କ୍ରୀଡା

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ବାଂଲାଦେଶ

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ବାଂଲାଦେଶ । ୨୩ ବର୍ଷ ପରେ ଅଷ୍ଟ୍ରେଲିଆ ଖେଳିବାକୁ ଯାଇଥିବା ବାଂଲାଦେଶ ଟିମ୍ ବଦଳାଇ ଦେଇଛି ଇତିହାସ । ସୃଷ୍ଟି କରିଛି ନୂଆ ରେକର୍ଡ । ଡାରୱିନରେ ଅଷ୍ଟ୍ରେଲିଆକୁ ୯ ୱିକେଟରେ ହରାଇଲା ବାଂଲାଦେଶ । ୫୭ ରନର ଲକ୍ଷ୍ୟକୁ ଗୋଟିଏ ୱିକେଟ ହରାଇ ହାସଲ କରି କଙ୍ଗାରୁ ଟିମକୁ ମାତ୍ ଦେଲା ବାଂଲାଦେଶ । ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଥର ଅଷ୍ଟ୍ରେଲିଆକୁ ହରାଇଲା ବାଂଲାଦେଶ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ ଟିମ୍ । ପ୍ରଥମ ଇନିଂସରେ ବ୍ୟାଟିଂ କରି ୧୯୮ ରନ୍ କରିବାକୁ ସକ୍ଷମ ହୋଇଥିଲା କଙ୍ଗାରୁ ଦଳ । ବାଂଲାଦେଶ ପକ୍ଷରୁ ହସନ ମହମ୍ମଦ ୬ଟି ଓ୍ୱିକେଟ୍ ନେଇଥିବା ବେଳେ ହାସନ୍ ଏବଂ ଅହମ୍ମଦ ୨ଟି ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି । ଜବାବରେ ବାଂଲାଦେଶ ପ୍ରଥମ ଇନିଂସ ବ୍ୟାଟିଂ କରି ୪୨୬ ରନ୍ ହାସଲ କରିଥିଲା । ଦଳ ପକ୍ଷରୁ ହସନ ତାମିମ୍ ଶତକ ହାସଲ କରିଥିଲେ ।

ଦ୍ବିତୀୟ ଇନିଂସରେ ଅଷ୍ଟ୍ରେଲିଆ ଟିମ୍ ମାତ୍ର ୨୮୪ ରନ୍ କରିବାକୁ ସକ୍ଷମ ହୋଇଥିଲା । ଅଲରାଉଣ୍ଡର କ୍ୟାମେରୁନ୍ ଗ୍ରୀନ୍ ଶତକ ହାସଲ କରିଥିଲେ । ତାପରେ ବି ଦଳ ୨୮୪ ରନରେ ସୀମିତ ରହିଥିଲା । ବାଂଲାଦେଶ ପକ୍ଷରୁ ମେହେନ୍ଦୀ ହସନ ସର୍ବାଧିକ ୫ଟି ଓ୍ୱିକେଟ୍ ନେଇଥିଲେ । ବାକି ହସନ ମେହେମ୍ମୁଦ ୩ଟି ଏବଂ ତକସିନ ଅହମ୍ମଦ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ । ଶେଷରେ ବାଂଲାଦେଶ ଟିମ୍କୁ ୫୭ ରନ୍ର ଟାର୍ଗେଟ ମିଳିଥିଲା । ଯାହାକୁ ବାଂଲାଦେଶ ଟିମ୍ ଗୋଟିଏ ଓ୍ୱିକେଟ୍ ହରାଇ ହାସଲ କରିଥିଲା ।

Share

Leave a Reply

Your email address will not be published. Required fields are marked *

5 × 2 =