ମନୋରଞ୍ଜନ

ଅଭିନେତ୍ରୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ

ବ୍ୟୁଟି କୁଇନ ତଥା ବିଗବସ୍ ଫେମ୍ ଲୋପାମୁଦ୍ରା ରାଉତଙ୍କ ମୁମ୍ବାଇ ସ୍ଥିତ ସାନ୍ତାକ୍ରୁଜ ଘରେ ଚୋରି । ଏହି ମାମଲାରେ ପୋଲିସ ଅଭିଯୁକ୍ତ ଚୋରକୁ ଗିରଫ କରିଛି । ଚୋରି କରିଥିବା ମୁଖ୍ୟ ଅଭିଯୁକ୍ତକୁ ପୋଲିସ ବିହାରରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ନାମ ଚନ୍ଦନ କମଲେଶ ମୁଖିଆ ଏବଂ ବୟସ ୨୬ ବର୍ଷ । ଚୋର ପାଖରୁ ପୋଲିସ ଲକ୍ଷାଧିକ ଟଙ୍କା ଜବତ କରିଛି ।

ଖବର ମୁତାବକ, ବିଗବସ୍ ଫେମ୍ ଲୋପାମୁଦ୍ରା ୨୦ ଜୁନରୁ ୨୭ ଜୁଲାଇ ନିଜ ଘରେ ନଥିଲେ । ତେଣୁ ଏହାର ଫାଇଦା ଉଠାଇ ଚୋର ଜଣକ ଫ୍ଲାଟରୁ ନଗଦ ଟଙ୍କା, ସୁନା ଗହଣା ଆଉ ଅନ୍ୟାନ ଜିନିଷ ଚୋରି କରିନେଇଥିବା ଜଣାପଡିଛି । ପୋଲିସ ଗିରଫ କରିବା ପରେ ଏସବୁ ଜିନିଷ ତା ଠାରୁ ଜବତ କରାଯାଇଛି । ପୋଲିସ କହିବା ମୁତାବକ, ଅଭିଯୁକ୍ତ ଜଣକ ଚୋରି ଟଙ୍କାରେ ଭଉଣୀ ନାମରେ ଜମି କିଣିବାକୁ ଚେଷ୍ଟା କରୁଥିଲା । ଯାହାର ପର୍ଦ୍ଦାଫାସ୍ ହୋଇଛି ।

ଚୋରି ମାମଲାରେ ସାନ୍ତାକ୍ରୁଜ ପୋଲିସ ଏବଂ ଲୋକାଲ କ୍ରାଇମବ୍ରାଞ୍ଚ ମିଳିତ ସହଯୋଗରେ ଚୋରକୁ ଧରିଛି । ଧରାପଡ଼ିଥିବା ଚୋର ପାଖରେ ଲକ୍ଷାଧିକ ଟଙ୍କା ସହିତ ସୁନାଗହଣାକୁ ଜବତ କରାଯାଇଛି । ସିସିଟିଭି ଆଧାରରେ ଅଭିଯୁକ୍ତକୁ ବିହାରରୁ ଗିରଫ କରାଯାଇଛି । ଅଭିଯୁକ୍ତ ଏବେ ପୋଲିସ ହେପାଜତରେ ରହିଛି । ଅନ୍ୟ ସବୁ ପ୍ରପର୍ଟି ଜବତ କରି ଯାଞ୍ଚ ଚାଲିଛି ।

ସୂଚନାଯୋଗ୍ୟ, ଲୋପାମୁଦ୍ରା ରିଆଲିଟି ଶୋ ବିଗ୍ ବସ୍, ଖତୋରେଁ କି ଖିଲାଡିରେ ନଜର ଆସିଛନ୍ତି । ଏହାଛଡା କିଛି ୱେବ ସିରିଜରେ କାମ କରିଛନ୍ତି । କିନ୍ତୁ ଆକ୍ଟିଂରେ ଅଧିକ ଆକ୍ଟିଭ ନାହାନ୍ତି ହେଲେ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସଙ୍କ ସହିତ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen − five =