ମହିନ୍ଦ୍ରା ପକ୍ଷରୁ ଏକ୍ସୟୁଭି ୩ଏକ୍ସଓ ଆରଇଭିଏକ୍ସ ଏଜ ଉନ୍ମୋଚିତ, ପ୍ରାରମ୍ଭିକ ମୂଲ୍ୟ ୯.୩୯ ଲକ୍ଷ ଟଙ୍କା
ଭୁବନେଶ୍ୱର/ କଟକ: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ ପକ୍ଷରୁ ୯.୩୯ ଲକ୍ଷ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଏକ୍ସୟୁଭି ୩ଏକ୍ସଓ ଆରଇଭିଏକ୍ସ ଏଜକୁ ଉନ୍ମୋଚନ କରାଯାଇଛି। ଏହାଦ୍ୱାରା କମ୍ପାନି ପ୍ରିମିୟମ ସୁବିଧାକୁ ଗ୍ରାହକଙ୍କ ପାଖରେ ପହଂଚାଇଛି ଓ ଗ୍ରାହକ ମୂଲ୍ୟର ମାନଦଣ୍ଡକୁ ବଢ଼ାଇଛି। ଏଥି ସହିତ କମ୍ପାନି ପକ୍ଷରୁ ଏକ୍ସୟୁଭି ୩ଏକ୍ସଓ ଆରଇଭିଏକ୍ସ ଏମ(ଓ)ର ପେଟ୍ରୋଲ ଅଟୋମେଟିକ୍ ଟ୍ରାନ୍ସମିସନ ମଡେଲ ମଧ୍ୟ ଉନ୍ମୋଚନ କରାଯାଇଛି।
୨୦୨୪ରେ ଶୁଭାରମ୍ଭ ହେବା ପରଠାରୁ ଏକ୍ସୟୁଭି ୩ଏକ୍ସଓ ନୂଆ ପିଢ଼ିର ଏସୟୁଭି ଗ୍ରାହକଙ୍କ ଆକାଂକ୍ଷାକୁ ବଦଳାଇଛି। ଆକର୍ଷଣୀୟ ଡିଜାଇନ, ପ୍ରିମିୟମ ଭିତର ପାର୍ଶ୍ୱ, ଆରାମଦାୟକ ଗାଡ଼ିଚାଳନା, ଉନ୍ନତ ପ୍ରଯୁକ୍ତି, ରୋମାଂଚକର ପ୍ରଦର୍ଶନ ଓ ଅତୁଳନୀୟ ସୁରକ୍ଷା ସହିତ ଏକ୍ସୟୁଭି ୩ଏକ୍ସଓ ଅଢ଼େଇ ବର୍ଷରୁ କମ ସମୟରେ ୨.୫ ଲକ୍ଷରୁ ଅଧିକ ବିକ୍ରି ହାସଲ କରିଛି। ଏହି ମାଇଲଖୁଂଟରେ ପହଂଚିବାରେ ଏହା ହେଉଛି ମହିନ୍ଦ୍ରାର ଦ୍ରୁତତମ ଏସୟୁଭି।
ଗତବର୍ଷ ଉନ୍ମୋଚନ କରାଯାଇଥିବା ଆରଇଭିଏକ୍ସ ସିରିଜ ଆଧାରରେ ନିର୍ମିତ ନୂଆ ଭାରିଆଂଟରେ ଷ୍ଟାଇଲ ଓ ପ୍ରିମିୟମ ସୁବିଧାର ମିଶ୍ରଣ ରହିଛି ଏବଂ ଏହା ଏବେ ବିବିଧ ପାୱାରଟ୍ରେନ ବିକଳ୍ପରେ ଉପଲବ୍ଧ ହୋଇଛି ଯାହା ବହୁ ପ୍ରକାର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିବ। ଏକ୍ସୟୁଭି ୩ଏକ୍ସଓ ଆରଇଭିଏକ୍ସ ଏଜ ମଡେଲ ୧.୨ ଲିଟର ଏମଷ୍ଟାଲିଅନ ଟିସିଏମପିଏଫଆଇ ସହିତ ଏଟି ଓ ଏମଟି ଟ୍ରାନ୍ସମିସନ ଓ ୧. ୫ ଲିଟର ଟର୍ବୋ ଡିଜେଲ ସହିତ ସିଆରଡି ସହ ଏଏମଟି ଓ ଏମଟି ଟ୍ରାନ୍ସମିସନ ଭଳି ଦୁଇଟି ଇଂଜିନ ବିକଳ୍ପରେ ଉପଲବ୍ଧ ହୋଇଛି।
