ଶରଣକୂଳର ପୂର୍ବତ୍ତନ ଥାନା ଅଧିକାରୀ ସୁଜିତ୍ ଦାସଙ୍କ ଆତ୍ମସମର୍ପଣ
ଶରଣକୂଳର ପୂର୍ବତ୍ତନ ଥାନା ଅଧିକାରୀ ସୁଜିତ୍ ଦାସଙ୍କ ଆତ୍ମସମର୍ପଣ । ହାଇକୋର୍ଟର ନିର୍ଦ୍ଦେଶ କ୍ରମେ CAW ନିକଟରେ କଲେ ଆତ୍ମସମର୍ପଣ । ମେଡିକାଲ୍ ଟେଷ୍ଟ ପାଇଁ ସୁଜିତଙ୍କୁ ନୟାଗଡ ମେଡିକାଲକୁ ଆଣିଲା CAW । ସୁଜିତ୍ ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଜଣେ ମହିଳାଙ୍କୁ ହ୍ବାଟସଅପ୍ କଲ୍ ରେ ଅଶ୍ଳିଳ ଇଙ୍ଗିତ କରିବା ସହ ବଳାତ୍କାର କରିଥିବା ନେଇ ମହିଳାଜଣଙ୍କ ନୟାଗଡ ଏସ୍ ପିଙ୍କୁ ଅଭିଯୋଗ କରିବା ପରେ ଶରଣକୂଳ ଥାନାରେ ଅଭିଯୋଗ ହୋଇଥିଲା ।
ପରେ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ସୁଜିତଙ୍କୁ ନିଳମ୍ବନ କରାଯିବା ସହ CAW ଏହାର ତଦନ୍ତ ଦାୟିତ୍ବ ନେଇଥିଲା । ନିଳମ୍ବନ ପରଠାରୁ ସୁଜିତ୍ ଫେରାର୍ ଥିଲେ ଏବଂ ଆଗୁଆ ଜାମିନ୍ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁଜିତ୍ CAW ନିକଟରେ ଆତ୍ମସମର୍ପଣ କରିଛନ୍ତି । ପୀଡିତା ପୋଲିସ ମହାନିର୍ଦେଶକ ଓ ନୟାଗଡ ଏସ ପି ଙ୍କ ଉପରେ ଭରସା ଥିଲା । କ୍ରାଇମବ୍ରାଞ୍ଚ ର CAW ତଦନ୍ତ ଉପରେ ଭରସା କରିଛନ୍ତି ।

