ଓଏଏସ୍ ସ୍ତରରେ ଅଦଳବଦଳ
ଓଏଏସ୍ ସ୍ତରରେ ରାଜ୍ୟ ସରକାର ବଡ ଧରଣର ଅଦଳବଦଳ କରିଛନ୍ତି । ମୋଟ୍ ୨୭ ଜଣ ବରିଷ୍ଠ ଓଏଏସ୍ଙ୍କୁ ବଦଳି କରାଯାଇଛି । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି ) ଅତିରିକ୍ତ କମିଶନର ଭାବେ ବଦଳି ହୋଇଛି । ତାଙ୍କ ସ୍ଥାନରେ ବିଏମ୍ସି ଅତିରିକ୍ତ କମିଶନର କୈଳାସ ଚନ୍ଦ୍ର ଦାସଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । କାଶୀନଗର ବିଡିଓ ଡମ୍ବରୁଧର ମଲ୍ଲିକଙ୍କୁ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି । ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ଓବିସିସିର ଜିଏମ୍ ଭାବେ ବଦଳି କରାଯାଇଛି ।
ପୁରୀ ଜିଲ୍ଲା ପରିଷଦ ଅତିରିକ୍ତ ଇଓ ରାଜୀବ କୁମାର ବେହେରା ମୟୂରଭଞ୍ଜ ଉଦଳାରେ ଉପ-ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । କେନ୍ଦୁଝର ଜିଲ୍ଲା ପରିଷଦ ଅତିରିକ୍ତ ଇଓ ଡି.ଏସ୍. ଶୁଭଦର୍ଶୀ ଯୋଶୀଙ୍କୁ ଚମ୍ପୁଆ ଉପଜିଲ୍ଲାପାଳ ଭାବେ ବଦଳି । ବାରଙ୍ଗା ବିଡିଓ ସ୍ୱାଗତ ଦାସଙ୍କୁ ଭୁବନେଶ୍ୱର ଉନ୍ନୟନ କତ୍ତୃ ର୍ପକ୍ଷ (ବିଡିଏ) ଡେପୁଟି କମିଶନର ଭାବେ ବଦଳି ହୋଇଛି ।
ଉମାକାନ୍ତ ପରିଡ଼ାଙ୍କୁ ପର୍ଯ୍ୟଟନ ଉପସଚିବ, ଅନୁପ ପଣ୍ଡାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଉପସଚିବ ବଦଳି ହୋଇଛି । କେନ୍ଦ୍ରାଞ୍ଚଳ ଆରଡିସି କାର୍ଯ୍ୟାଳୟର ଅତିରିକ୍ତ କମିଶନର ଶୁଭାଶିଷ ମାନସିଂହଙ୍କୁ ମହିଳା ଓ ଶିଶୁ ବିକାଶର ଅତିରକ୍ତ ଶାସନ ସଚିବ ଭାବେ ବଦଳି କରାଯାଇଛି । ଫକୀରମୋହନ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର କଟକ ଜମି ରେକର୍ଡ ଏବଂ ସେଟେଲମେଣ୍ଟ କାର୍ଯ୍ୟାଳୟକୁ ବଦଳି କରଯାଇଛି ।