ଏକ୍ସୟୁଭି ୩ଏକ୍ସଓ ଆରଇଭିଏକ୍ସ ଏଜରେ ଡୁଆଲ ଟୋନ ରୁଫ୍, ବଡି ରଙ୍ଗର ଗ୍ରିଲ, କଳା ଚକ , ଭିତରେ କଳା ଚମଡ଼ାରେ ପ୍ରସ୍ତୁତ ସିଟ, ୨୬.୦୩ ସେମି ଏଚଡି ଇନଫୋଟେନମେଂଟ ବ୍ୟବସ୍ଥା ସହିତ ଆଣ୍ଡ୍ରଏଡ ଅଟୋ ଓ ଆପଲ କାର ପ୍ଲେ, ଚାରିଟି ସ୍ପିକର, ଷ୍ଟିୟରିଂରେ ଅଡିଓ ନିୟନ୍ତ୍ରଣ, କ୍ରୁଜ କଂଟ୍ରୋଲ, ପଛକୁ ଦେଖିବା କ୍ୟାମେରା, ଉଚ୍ଚତା ବଦଳାଇ ହେଉଥିବା ଡ୍ରାଇଭର ସିଟ, ପଛ ଏସି ଭେଂଟ ଓ ପଛ ଆର୍ମରେଷ୍ଟ ସହ କପ ହୋଲଡର ଭଳି ସୁବିଧା ରହିଛି। ଏହାର ଏକ୍ସ ସୋରୁମ ଦାମ ୯.୩୯ ଲକ୍ଷ ଟଙ୍କା ରହିଛି।
ଏକ୍ସୟୁଭି ୩ଏକ୍ସଓ ଆରଇଭିଏକ୍ସ ଏଜ(ଓ)ର ଏକ୍ସ ସୋରୁମ ଦାମ ୯.୮୯ ଲକ୍ଷ ଟଙ୍କା ରହିଛି। ଏଥିରେ ଆରଇଭିଏକ୍ସ ଏଜର ସମସ୍ତ ସୁବିଧା ସହିତ ପାନୋରାମିକ ସନରୁଫ, ରୁଫ ରେଲ, ଇଲେକ୍ଟ୍ରିକ ଫୋଲଡେବଲ ପଛକୁ ଦେଖିବା ମିରର, ଚାବିବିହୀନ ପ୍ରବେଶ, ପୁସ-ଷ୍ଟାର୍ଟ ବଟନ, ଅଟୋମେଟିକ ହେଡଲ୍ୟାମ୍ପ ଓ ୱାଇପର ରହିଛି। ଉଭୟ ଆରଇଭିଏକ୍ସ ଏଜ ଓ ଆରଇଭିଏକ୍ସ ଏଜ (ଓ)ରେ ୬ ଏୟାରବ୍ୟାଗ, ଇଲେକ୍ଟ୍ରୋନିକ୍ ଷ୍ଟାବିଲିଟି କଂଟ୍ରୋଲ, ଆଇସୋଫିକ୍ସ ଶିଶୁ ସିଟ ମାଉଂଟ, ରିଭର୍ସ ପାର୍କିଂ ସେନସର, ତିନି ପଏଂଟ ସିଟ ବେଲଟ, ସବୁ ଯାତ୍ରୀଙ୍କ ପାଇଁ ସିଟ ବେଲ୍ଟ ରିମାଇଣ୍ଡର ଭଳି ୩୫ ସୁରକ୍ଷା ସୁବିଧା ରହିଛି।
ଏକ୍ସୟୁଭି ୩ଏକ୍ସଓ ଆରଇଭିଏକ୍ସ ଏମ(ଓ)ର ଏକ୍ସ ସୋରୁମ ଦାମ ୯.୯୯ ଲକ୍ଷ ଟଙ୍କା ରହିଛି। ଏହା ହେଉଛି ୧୦ ଲକ୍ଷ ଟଙ୍କାରୁ କମ ମୂଲ୍ୟର ଆରଇଭିଏକ୍ସ ସିରିଜ ଗାଡ଼ି ଯେଉଁଥିରେ ଅଟୋମେଟିକ ଟ୍ରାନ୍ସମିସନ ବିକଳ୍ପ ରହିଛି।
ସମସ୍ତ ତିନିଟି ଭାରିଆଂଟ ଏଭରେଷ୍ଟ ହ୍ୱାଇଟ, ଷ୍ଟିଲଥ ବ୍ଳାକ, ଟାଙ୍ଗୋ ରେଡ, ନେବୁଲା ବ୍ଲୁ ଓ ଗାଲାକ୍ସି ଗ୍ରେ ରଙ୍ଗରେ ଉପଲବ୍ଧ ହୋଇଛି।

