ରାଜ୍ୟ

ଆଜିଠୁ ରାଜ୍ୟବ୍ୟାପୀ ଘରେ ଘରେ ତ୍ରିରଙ୍ଗା ଅଭିଯାନ

ଆଜିଠୁ ରାଜ୍ୟବ୍ୟାପୀ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ। ଆଜିଠୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ଅଭିଯାନ। ଅଭିଯାନ ମାଧ୍ୟମରେ ଘରେ ଘରେ ଜାତୀୟ ପତାକା ଉଡ଼ାଇବା ସହ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ଅଭିଯାନ ଆୟୋଜନ କରାଯାଉଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜନସାଧାରଣଙ୍କୁ ଏଥିରେ ସାମିଲ କରାଯିବ ।

ଏନେଇ ଆଜି ହାତୀଆଶୁଣି ପଡିଆ ଠାରୁ ଲୁମ୍ବିନ ବିହାର ପଯ୍ୟନ୍ତ ରାଜ୍ୟସ୍ତରୀୟ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଇଛି । ୪୪ ଲକ୍ଷ ୪୦ ହଜାର ଜାତୀୟ ପତାକାକୁ ନେଇ ତ୍ରିରଙ୍ଗା ଯାତ୍ରା ପ୍ରସ୍ତୁତ ହୋଇଛି। ଆଜିଠାରୁ ଘରେ ଘରେ ତିରଙ୍ଗା ଲଗାଇ ଅଭିଯାନକୁ ସଫଳ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆଜିଠୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଅଭିଯାନ ଚାଲିବ ।

Share

Leave a Reply

Your email address will not be published. Required fields are marked *

four + seven =