ନିଟ ୟୁଜି ୨୦୨୬ରେ ଆଲେନ୍ ଓଡ଼ିଶା କ୍ଲାସରୁମ୍ ଛାତ୍ରଛାତ୍ରୀଙ୍କ ଚମତ୍କାର ପ୍ରଦର୍ଶନ
ଭୁବନେଶ୍ୱର: ଆଲେନ୍ ଓଡ଼ିଶା ନିଟ ୟୁଜି ୨୦୨୬ ପରୀକ୍ଷାରେ ପୁଣି ଥରେ ଅସାଧାରଣ ପ୍ରଦର୍ଶନ କରିଛି। ଏହାର କ୍ଲାସରୁମ୍ ଛାତ୍ରଛାତ୍ରୀମାନେ ଜାତୀୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଅନ୍ୱେଷା ସୁନ୍ଦରାୟ ୬୮୬ ମାର୍କ ରଖି ସର୍ବ ଭାରତୀୟ ର଼୍ୟାଙ୍କ (ଏଆଇଆର) ୧୭୦ ହାସଲ କରି ଓଡ଼ିଶା ଓ ଆଲେନ୍ ପରିବାର ପାଇଁ ଗୌରବ ଆଣିଛନ୍ତି। ଏହି ସଫଳତାରେ ଯୋଡ଼ି ହୋଇ ଆଲେନ୍ ଓଡ଼ିଶା କ୍ଲାସରୁମ୍ ପ୍ରୋଗ୍ରାମର ୮ ଜଣ ଛାତ୍ରଛାତ୍ରୀ ଶୀର୍ଷ ୨୦୦୦ ଏଆଇଆର ମଧ୍ୟରେ ର଼୍ୟାଙ୍କ ହାସଲ କରିଛନ୍ତି। ଏହା ଅନୁଷ୍ଠାନର କ୍ରମାଗତ ଶିକ୍ଷାଗତ ଶ୍ରେଷ୍ଠତା ଓ ଫଳାଫଳ ଆଧାରିତ ପ୍ରସ୍ତୁତିକୁ ପ୍ରତିଫଳିତ କରୁଛି।
ଫଳାଫଳ ସଙ୍କଳନ ପ୍ରକ୍ରିୟା ଏବେ ମଧ୍ୟ ଚାଲିଛି ଓ ଆହୁରି ଅନେକ ଅସାଧାରଣ ପ୍ରଦର୍ଶନ ଯୋଡ଼ିହେବାର ଆଶା କରାଯାଉଛି। ଏପର୍ଯ୍ୟନ୍ତ ମିଳିଥିବା ଫଳାଫଳ ଆଧାରରେ ଆଲେନ୍ ଓଡ଼ିଶାର ସର୍ବାଧିକ ସଂଖ୍ୟକ କ୍ଲାସରୁମ୍ ଛାତ୍ରଛାତ୍ରୀ ସରକାରୀ ମେଡିକାଲ୍ କଲେଜ୍ ପାଇଁ ଚୟନ ହେବା ଆଶା କରାଯାଉଛି ଯାହା ରାଜ୍ୟରେ ମେଡିକାଲ୍ ଆଶାୟୀଙ୍କ ପାଇଁ ଏକ ଅଗ୍ରଣୀ କୋଚିଂ ଅନୁଷ୍ଠାନ ଭାବରେ ଆଲେନର ସ୍ଥାନକୁ ଆହୁରି ଦୃଢ଼ କରୁଛି।
ଏହି ଅବସରରେ ଆଲେନର ଉପସଭାପତି ଓ ଜୋନାଲ୍ ମୁଖ୍ୟ ( ଓଡ଼ିଶା ଓ ପଶ୍ଚିମବଙ୍ଗ) ଶ୍ରୀ ରଜନୀଶ କୁମାର ଶ୍ରୀବାସ୍ତବ ସମସ୍ତ ସଫଳ ଛାତ୍ରଛାତ୍ରୀ, ସେମାନଙ୍କ ପିତାମାତା ଓ ଶିକ୍ଷକମାନଙ୍କୁ ସେମାନଙ୍କର ନିଷ୍ଠା ଓ କଠିନ ପରିଶ୍ରମ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଫଳାଫଳ ସଙ୍କଳନ ଚୂଡ଼ାନ୍ତ ହେବା ବେଳକୁ ଆଲେନ୍ ଓଡ଼ିଶାର ସ୍ଥିତି ଏକ ଅଗ୍ରଣୀ ସଫଳତା ପ୍ରଦାନକାରୀ ଭାବେ ଆହୁରି ଦୃଢ଼ ହେବ। ଆଲେନ୍ ଓଡ଼ିଶା ଗୁଣାତ୍ମକ ଶିକ୍ଷା, ବିଶେଷଜ୍ଞ ପରାମର୍ଶ ଓ ଏକ ପ୍ରତିଯୋଗିତାମୂଳକ ଶିକ୍ଷଣ ପରିବେଶ ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛି ଯାହା ଛାତ୍ରଛାତ୍ରୀମାନଙ୍କୁ ନିଟ ଭଳି ଜାତୀୟ ସ୍ତରର ପରୀକ୍ଷାଗୁଡ଼ିକରେ ଉତ୍କର୍ଷତା ହାସଲ କରିବାକୁ ସମର୍ଥ କରିଛି। ଫଳାଫଳ ସଙ୍କଳନ ପ୍ରକ୍ରିୟା ଜାରି ରହିଛି ଏବଂ ତାହା ଶେଷ ହେବା ପରେ ଚୂଡ଼ାନ୍ତ ତଥ୍ୟ ପ୍ରଦାନ କରାଯିବ।
