Business

ସୋନି ଇଣ୍ଡିଆ ପକ୍ଷରୁ ୧୧୫ (୨୯୨ ସେ.ମି.)ର ଟ୍ରୁ ଆର୍‌ଜିବି ଟିଭି ଉନ୍ମୋଚିତ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ସୋନିର ବର୍ତ୍ତମାନ ପର୍ଯ୍ୟନ୍ତର ସର୍ବବୃହତ୍ ୧୧୫ (୨୯୨ ସେ.ମି.) ବ୍ରାଜିଆ ଟେଲିଭିଜନ ବ୍ରାଭିଆ ୯-।। କୁ ଉନ୍ମୋଚନ କରାଯାଇଛି। ଏହି ଟିଭିରେ ଏକ ଅତୁଳନୀୟ ବଡ଼ ସ୍କ୍ରିନ ଓ ଅତ୍ୟାଧୁନିକ ଟ୍ରୁ ଆର୍‌ଜିବି ପ୍ରଯୁକ୍ତି ରହିଛି। ସୋନିର ଟ୍ରୁ ଆରଜିବି ବ୍ରାଭିଆ ପୋର୍ଟଫୋଲିଓରେ ଏହା ସହିତ ୫୫ (୧୪୦ ସେ.ମି.)ରୁ ୧୧୫ (୨୯୨ ସେ.ମି.) ପର୍ଯ୍ୟନ୍ତର ଟିଭି ସାମିଲ ହୋଇପାରିଛି ଯାହା ଗ୍ରାହକମାନଙ୍କୁ ଅସଲି ସିନେମା ଭଳି ଛବି ଦେଖିବା ଅନୁଭତି ଏକ ପ୍ରିମିୟମ ସ୍କ୍ରିନରେ ପ୍ରଦାନ କରୁଛି।
ବ୍ରାଭିଆ ୯-।। ୧୧୫ ସହିତ ସୋନି ପକ୍ଷରୁ ବିଶିଷ୍ଟ ସିନେମା ନିର୍ମାତା ତଥା ସୋନି ବ୍ରାଭିଆର ବ୍ରାଣ୍ଡ ଆମ୍ବାସାଡର ଏସ ଏସ ରାଜାମୌଲୀଙ୍କ ସହିତ ମିଶି “ସିନେମା ଇଜ କମିଂ ହୋମ’ ଲକ୍ଷ୍ୟକୁ ଆଗକୁ ବଢ଼ାଯାଇଛି। ସେହି ଲକ୍ଷ୍ୟକୁ ସୁଦୃଢ଼ କରି ବ୍ରାଭିଆ ପୋର୍ଟଫୋଲିଓ ବ୍ୟାପକ, ଜୀବନ୍ତ ରଙ୍ଗ ପ୍ରସ୍ତୁତି, ଷ୍ଟୁଡିଓ ମାନର ଛବି ଓ ଉଲ୍ଲେନୀୟ ସାଉଣ୍ଡ ଆଣିଦେଇଛି।
ଏ ସମ୍ପର୍କରେ ସୋନି ଇଣ୍ଡିଆର ନିର୍ଦ୍ଦେଶକ ସୁନିଲ ନାୟାର କହିଛନ୍ତି ଯେ, “ସିନେମାର ମ୍ୟାଜିକକୁ ପ୍ରତିଟି ଘରେ ପଂହଚାଇବା ପାଇଁ ସୋନିରେ ଆମର ସର୍ବଦା ଲକ୍ଷ୍ୟ ରହିଛି। ନୂଆ ବ୍ରାଭିଆ ୯-।। ୧୧୫ର ଶୁଭାରମ୍ଭ ସିନେମାକୁ ଘରକୁ ଆଣିବା ପାଇଁ ସୋନିର ରହିଥିବା ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ୫୫ରୁ ୧୧୫ ପର୍ଯ୍ୟନ୍ତ ବ୍ୟାପ୍ତ ଏକ ସମ୍ପୂର୍ଣ୍ଣ ଟ୍ରୁ ଆରଜିବି ପୋର୍ଟଫୋଲିଓ ସହିତ ପ୍ରତିଟି ସ୍କ୍ରିନ ଆକାରରେ ଅସଲି ସିନେମା ଭଳି ଅନୁଭୂତି ପ୍ରଦାନ କରି ପ୍ରିମିୟମ ଗୃହ ମନୋରଂଜନକୁ ସୋନି ପୁନଃଭାଷିତ କରିଛି ଏବଂ ପ୍ରିମିୟମ ବୃହତ ସ୍କ୍ରିନ ମନୋରଂଜନରେ ନୂତନ ମାନଦଣ୍ଡ ଧାର୍ଯ୍ୟ କରିଛି।”
