ଯାତ୍ରାମଞ୍ଚରେ କଳାକାରଙ୍କୁ ଚେୟାର ମାଡ଼
ଯାତ୍ରାମଞ୍ଚରେ କଳାକାରଙ୍କୁ ଚେୟାର ମାଡ଼ । ଯାତ୍ରା ମଞ୍ଚରେ ନାଟକ ପରିବେଷଣ ବେଳେ କଳାକାରଙ୍କୁ ଦର୍ଶକଙ୍କ ଚେୟାର ମାଡ । କିଛି ସମୟ ପାଇଁ ବନ୍ଦ ହେଲା ନାଟକ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ରୋଡ ଥାନା ଚାନ୍ଦମା କାଳୀ ପଡିଆରେ । ଗତକାଲି ନାଟକ ସନାତନୀ ମଞ୍ଚସ୍ଥ କରୁଥିବା ବେଳେ ଘଟିଛି ଏଭଳି ଅଭାବନୀୟ ଘଟଣା । ନାଟକରେ କିଛି ଗୋଷ୍ଠୀଙ୍କୁ ଅନ୍ୟ ଗୋଷ୍ଠୀର ଲୋକ ନିର୍ଯାତନା ଦିଆଯାଉଥିବାର ଦୃଶ୍ୟ ପରିବେଷଣ ହେଉଥିଲା। ଏହି ସମୟରେ ଦର୍ଶକ ଉତକ୍ଷିପ୍ତ ହୋଇ କଳାକାରଙ୍କ ଉପରକୁ ଚେୟାର ମାଡ଼ କରିଥିଲେ। ଫଳରେ ଅଭିନେତ୍ରୀ ତମସା ଆହତ ହୋଇଛନ୍ତି । ଅଭିନେତ୍ରୀଙ୍କ ହାତରେ ଆଘାତ ଲାଗିଥିଲା ।
ଘଟଣା ପରେ କିଛି ସମୟ ପାଇଁ ଯାତ୍ରା ପଡ଼ିଆରେ ସୃଷ୍ଟି ହୋଇଥିଲା ଅସ୍ୱାଭାବିକ ପରିସ୍ଥିତି । ଦର୍ଶକଙ୍କ ମଧ୍ୟରେ ହୋହଲ୍ଲା ଆରମ୍ଭ ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଯାତ୍ରା କମିଟି ସଦସ୍ୟ ଏବଂ କଳାକାରମାନେ ଦର୍ଶକଙ୍କୁ ବୁଝାସୁଝା କରିଥିଲେ । ଶାନ୍ତି ବଜାୟ ରଖି ନାଟକ ଦେଖିବାକୁ କରାଯାଇଥିଲା ଅନୁରୋଧ । ତେବେ ଯାତ୍ରା ମଞ୍ଚରେ ଏଭଳି ଚେୟାର ମାଡ଼ ଘଟଣା ଦର୍ଶକଙ୍କ ସୁରକ୍ଷା ସହ କଳାକାରଙ୍କ ସୁରକ୍ଷାକୁ ନେଇ ମଧ୍ୟ ବଡ଼ ପ୍ରଶ୍ନ ଛିଡ଼ା କରିଛି।