ଶୀର୍ଷ ୧୦ ମଧ୍ୟରେ ୫ ଜଣ ଓ ଶୀର୍ଷ ୧୦୦ ମଧ୍ୟରେ ୪୬ ଜଣ ଆଲେନ୍ ଛାତ୍ରଛାତ୍ରୀ
ନିଟ ୟୁଜି ଫଳାଫଳରେ ଆଲେନର ଚମକ
ଜାତୀୟ ଫଳାଫଳରେ ଆର୍ୟ୍ୟନ ଗୁପ୍ତା ଓ ପାନସୁଲ ବଂଶଲ ମିଳିତ ଭାବେ ୭୨୦ରୁ ୭୧୫ ନମ୍ବର ରଖିଛନ୍ତି। ଟାଇବ୍ରେକର୍ ନିୟମ ଆଧାରରେ ଆର୍ୟ୍ୟନ ଗୁପ୍ତାଙ୍କୁ ସମଗ୍ର ଭାରତୀୟ ର଼୍ୟାଙ୍କ ୧ ଓ ପାନସୁଲଙ୍କୁ ର଼୍ୟାଙ୍କ ୨ ଘୋଷଣା କରାଯାଇଛି। ପାନସୁଲ ବଂଶଲ ଦୁଇ ବର୍ଷ ଧରି ଆଲେନରେ ଜଣେ ନିୟମିତ କ୍ଲାସରୁମ୍ ଛାତ୍ର ଥିଲେ ଓ ଆର୍ୟ୍ୟନ ଗୁପ୍ତା ଆଲେନ୍ କ୍ୟାରିୟର୍ ଇନଷ୍ଟିଚ୍ୟୁଟର ଜଣେ ଦୂରନିରନ୍ତର ଶିକ୍ଷାର ଛାତ୍ର ଅଟନ୍ତି। ଏହା ସହିତ ଆଲେନ୍ କ୍ଲାସରୁମ୍ ଛାତ୍ର ଆୟୁଷ ଭାଲୋଟିଆ ୭୧୦ ମାର୍କ ସହ ସମଗ୍ର ଭାରତୀୟ ର଼୍ୟାଙ୍କ ୪ ହାସଲ କରିଛନ୍ତି। ଆଲେନ୍ ଅନଲାଇନ୍ ଟେଷ୍ଟ ସିରିଜ୍ ଛାତ୍ର ଆର୍ୟ୍ୟନ ଦୁବେ ର଼୍ୟାଙ୍କ ୭ ହାସଲ କରିଥିବାବେଳେ ଆଲେନ୍ କ୍ଲାସରୁମ୍ ଛାତ୍ର ଗୌରବ ସିଂହ ସମଗ୍ର ଭାରତୀୟ ର଼୍ୟାଙ୍କ ୯ ହାସଲ କରିଛନ୍ତି।
ଆଲେନର ମୁଖ୍ୟ ନିର୍ବାହୀ ଅଧିକାରୀ ନିତିନ କୁକରେଜା ସମସ୍ତ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରକୁ ଏହି ଚମତ୍କାର ଫଳାଫଳ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଆଲେନ୍ ଫଳାଫଳରେ ନିଜର ଶ୍ରେଷ୍ଠତା ପ୍ରମାଣିତ କରିଛି। ଏପର୍ଯ୍ୟନ୍ତ ଦେଖାଯାଇଥିବା ଫଳାଫଳ ମଧ୍ୟରେ ଶୀର୍ଷ ୧୦ ଜଣଙ୍କ ମଧ୍ୟରୁ ୫ ଜଣ, ଶୀର୍ଷ ୨୦ ଜଣଙ୍କ ମଧ୍ୟରୁ ୧୦ ଜଣ, ଶୀର୍ଷ ୫୦ ଜଣଙ୍କ ମଧ୍ୟରୁ ୨୩ ଜଣ ଓ ଶୀର୍ଷ ୧୦୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୬ ଜଣ ଆଲେନରୁ ଅଛନ୍ତି। ଏଥିମଧ୍ୟରୁ ୩୬ ଜଣ ଛାତ୍ରଛାତ୍ରୀ କ୍ଲାସରୁମ୍ ପ୍ରୋଗ୍ରାମରୁ, ଜଣେ ଅନଲାଇନ୍ ଲାଇଭ୍ କ୍ଲାସରୁମ ଏବଂ ୧୦ ଜଣ ଦୂରନିରନ୍ତରଶିକ୍ଷା ତଥା ଅନଲାଇନ୍ ଟେଷ୍ଟ ସିରିଜର ଅଛନ୍ତି। ଏନଟିଏ ଏକ ପ୍ରେସ୍ ବିଜ୍ଞପ୍ତିରେ ୬୯୦ ଓ ତାଠାରୁ ଅଧିକ ସ୍କୋର କରିଥିବା ଶୀର୍ଷ ୧୩୮ ଜଣ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ କରିଛି ଯେଉଁଥିରୁ ୬୩ ଜଣ ଛାତ୍ରଛାତ୍ରୀ ଆଲେନରୁ ଅଛନ୍ତି। ଏଥିରେ ୫୦ ଜଣ କ୍ଲାସରୁମ୍ ପ୍ରୋଗ୍ରାମରୁ ଜଣେ ଅନଲାଇନ୍ ଲାଇଭ୍ କ୍ଲାସରୁମରୁ ଓ ୧୩ ଜଣ ଦୂରଶିକ୍ଷା ତଥା ଅନଲାଇନ୍ ଟେଷ୍ଟ ସିରିଜର ଅଛନ୍ତି।

