ଜାତୀୟ

ମାଗଣା ରହିବ UPI ପେମେଣ୍ଟ

UPI ପେମେଣ୍ଟ ରହିବ ମାଗଣା, ଗ୍ରାହକଙ୍କଠାରୁ ନିଆଯିବନି କୌଣସି ଚାର୍ଜ । UPI ମାଧ୍ୟମରେ ଟଙ୍କା କାରବାରକୁ ନେଇ ସାଧାରଣ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିକର ଖବର। UPIରେ ପେମେଣ୍ଟ କରୁଥିବା ଗ୍ରାହକଙ୍କୁ କୌଣସି ଟ୍ରାଞ୍ଜାକ୍ସନ ଚାର୍ଜ ଦେବାକୁ ପଡ଼ିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ବ୍ୟକ୍ତିରୁ ବ୍ୟକ୍ତି ମଧ୍ୟରେ ହେଉଥିବା ସମସ୍ତ UPI କାରବାର ପୂର୍ବଭଳି ସମ୍ପୂର୍ଣ୍ଣ ମାଗଣା ରହିବ। ଡିଜିଟାଲ ପେମେଣ୍ଟ ସମ୍ପର୍କିତ ବ୍ୟବସ୍ଥାକୁ ନେଇ ନିକଟରେ ଲୋକସଭାରେ ପଦକ୍ଷେପ ପରେ UPI କାରବାର ଉପରେ ଭବିଷ୍ୟତରେ ଚାର୍ଜ ଲାଗିପାରେ ବୋଲି କିଛି ରିପୋର୍ଟ ପ୍ରକାଶ ପାଇଥିଲା ।

ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହେବା ପରେ କେନ୍ଦ୍ର ସରକାର ଏବେ ସ୍ଥିତି ସ୍ପଷ୍ଟ କରିଛନ୍ତି। ସରକାରଙ୍କ କହିବା ଅନୁଯାୟୀ, UPIରେ ପେମେଣ୍ଟ କରୁଥିବା ଗ୍ରାହକଙ୍କ ଉପରେ କୌଣସି ଟ୍ରାଞ୍ଜାକ୍ସନ ଚାର୍ଜ ପଡ଼ିବ ନାହିଁ। ଅଧିକାଂଶ ବ୍ୟବସାୟିକ UPI କାରବାର ମଧ୍ୟ ବିନା ଶୁଳ୍କରେ ଜାରି ରହିବ। ତେବେ ଭବିଷ୍ୟତରେ MDR ବା Merchant Discount Rate ଲାଗୁ କରାଗଲେ, ତାହା କେବଳ ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ମୂଲ୍ୟର କିଛି ସୀମିତ ବ୍ୟବସାୟିକ କାରବାର ଉପରେ ଲାଗିପାରେ।

ଏହି ଚାର୍ଜ ମଧ୍ୟ ନାମମାତ୍ର ହେବ ଏବଂ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡରେ ଲାଗୁଥିବା MDR ତୁଳନାରେ ଯଥେଷ୍ଟ କମ୍ ରହିବ ବୋଲି ସରକାର କହିଛନ୍ତି। ଅର୍ଥାତ୍ ସାଧାରଣ ଲୋକ ଜଣେ ଅନ୍ୟ ଜଣଙ୍କୁ UPIରେ ଟଙ୍କା ପଠାଇବା କିମ୍ବା UPI ମାଧ୍ୟମରେ ପେମେଣ୍ଟ କରିବା ବେଳେ ଅତିରିକ୍ତ ଚାର୍ଜକୁ ନେଇ ଚିନ୍ତା କରିବାର କାରଣ ନାହିଁ। ସମ୍ଭାବ୍ୟ ନାମମାତ୍ର ଚାର୍ଜ କେବଳ କିଛି ନିର୍ଦ୍ଦିଷ୍ଟ ବ୍ୟବସାୟିକ କାରବାର ମଧ୍ୟରେ ସୀମିତ ରହିବ।

Share

Leave a Reply

Your email address will not be published. Required fields are marked *

one × one =