ଅନ୍ତର୍ଜାତୀୟ ଯୁବ ଦିବସରେ ନାମଦେବ ଫିନଭେଷ୍ଟ ପକ୍ଷରୁ ଦାୟିତ୍ୱବାନ ଫାଇନାନ୍ସ ଜରିଆରେ ପରବର୍ତ୍ତୀ ପିଢ଼ି ଉଦ୍ୟୋଗୀ ସଶକ୍ତୀକରଣକୁ ପ୍ରାଧାନ୍ୟତା
ଭୁବନେଶ୍ୱର: ଭାରତର ଜନସଂଖ୍ୟାରେ ଯୁବ ଶକ୍ତି ଏହାର ସବୁଠୁ ବଡ଼ ଦୃଢ଼ତା ହୋଇଛି। ଯୁବ ଉଦ୍ୟୋଗୀମାନେ ସାରା ଦେଶରେ ନବସୃଜନ, ନିଯୁକ୍ତି ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଉଛି। ଭାରତର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରଠାରୁ ଗ୍ରାମାଚଂଳ ପର୍ଯ୍ୟନ୍ତ ନୂଆ ପିଢ଼ିର ପ୍ରଥମ ଥର ବ୍ୟବସାୟ ମାଲିକମାନେ ପ୍ରଯୁକ୍ତି, ଡିଜିଟାଲ ଭିତ୍ତିଭୂମି ଓ ସ୍ଥାନୀୟ ସୁଯୋଗକୁ ବ୍ୟବହାର କରି ସଂସ୍ଥା ଗଢ଼ି ସମୁଦାୟରେ ରୂପାନ୍ତରଣ କରୁଛନ୍ତି।
ନାମଦେବ ଫିନଭେଷ୍ଟ ଲିମିଟେଡ୍ରେ ଆଶାୟୀ ଉଦ୍ୟୋଗୀଙ୍କୁ ସଶକ୍ତ କରିବା କେବଳ ଋଣ ପ୍ରଦାନ କରିବା ନୁହେଁ। ସଂଗଠିତ ଫାଇନାନ୍ସ ଓ ଦୀର୍ଘକାଳୀନ ଅର୍ଥିକ ଦୃଢ଼ତା ପ୍ରଦାନ କରି ପ୍ରଥମ ପିଢ଼ିର ବ୍ୟବସାୟ ମାଲିକଙ୍କ ସଶକ୍ତ କରିବାକୁ ପ୍ରତିବଦ୍ଧ ରହିଛି। ଅଭିଜ୍ଞତା ଓ ଯୁବ ଶକ୍ତିକୁ ନେଇ ନାମଦେବ ଫିନଭେଷ୍ଟ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହର, ଗ୍ରାମାଚଂଳ ଓ ଅର୍ଦ୍ଧସହରାଂଚଳର ଉପେକ୍ଷୀତ ଉଦ୍ୟୋଗୀମାନଙ୍କ ପାଇଁ ଋଣ ଅନ୍ତର ଦୂର କରିବାକୁ ନାମଦେବ ଫିନଭେଷ୍ଟ ଉଦ୍ୟମ ଜାରି ରଖିଛି।
ଏହି ଅବସରରେ ନାମଦେବ ଫିନଭେଷ୍ଟ ଲିମିଟେଡର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ତନୱାର କହିଛନ୍ତି ଯେ, “ଭାରତର ଯୁବପିଢ଼ି କେବଳ ଆମ ଅର୍ଥନୀତିର ଭବିଷ୍ୟତକୁ ଗଢ଼ୁନାହାନ୍ତି, ସେମାନେ ଏହାକୁ ନିର୍ମାଣ କରୁଛନ୍ତି। ସାରା ଦେଶରେ ଆମେ ଯୁବ ଉଦ୍ୟୋଗୀମାନଙ୍କୁ ବ୍ୟବସାୟ ସୃଷ୍ଟି କରିବା, ନିଯୁକ୍ତି ସୃଷ୍ଟି କରିବା ଏବଂ ସେହି ସମୁଦାୟଗୁଡ଼ିକରୁ ଅର୍ଥନୈତିକ ପ୍ରଗତିକୁ ଆଗେଇ ନେଉଛୁ ଯେଉଁମାନଙ୍କର ପାରମ୍ପରିକ ଭାବରେ ଆନୁଷ୍ଠାନିକ ଅର୍ଥନୀତି ପର୍ଯ୍ୟନ୍ତ ପହଂଚିବା ସୀମିତ ରହିଥିଲା। ମୋର ନିଜର ଯାତ୍ରା ଯୁବ ଶକ୍ତି ଏବଂ ମହତ୍ୱାକାଂକ୍ଷାର ଏହି ଶକ୍ତିର ଏକ ପ୍ରମାଣ। ମୁଁ ମାତ୍ର ୧୭ ବର୍ଷ ବୟସରେ ମୋର ଉଦ୍ୟୋଗୀ ଯାତ୍ରା ଆରମ୍ଭ କରିଥିଲି। ସଫଳ ହେବାର ଆଶା ଓ ଅକ୍ଳାନ୍ତ ଶକ୍ତି ଦ୍ୱାରା ଚାଳିତ ହୋଇ ଯାହା କେବଳ ଯୁବପିଢ଼ି ହିଁ ଆଣିପାରିବେ। ଅଗଣିତ ବୈଠକ, ନିରନ୍ତର ପରିଶ୍ରମ ଓ ବର୍ତ୍ତର୍ମାନ ଦୁଇ ଦଶନ୍ଧିର ସମୃଦ୍ଧ ଅଭିଜ୍ଞତା ମାଧ୍ୟମରେ ମୁଁ ନାମଦେବ ଫିନଭେଷ୍ଟକୁ ଆଜି ଏହା ଯାହା ଅଟେ ସେଥିରେ ନିର୍ମାଣ କରିବାର ସୌଭାଗ୍ୟ ପାଇଛି। ୧୦ଟି ରାଜ୍ୟରେ ୧୩୭ରୁ ଅଧିକ ଶାଖା ଓ ୧,୭୫୦ରୁ ଅଧିକ ଦଳର ସଦସ୍ୟଙ୍କ ସହିତ ଏକ ସଂଗଠନ ଯେଉଁମାନେ ଉଦ୍ୟୋଗିତାକୁ ସକ୍ଷମ କରିବା ପାଇଁ ସମାନ ଆଗ୍ରହ ପୋଷଣ କରିଛନ୍ତି।
ଏହି ୨୦ ବର୍ଷ ମଧ୍ୟରେ ମୁଁ ଯାହା ଶିଖିଛି ତାହା ହେଉଛି ଅଭିଜ୍ଞତା ଏବଂ ଯୁବ ଶକ୍ତି ପରସ୍ପରର ବିପରୀତ ନୁହଁନ୍ତି, ସେମାନେ ଶକ୍ତିଶାଳୀ ପରିପୂରକ। ନାମଦେବ ଫିନଭେଷ୍ଟରେ ଆମର ୮୦% କର୍ମଚାରୀ ୩୫ ବର୍ଷରୁ କମ୍ ବୟସର ଯେଉଁମାନେ ନୂତନ ଦୃଷ୍ଟିକୋଣ, ବୈଷୟିକ ଜ୍ଞାନ ଓ ଅସୀମ ଉତ୍ସାହ ଆଣିଥାନ୍ତି। ଅଭିଜ୍ଞତା ଓ ଯୁବ ଗତିଶୀଳତାର ଏହି ମିଶ୍ରଣ ହିଁ ଆମ ସଂଗଠନକୁ ପ୍ରକୃତରେ ଶକ୍ତିଶାଳୀ କରିଥାଏ। ଆମେ କେବଳ ଋଣ ଦେଉନାହୁଁ; ଆମେ ପରବର୍ତ୍ତୀ ପିଢ଼ିର ଆକାଂକ୍ଷାଗୁଡ଼ିକରେ ବିନିଯୋଗ କରୁଛୁ, ଯେମିତି ମୋର ନିଜ ଉଦ୍ୟୋଗୀ ଯାତ୍ରାରେ ମୋତେ ସମର୍ଥନ ମିଳିଥିଲା।
ନାମଦେବ ଫିନଭେଷ୍ଟରେ ଆମେ ବିଶ୍ୱାସ କରୁ ଯେ ଆମର ଦାୟିତ୍ୱ ଋଣ ଦେବା ବାହାରକୁ ମଧ୍ୟ ବିସ୍ତାରିତ। ଯୋଗ୍ୟ ଉଦ୍ୟୋଗୀମାନେ ସେମାନେ କେଉଁଠାରୁ ଆସିଛନ୍ତି ତାହା ବିଚାର ନ କରି ଦାୟିତ୍ୱବାନ ଋଣ ପାଇବାକୁ ଠିକ୍ ସମୟରେ ସୁନିଶ୍ଚିତ କରି ଆକାଂକ୍ଷାଗୁଡ଼ିକୁ ସକ୍ଷମ କରିବା