କ୍ରୀଡା

ଏଲ୍‌ପିଏଲ୍ ୨୦୨୬କୁ ସୁଦୃଢ଼ କଲେ ଭାରତୀୟ ତାରକା ବିଜୟ ଶଙ୍କର ଓ ପୀୟୂଷ ଚାୱଲା

ଭୁବନେଶ୍ୱର: ଶ୍ରୀଲଙ୍କାର ଲଙ୍କା ପ୍ରିମିୟର୍ ଲିଗ୍ (ଏଲ୍‌ପିଏଲ୍‌) ୨୦୨୬ ସହ ଭାରତୀୟ ତାରକା ବିଜୟ ଶଙ୍କର ଓ ପୀୟୁଷ ଚାୱଲା ଯୋଗଦେବା ଫଳରେ ଭାରତୀୟ ଦର୍ଶକମାନଙ୍କ ପାଇଁ ଏହି ଟୁର୍ଣ୍ଣାମେଂଟ୍‌ର ଗୁରୁତ୍ୱ ବୃଦ୍ଧି ପାଇଛି। କ୍ୟାଣ୍ଡି ରୟାଲ ଦଳରେ ବିଜୟ ଶଙ୍କର ଓ ଜାଫ୍‌ନା କିଙ୍ଗ୍‌ସ ଦଳରେ ପୀୟୁଷ ଚାୱଲା ଯୋଗଦେଇଛନ୍ତି। ଉଭୟ ଖେଳାଳୀଙ୍କ ଜାତୀୟ ଓ ଅନ୍ତର୍ଜାତୀୟ ଅଭିଜ୍ଞତାରୁ ଏହି ଦୁଇ ଫ୍ରାଂଚାଇଜି ଉପକୃତ ହେବେ। ସେମାନଙ୍କ ଯୋଗଦାନ ଏଲ୍‌ପିଏଲ୍‌ରେ ଯୋଡ଼ି ହେବା ପାଇଁ ଅନ୍ତର୍ଜାତୀୟ ଖେଳାଳିମାନଙ୍କ ମଧ୍ୟରେ ରହିଥିବା ଆଗ୍ରହକୁ ଦର୍ଶାଉଛି। ଏଥି ସହିତ ଏହି ଟୁ୍‌ର୍ଣ୍ଣାମେଂଟ୍ ଦକ୍ଷିଣ ଏସିଆ ଫ୍ରାଂଚାଇଜି ପ୍ଲାଟଫର୍ମ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମଂଚ ଭାବେ ଉଭା ହୋଇଛି।
କେବଳ ଖେଳ ପଡ଼ିଆରେ ନୁହେଁ ଏହି ଦୁଇ ଖେଳାଳିଙ୍କ ସହ ତାଲିମ ନେବା, ପ୍ରତିଯୋଗିତା କରିବା ଏବଂ ଡ୍ରେସିଂ ରୁମ୍‌ରେ ଭାବ ବିନିମୟ କରି ଶ୍ରୀଲଙ୍କାର ଖେଳାଳିମାନେ ଉଚ୍ଚ ଚାପ ସମ୍ପନ୍ନ ଟି-୨୦ ପରିବେଶରେ ସେମାନଙ୍କ ବ୍ୟାପକ ଅଭିଜ୍ଞତାରୁ ଲାଭବାନ ହେବେ। ଶ୍ରୀଲଙ୍କାର ଉଦୀୟମାନ ଖେଳାଳିଙ୍କ ପାଇଁ ସେମାନଙ୍କ ଜ୍ଞାନ ଆଦାନପ୍ରଦାନ ବେଶ ଲାଭଦାୟକ ହୋଇପାରିବ ଯାହା ଫଳରେ ସେମାନେ ଖେଳ ବିଷୟରେ ସଚେତନ ହେବେ ଏବଂ ଚାପ ସମୟରେ ଭଲ ପ୍ରଦର୍ଶନ କରିପାରିବେ।
ଆଇପିଜି ଗ୍ରୁପ୍‌ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଅନିଲ ମୋହନ କହିଛନ୍ତି ଯେ, “ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କ୍ରିକେଟ୍ ସମ୍ପର୍କ ବେଶ ଗଭୀର ରହିଛି ଏବଂ ବିଜୟ ଶଙ୍କର ଓ ପୀୟୂଷ ଚାଓ୍‌ବଲା ଏଲ୍‌ପିଏଲ୍ ୨୦୨୬ରେ ଅଧିକ ମୂଲ୍ୟ ଯୋଡ଼ିବେ। ସେମାନଙ୍କ ଅଭିଜ୍ଞତା ପ୍ରତିଯୋଗିତାକୁ ସୁଦୃଢ଼ କରିବ ଏବଂ ଶ୍ରୀଲଙ୍କା ଖେଳାଳିମାନଙ୍କୁ ସେମାନଙ୍କଠାରୁ ଉଚ୍ଚ ସ୍ତରରେ ପ୍ରତିଯୋଗିତା କରିବାର କୌଶଳ ଶିଖିବାର ସୁଯୋଗ ପ୍ରଦାନ କରିବ।’’
ଲଙ୍କା ପ୍ରିମିୟର ଲିଗ୍‌ର ଟୁର୍ଣ୍ଣାମେଂଟ୍ ଡାଇରେକ୍ଟର ସାମନ୍ଥା ଡୋଡାନ୍‌ୱାଲା କହିଛନ୍ତି ଯେ, “ଅଭିଜ୍ଞ ଭାରତୀୟ ଖେଳାଳିଙ୍କ ଉପସ୍ଥିତି ଏଲ୍‌ପିଏଲ୍‌ର ବଢ଼ୁଥିବା ଅନ୍ତର୍ଜାତୀୟ ଲୋକପ୍ରିୟତା ଉପରେ ଆଲୋକପାତ କରୁଛି। ସେମାନଙ୍କ ଅଂଶଗ୍ରହଣ ଟୁର୍ଣ୍ଣାମେଂଟ୍‌ର ଗୁଣାତ୍ମକ ମାନ ବଢ଼ାଇଛି ଏବଂ ଶ୍ରୀଲଙ୍କା କ୍ରିକେଟ୍ ପାଇଁ ଲାଭଦାୟକ ହେବାକୁ ଥିବା ଏକ ପ୍ରତିଯୋଗିତାପୂର୍ଣ୍ଣ ପ୍ଲାଟଫର୍ମ ଗଠନ କରିବାର ବ୍ୟାପକ ଲକ୍ଷ୍ୟକୁ ସମର୍ଥନ କରୁଛି।’’
ଲଙ୍କା ପ୍ରିମିୟର୍ ଲିଗ୍ ୨୦୨୬ରେ ଅଗ୍ରଣୀ ଶ୍ରୀଲଙ୍କା ଓ ଅନ୍ତର୍ଜାତୀୟ ଖେଳାଳିମାନେ ପାଂଚଟି ଫ୍ରାଂଚାଇଜି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ଯାହା ପ୍ରଶଂସକମାନଙ୍କୁ ଉଚ୍ଚ ମାନର ପ୍ରତିଯୋଗିତାପୂର୍ଣ୍ଣ କ୍ରିକେଟ୍ ଅନୁଭୂତି ଓ ମନୋରଂଜନ ପ୍ରଦାନ କରିବ।

Share

Leave a Reply

Your email address will not be published. Required fields are marked *

1 × three =