହ ବିଟ୍ ୱେଭ୍ ଓ ମେଲୋ ମୋଡ୍ ଦିଆଯାଇଛି। ଏହାର ‘ସାଉଣ୍ଡ ଫିଲଡ ଅପ୍ଟିମାଇଜେସନ୍‌’ ପ୍ରଯୁକ୍ତିବିଦ୍ୟା ଘର ଭିତରର ପରିବେଶ ଅନୁସାରେ ସାଉଣ୍ଡକୁ ନିଜେ ସଜାଡ଼ି ଥାଏ। ବ୍ଲୁଟୁଥ୍ ୫.୩, ୟୁଏସ୍ୱି-ସି, ୟୁଏସବି-ଏ, ଆରସିଏ, ଏକ୍ସଏଲଆର ଇନ୍‌/ଆଉଟ୍‌, ମାଇକ୍ରୋଫୋନ୍ ଇନ୍ପୁଟ୍‌, ଡିଜେ ଇନ୍ପୁଟ୍‌, କାରାଓକେ, ଅରାକାଷ୍ଟ୍ ଦ୍ୱାରା ପାର୍ଟି ଚେନ୍ ଓ ଷ୍ଟିରିଓ ପେୟାରିଂ ଭଳି ସୁବିଧା ରହିଛି। ଏହାର ଓଜନ ୧୨.୭ କିଲୋଗ୍ରାମ୍‌।
ସେହିପରି ୟୁଏଲଟି ଟାୱାର ୭ରେ ୪୨୦ ୱାଟର ଶକ୍ତିଶାଳୀ ଆଉଟପୁଟ୍ ସହ ଏଥିରେ ୨୮୦ ମିମି ର ବଡ଼ ୱୁଫର ପଛ ପାଖ ଟ୍ୱିଟର, ୨ଟି ମିଡ୍ରେଞ୍ଜ୍ ଏବଂ ୪ଟି ଟ୍ୱିଟର୍ର ସ୍ୱତନ୍ତ୍ର ସେଟ୍‌ଅପ୍ ଦିଆଯାଇଛି, ଯାହା ଚାରିଆଡ଼େ ୩୬୦-ଡିଗ୍ରୀ ପାର୍ଟି ସାଉଣ୍ଡ ପହଂଚାଉଛି। ଏହା ୩୦ ଘଂଟା ପର୍ଯ୍ୟନ୍ତ ବ୍ୟାଟେରି ବ୍ୟାକଅପ୍ ଦେଉଛି। ବୋହି ନେବା ପାଇଁ ୪ଟି ହ୍ୟାଣ୍ଡେଲ୍ ସହ ପଛ ପାଖରେ ନୂଆ ଚକ ରହିଛି ଓ ଏହାକୁ ଆଇପିଏକ୍ସ୪ ୱାଟର ରେଜିଷ୍ଟାଂଟ ରେଟିଂ ଦିଆଯାଇଛି। ଏଥିରେ ୭୨ଟି ଏଲଇଡ ଆକର୍ଷଣୀୟ ଲାଇଟିଂ ସିଷ୍ଟମ୍ ଅଛି
ୟୁଏଲଟି ଟାୱାର ମ୍ୟାକ୍ସ ହେଉଛି ଏହି ସିରିଜର ସବୁଠାରୁ ଶକ୍ତିଶାଳୀ ସ୍ପିକର ଯାହାର ସାଉଣ୍ଡ ଆଉଟପୁଟ୍ ୨୧୫୦ ୱାଟ୍‌। ଏଥିରେ ତିନୋଟି ୨୮୦ ମିମି ର ବଡ଼ ୱୁଫର୍ , ୟୁଏଲଟି ଡକ୍ଟ ପ୍ରଯୁକ୍ତିବିଦ୍ୟା, ୨ଟି ମଧ୍ୟମ ରେଂଜ ଓ ୪ଟି ଟ୍ୱିଟର୍ ରହିଛି। ଏଥିରେ ୧୦୦ଟି ଏଲଇଡିର ଏକ ବିଶାଳ ଓ ନୂଆ ଲାଇଟିଂ ସିଷ୍ଟମ୍ ଦିଆଯାଇଛି। ଏହାର ଉପରି ଭାଗ ସ୍ପ୍ଲାସ୍ ପ୍ରତିରୋଧୀ ଓ ଏଥିରେ ପାର୍ଶ୍ୱ ଚକ ରହିଛି।
ୟୁଏଲଟି ଟାୱାର ୫ର ଦାମ ୪୪,୪୯୦ ଟଙ୍କା, ୟୁଏଲଟି ଟାୱାର ୭ର ଦାମ ୬୪,୯୯୦ ଟଙ୍କା ୟୁଏଲଟି ଟାୱାର ମ୍ୟାକ୍ସର ଦାମ ୧,୭୪,୯୯୦ ଟଙ୍କା ରହିଛି। ୟୁଏଲଟି ଟାୱାର ମ୍ୟାକ୍ସ କ୍ରୟ ଉପରେ ୧୯,୯୯୦ ଟଙ୍କା ମୂଲ୍ୟର ଦୁଇଟି ୱାୟାରଲେସ୍ ମାଇକ୍ରୋଫୋନ୍ ମାଗଣାରେ ମିଳିବ ଓ ଏହାସହିତ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଅଫର୍ ରହିଛି। ୟୁଏଲଟି ଟାୱାର ୭ ଉପରେ ୪,୯୯୯ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଓ ୟୁଏଲଟି ଟାୱାର ୫ ଉପରେ ୩,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ରହିଛି।
ଏହି ସ୍ପିକରଗୁଡ଼ିକ ସୋନି ସେଂଟର, ସୋନି ଏକ୍ସକ୍ଲୁସିଭ୍ ଷ୍ଟୋର, ପ୍ରମୁଖ ରିଟେଲ୍ କାଉଟଂର ଓ ଆମାଜନରେ ବିକ୍ରି ପାଇଁ ଉପଲବ୍ଧ।

Share

Leave a Reply

Your email address will not be published. Required fields are marked *

20 − fifteen =