ରାଜ୍ୟ

ରାଜଧାନୀରେ ଗଡ଼ିଲା ମୁଣ୍ଡ

ରାଜଧାନୀରେ ଗଡ଼ିଲା ମୁଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ବିଭତ୍ସ ହତ୍ୟା । ପୁଣି ସାମ୍ନାକୁ ଆସିଲା ବିଗୁଡୁଥିବା ଆଇନଶୃଙ୍ଖଳାର ଜ୍ୱଳନ୍ତ ଉଦାହରଣ । ମଞ୍ଚେଶ୍ୱର ଥାନା ଓମ୍ ସାଇ ବିହାରରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ହେଉଛନ୍ତି ସୁଶୀଲ ସିଂ । ଯୁବକଙ୍କ ବେକ କାଟିବା ସହ ପେଟରେ ଭୂସୀ ବିଭତ୍ସ ହତ୍ୟା କରାଯାଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ପୋଲିସ । ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚି ଛାନଭିନ କରିଛି । 

ପଡୋଶୀ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି । ବସ୍ତି ବାସିନ୍ଦାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା କଲୋନୀ ମଧ୍ୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ କାଣ୍ଡ। ଘଟଣାରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ମୃତକଙ୍କ ବାଇକଟି ପଡିଛି । ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଥିବା ବେଳେ ଏଥିରେ ଯିଏ ବି ସମ୍ପୃକ୍ତ ଅଛନ୍ତି ତାଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଏସିପି । 

Share

Leave a Reply

Your email address will not be published. Required fields are marked *

thirteen + four =