ଆଇଡିବିଆଇ ବ୍ୟାଙ୍କର ୨୦୨୬-୨୭ ପ୍ରଥମ ତ୍ରୈମାସିକରେ ନିଟ୍ ଲାଭ ୫% ବୃଦ୍ଧି ପାଇ ୨,୧୧୫ କୋଟି ଟଙ୍କା
ଭୁବନେଶ୍ୱର: ଆଇଡିବିଆଇ ବ୍ୟାଙ୍କର ୨୦୨୬-୨୭ ଆର୍ଥିକ ବର୍ଷ ପ୍ରଥମ ତ୍ରୈମାସିକର ନିଟ୍ ଲାଭ ବାର୍ଷିକ ଭିତ୍ତିରେ ୫ ପ୍ରତିଶତ ବୃଦ୍ଧି ପାଇ ୨,୧୧୫ କୋଟି ଟଙ୍କା ହୋଇଛି ଯାହା ପୂର୍ବ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୨୦୦୭ କୋଟି ଟଙ୍କା ଥିଲା। ପରିଚାଳନା ଲାଭ ୨,୧୬୮ କୋଟି ଟଙ୍କା ରହିଛି। ନିଟ୍ ସୁଧ ଆୟ ବାର୍ଷିକ ଭିତ୍ତିରେ ୧୦ ପ୍ରତିଶତ ବୃଦ୍ଧି ପାଇ ୩୪୮୬ କୋଟି ଟଙ୍କା ହୋଇଛି। ଏନ୍ଆଇଏମ୍ ୩.୬୧ ପ୍ରତିଶତ ଏବଂ ସଂପତ୍ତି ଉପରେ ରିଟର୍ଣ୍ଣ ୧.୮୯ ପ୍ରତିଶତ ରହିଛି। ବ୍ୟାଙ୍କର ଜମା ଖର୍ଚ୍ଚ ୪.୫୯ ପ୍ରତିଶତକୁ ହ୍ରାସ ପାଇଛି ଯାହା ପୂର୍ବବର୍ଷ ଏହି ସମୟରେ ୪.୮୪ ପ୍ରତିଶତ ଥିଲା। ପାଣ୍ଠି ଖର୍ଚ୍ଚ ମଧ୍ୟ ୪.୬୮ ପ୍ରତିଶତକୁ ଖସିଛି ଯାହା ପୂର୍ବବର୍ଷ ଏହି ସମୟରେ ୪.୯୮ ପ୍ରତିଶତ ଥିଲା।
ବ୍ୟାଙ୍କର ମୋଟ୍ ଜମା ପରିମାଣ ୨୦୨୬ ଜୁନ ୩୦ ସୁଦ୍ଧା ବାର୍ଷିକ ୧୦ ପ୍ରତିଶତ ବୃଦ୍ଧି ପାଇ ୩,୨୫,୭୫୭ କୋଟି ଟଙ୍କା, କାସା ଜମା ୭ ପ୍ରତିଶତ ବୃଦ୍ଧି ପାଇ ୧,୪୨,୧୬୨ କୋଟି ଟଙ୍କା, କାସା ଜମା ୪୩.୬୪ ପ୍ରତିଶତ ହୋଇଛି। ନିଟ୍ ଅଗ୍ରିମ ପରିମାଣ ବାର୍ଷିକ ୨୨ ପ୍ରତିଶତ ବୃଦ୍ଧି ପାଇ ୨, ୫୮,୯୬୮ କୋଟି ଟଙ୍କା ଏବଂ ନିଟ୍ ଅଗ୍ରିମ ୨ ପ୍ରତିଶତ ବୃଦ୍ଧି ପାଇ ୨,୫୩,୬୨୬ କୋଟି ଟଙ୍କା ହୋଇଛି। କର୍ପୋରେଟ୍ ଓ ଖୁୁଚୁରା ଋଣ ଅନୁପାତ ୩୦:୭୦ ରହିଛି।
ବ୍ୟାଙ୍କର ମୋଟ୍ ଏନ୍ପିଏ ୨.୩୦ ପ୍ରତିଶତ, ନିଟ୍ ଏନ୍ପିଏ ୦.୧୬ ପ୍ରତିଶତ, ପ୍ରୋଭିଜନ କଭରେଜ ରେସିଓ ୯୯.୩୧ ପ୍ରତିଶତ, ସିଆରଏଆର ୨୬.୯୨ ପ୍ରତିଶତ, ଟାୟାର ୧ ପୁଞ୍ଜି ୨୬.୩୮ ପ୍ରତିଶତ ରହିଛି। ରିସ୍କ ୱେଟେଡ୍ ଆସେଟ୍ (ଆର୍ଡବ୍ଲ୍ୟୁଏ) ୨୦୨୬ ଜୁନ୍ ୩୦ ସୁଦ୍ଧା ୨,୩୦,୭୨୮ କୋଟି ଟଙ୍କା ହୋଇଛି ଯାହା ୨୦୨୫ ଜୁନ୍ ୩୦ ସୁଦ୍ଧା ୧,୯୨,୯୬୫ କୋଟି ଟଙ୍କା ଥିଲା।
ବ୍ୟାଙ୍କର ମୋଟ୍ ବ୍ୟବସାୟ ବାର୍ଷିକ ୧୫ ପ୍ରତିଶତ ବୃଦ୍ଧି ଘଟି ୫,୮୪,୭୨୫ କୋଟି ଟଙ୍କାରେ ପହଂଚିଛି। ମୋଟ୍ ଜମା ପରିମାଣ ଏହି ସମୟରେ ୧୦ ପ୍ରତିଶତ ବୃଦ୍ଧି ପାଇ ୩,୨୫,୭୫୭ କୋଟି ଟଙ୍କା ଓ ନିଟ୍ ଅଗ୍ରିମ ୨୨ ପ୍ରତିଶତ ବୃଦ୍ଧି ପାଇ ୨,୫୮,୯୬୮ କୋଟି ଟଙ୍କା ହୋଇଛି। କାସା ଜମା ପରିମାଣ ୭ ପ୍ରତିଶତ ବୃଦ୍ଧି ପାଇ ୧,୪୨,୧୬୨ କୋଟି ଟଙ୍କା ରହିଛି। ବ୍ୟାଙ୍କର ଋଣ ଜମା ଅନୁପାତ ୮୧୦ ପଏଂଟ୍ ପ୍ରତିଶତ ବଢ଼ି ୭୯.୫୦ ପ୍ରତିଶତରେ ପହଂଚିଛି।
ଏହି ତ୍ରୈମାସିକରେ ବ୍ୟାଙ୍କ ଆର୍ଥିକ ସେବା ବିଭାଗଠାରୁ ଏପିୱାଇ ଆନୁଆଲ ଆୱାର୍ଡ ଫର ଅଲ୍ଟିମେଟ୍ ଆଚିଭର୍ସ ହାସଲ କରିଥିଲା। ଏଥି ସହିତ ଜାତୀୟ ସ୍ତରୀୟ ହାକାଥନ୍ “ଆଇଡିବିଆଇ ଇନୋଭେଟ୍ ୨୦୨୬”ର ଶୁଭାରମ୍ଭ କରିଥିଲା। ଆଇବିଡିଆଇ ବ୍ୟାଙ୍କକୁ “ଇଂଟରନାଲ୍ ଅଡିଟ୍ ଏକ୍ସଲେନ୍ସ ଆୱାର୍ଡସ୍ ୨୦୨୬” ମଧ୍ୟ ମିଳିଥିଲା।