ସୋନି କର୍ପୋରେସନର ଗ୍ଲୋବାଲ ହେଡ୍‌-ହୋମ୍ ପ୍ରଡକ୍ଟ ବିଜନେସ୍ ଡିଭିଜନ ନେଜୁ ଡାଇସୁକେ କହିଛନ୍ତି ଯେ, “ସୋନିରେ ଆମର ବିଶ୍ୱାସ ରହିଛି ଯେ କ୍ରିଏଟରଙ୍କ ଉଦ୍ଦେଶ୍ୟକୁ ପୁନଃପ୍ରସ୍ତୁତ କରିବା ଏବଂ ଅସଲି ଲକ୍ଷ୍ୟର ପାଖାପାଖି ଅନୁଭୂତି ଗ୍ରାହକମାନଙ୍କୁ ପ୍ରଦାନ କରିବାରେ ପ୍ରିମିୟମ ଟେଲିଭିଜନର ଭବିଷ୍ୟତ ଅନ୍ତର୍ନିହିତ ରହିଛି। ୧୧୫ର ଶୁଭାରମ୍ଭ ସହିତ ଅତୁଳନୀୟ, ସିନେମା ଭଳି ଅନୁଭୂତି ଘରେ ପହଂଚାଇ ଆମେ ଗୃହ ମନୋରଂଜନର ପରିସୀମାକୁ ବଢ଼ାଇଛୁ। ଅଭିନବ ଟ୍ରୁ ଆରଜିବି ପ୍ରଯୁକ୍ତି ବ୍ରାଭିଆ ଏକ୍ସଆର ପ୍ରୋସେସରର ଶକ୍ତି ସହିତ ଏହା ଅତୁଳନୀୟ ରଙ୍ଗ ସଠିକତା, ଚମତ୍କାର କଂଟ୍ରାଷ୍ଟ ଓ ଉଲ୍ଲେଖନୀୟ ବାସ୍ତବତା ପ୍ରଦାନ କରୁଛି ଯାହା ଦର୍ଶକମାନଙ୍କୁ କ୍ରିଏଟର ଚାହୁଥିବା ଭଳି କଂଟେଂଟ ଦେଖିବା ଅନୁଭୂତି ପ୍ରଦାନ କରୁଛି।”
ସୋନିର ବ୍ରାଭିଆ ଟ୍ରୁ ଆରଜିବି ଟିଭିରେ ରହିଛି ସୋନିର ଆରଜିବି ବ୍ୟାକଲାଇଟ ମାଷ୍ଟର ଡ୍ରାଇଭ ପ୍ରୋ, ଏକ୍ସ-ୱାଇଡ ଆଙ୍ଗେଲ ପ୍ରୋ, ସ୍ମୁଥ କଲର ଗ୍ରେଡେସନ, ଇମର୍ସିଭ ବ୍ଲାକ୍ ସ୍କ୍ରିନ ପ୍ରୋ, ସିନେମା ଭଳି ଅନୁଭୂତିକୁ ଆହୁରି ଉନ୍ନତ କରିବା ପାଇଁ ବ୍ରାଭିଆ ୯-।। ୧୧୫ରେ ଗ୍ରାହକମାନେ ୧୨ ସ୍ପିକର ସିଷ୍ଟମ , ୨ଟି ସବ ଉଫର, ଆଠଟି ପୂର୍ଣ୍ଣକାଳୀନ ସ୍ପିକର ଓ ଦୁଇଟି ଟ୍ୱିଟର ସହିତ ସହିତ ଆକୋଷ୍ଟିକ ମଲଟି ଅଡିଓ+ ପାଇପାରିବେ। ଏଥିରେ ଗୁଗଲ ଟିଭିର ଶକ୍ତି ରହିଛି ଯାହା ଘରକୁ ସିନେମା, ଟିଭି ସୋ, ଆପ ଓ ଗେମ୍‌ର ବ୍ୟାପକ ଅନୁଭୂତି ଆଣିଦେବ।
ସୋନିର ବ୍ରାଭିଆ ୭-।। ଟିଭି ୫୫, ୬୫, ୭୫ ଓ ୮୫ ଇଂଚ ସ୍କ୍ରିନ ଆକାରରେ ଏବଂ ବ୍ରାଭିଆ ୯-।। ଟିଭି ୭୫, ୮୫ ଓ ୧୧୫ ଇଂଚ ଟିଭି ସ୍କ୍ରିନ ଆକାଣରେ ଉପଲବ୍ଧ ହୋଇଛି। ବ୍ରାଭିଆ ୯-୨ର ୭୫ ଇଂଚର ଏମଆରପି ୮,୩୯,୯୦୦ ଟଙ୍କା, ୫୫ ଇଂଚର ୯,୮୯,୯୦୦ ଟଙ୍କା, ୧୧୫ ଇଂଚର ୪୫,୯୯,୯୦୦ ଟଙ୍କା ଏବଂ ବ୍ରାଭିଆ ୭-୨ର ୫୫ ଇଂଚର ଦାମ ୩,୫୯,୯୦୦ ଟଙ୍କା, ୬୫ ଇଂଚର ୪,୩୯,୯୦୦ ଟଙ୍କା, ୭୫ ଇଂଚର ୪,୧୯,୯୦୦ ଟଙ୍କା ଓ ୮୫ ଇଂଚର ଦାମ ୭,୧୯,୯୦୦ ଟଙ୍କା ରହିଛି।
ଏହି ଟିଭିଗୁଡ଼ିକ ସୋନି ରିଟେଲ ଷ୍ଟୋର, ସପଆଟସୋନି ଡଟ କମ, ଅଗ୍ରଣୀ ଇଲେକ୍ଟ୍ରୋନିକ୍ସ ଆଉଟଲେଟ ଓ ପ୍ରମୁଖ ଇ-କମର୍ସ ୱେବସାଇଟ୍‌ରେ ଉପଲବ୍ଧ ହୋଇଛି।

Share

Leave a Reply

Your email address will not be published. Required fields are marked *

3 × 1 =