ବିଷୟରେ ଭାବିଥାନ୍ତି। ଆମର ୫୧%ରୁ ଅଧିକ ଗ୍ରାହକ ହେଉଛନ୍ତି ୩୫ ବର୍ଷରୁ କମ୍ ବୟସର ଯୁବ ଉଦ୍ୟୋଗୀ ଯାହାଙ୍କୁ ଆମେ ସେମାନଙ୍କର ସ୍ୱପ୍ନ ଓ ମହତ୍ୱାକାଂକ୍ଷା ପାଇଁ ୧,୪୬୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛୁ। ଉପଯୁକ୍ତ ଆର୍ôଥକ ସହାୟତା ପାଉଥିବା ପ୍ରତ୍ୟେକ ଉଦ୍ୟୋଗୀଙ୍କର ଜୀବିକା ସୃଷ୍ଟି କରିବା, ସ୍ଥାନୀୟ ଅର୍ଥନୀତିକୁ ମଜବୁତ କରିବା ଏବଂ ଭାରତର ଦୀର୍ଘକାଳୀନ ବିକାଶରେ ଅବଦାନ ଦେବାର ସାମର୍ଥ୍ୟ ରହିଛି। ଆମେ ଆନ୍ତର୍ଜାତୀୟ ଯୁବ ଦିବସ ପାଳନ କରୁଥିବାବେଳେ ଆମେ ଏକ ଅନ୍ତର୍ଭୁକ୍ତୀକରଣ ଆର୍ôଥକ ବ୍ୟବସ୍ଥା ଗଠନ କରିବାକୁ ପ୍ରତିବଦ୍ଧ ରହିଛୁ ଯେଉଁଠାରେ ସୁଯୋଗର ଅଭାବ କାରଣରୁ ମହତ୍ୱାକାଂକ୍ଷା କେବେ ବି ସୀମିତ ହେବ ନାହିଁ।”
ଗତ ଦଶନ୍ଧିରେ ଭାରତର ଉଦ୍ୟମିତା ଦୃଶ୍ୟପଟ୍ଟରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଡିଜିଟାଲ ପେମେଂଟ, ୟୁପିଆଇ, ଇ-କମର୍ସ, ସାମାଜିକ ବାଣିଜ୍ୟ ଓ ଓଏନ୍ଡିଜିସି ଭଳି ପଦକ୍ଷେପ ବ୍ୟବସାୟ ଆରମ୍ଭ କରିବାର ପ୍ରତିବନ୍ଧକକୁ କମ୍ କରିପାରିଛି। ଆଜିର ଉଦ୍ୟମିତା କେବଳ ମେଟ୍ରୋ ସହରଗୁଡ଼ିକରେ ସୀମିତ ନାହିଁ। ଛୋଟ ସହରର ଉଦ୍ୟୋଗୀମାନେ ସଂସ୍ଥା ଗଢ଼ି ନିଯୁକ୍ତି ସୃଷ୍ଟି କରୁଛନ୍ତି ଓ ସ୍ଥାନୀୟ ଅର୍ଥନୀତି ପ୍ରତି ଅର୍ଥପୂର୍ଣ୍ଣ ଯୋଗଦାନ କରୁଛନ୍ତି।
ଦେଶର ଜିଡିପି ପ୍ରତି ୩୦ ପ୍ରତିଶତରୁ ଅଧିକ ଯୋଗଦାନ ଦେଉଥିବା ଏମଏସଏମଇ କ୍ଷେତ୍ର ଓ ଉଦୀୟମାନ ଉଦ୍ୟୋଗୀମାନଙ୍କୁ ୧୦ ରାଜ୍ୟରେ ନିଜ ନେଟୱର୍କକୁ ସମ୍ପ୍ରସାରଣ କରିଥିବା ନାମଦେବ ଫିନଭେଷ୍ଟ ଏହାର ଡିଜିଟାଲ ଦକ୍ଷତା ଓ ଗଭୀର ସ୍ଥାନୀୟ ଜ୍ଞାନକୁ ବ୍ୟବହାର କରୁଛି। ଗ୍ରାହକମାନଙ୍କ ପାଖରେ ସଂଗଠିତ ଋଣକୁ ପହଂଚାଇ କମ୍ପାନି ଜୀବିକାକୁ ସମର୍ଥନ କରୁଥିବା ବେଳେ ଉପେକ୍ଷୀତ ବଜାରଗୁଡ଼ିକରେ ଉଦ୍ୟମିତାକୁ ସୁଦୃଢ଼ କରୁଛି।

