Uncategorized

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହରରେ ବିଦ୍ୟୁତ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କଲା ଟିପିଡବ୍ଲୁଓଡିଏଲ୍

ପଶ୍ଚିମ ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ଓ ଆଧ୍ୟାତ୍ମିକ ମହତ୍ତ୍ୱ ବହନ କରୁଥିବା ପର୍ବ ଶୀତଳ ଷଷ୍ଠୀ ପାଳନ ଅବସରରେ ସମ୍ବଲପୁର ସହରରେ ଲକ୍ଷାଧିକ ଶ୍ରଦ୍ଧାଳୁ ସମାଗମକୁ ଦୃଷ୍ଟିରେ ରଖି ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ବ୍ୟାପକ ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢ଼ୀକରଣ ଓ ଅନେକ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଶୋଭାଯାତ୍ରା ମାର୍ଗ ଏବଂ ପ୍ରମୁଖ ଜନସମାଗମ ସ୍ଥଳୀ ଯଥା ନନ୍ଦପଡ଼ା, ଝାରୁଆପଡ଼ା, ଫେଜର୍ କ୍ଲବ, ଲସ୍ତୋଲିଆ, ମୁଦିପଡ଼ା, ପାଣି ଟାଙ୍କି, ପଟ୍ଟନାୟକପଡ଼ା, ଠେଲକୋପଡ଼ା, ଗୋଲ ବଜାର ଅଞ୍ଚଳରେ ନିରାପଦ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବିରତଣ କମ୍ପାନୀ ପକ୍ଷରୁ ୭୬ଟି ଲୁହା ବିଦ୍ୟୁତ୍ ଖୁଣ୍ଟ (ଜଏଷ୍ଟ ପୋଲ୍) ଏବଂ ୬୫ଟି କଂକ୍ରିଟ୍ ବିଦ୍ୟୁତ୍ ଖୁଣ୍ଟ (ପିଏସସି ପୋଲ) ସ୍ଥାପନ କରାଯାଇଛି । ଏହାସହ ପ୍ରାୟ ୧୬ ସର୍କିଟ କିଲୋମିଟର ଏଲ୍‌ଟି ଏବି କେବୁଲ ବିଛାଇବା କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଛି । ଯାହା ଶୋଭାଯାତ୍ରାର ସୁରକ୍ଷିତ ଗତିବିଧି ନିର୍ଦ୍ଧାରଣ କରିବା ସହିତ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ପାଇଁ ଆବଶ୍ୟକୀୟ କ୍ଲିୟାରେନ୍ସ ବୃଦ୍ଧି କରୁଛି ।

ଜନସାଧରଣଙ୍କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ୧୫ଟି ଅଧିକ ଜନଗହଳିପୂର୍ଣ୍ଣ ସ୍ଥାନରେ ବିତରଣ ଟ୍ରାନ୍ସଫର୍ମର (ଡିଟିଆର୍) ଚାରିପାଖରେ ସୁରକ୍ଷା ବାଡ଼ (ଫେନ୍ସିଂ) ବ୍ୟବସ୍ଥା କରାଯାଇଛି । ଏଥିସହ ଶୋଭାଯାତ୍ରା ମାର୍ଗରେ ଥିବା ୩୨୮ଟି ବିଦ୍ୟୁତ ଖୁଣ୍ଟର ସ୍ୱତନ୍ତ୍ର ସଫେଇ ଓ ଯାଞ୍ଚ କାର୍ଯ୍ୟ କରାଯାଇଛି । ଅସୁରକ୍ଷିତ କେବୁଲ ଗୁଡ଼ିକୁ ହଟାଇ ଅନୁମୋଦିତ ଇନସୁଲେଟେଡ୍ କେବୁଲ ଲଗାଯାଇଥିବାବେଳେ ସମସ୍ତ ଖୁଣ୍ଟରେ ଡିଷ୍ଟ୍ରିବ୍ୟୁସନ୍ ବକ୍ସ (ଡିବି) ସ୍ଥାପନ କରାଯାଇଛି । ଫଳରେ ବିଦ୍ୟୁତ୍ ବ୍ୟବସ୍ଥାର ସୁରକ୍ଷା ଓ ବିଶ୍ୱସନୀୟତା ବୃଦ୍ଧି ପାଇବା ସହ ସହରର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇଛି ।

ପର୍ବ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବା ପାଇଁ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ଗୁଡ଼ିକୁ ୨୪ ଘଣ୍ଟିଆ ଡ୍ୟୁଟିରେ ନିୟୋଜିତ କରାଯାଇଛି । ଯେକୌଣସି ଜରୁରୀ ପରିସ୍ଥିତିର ତୁରନ୍ତ ମୁକାବିଲା ପାଇଁ ଦୁଇଟି ମୋବାଇଲ ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର ମଧ୍ୟ ପ୍ରସ୍ତୁତ ରଖାଯାଇଛି ।

ଏହି ଅବସରରେ ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି, “ଶୀତଳ ଷଷ୍ଠୀ କେବଳ ଏକ ପର୍ବ ନୁହେଁ; ଏହା ଏକ ଭାବନା ଯାହା ପଶ୍ଚିମ ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କୁ ଏକାଠି କରିଥାଏ । ଏହି ପବିତ୍ର ପର୍ବ ଅବସରରେ ଶ୍ରଦ୍ଧାଳୁମାନେ ଯେପରି ସୁରକ୍ଷିତ ପରିବେଶରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ପାଇପାରିବେ, ସେଥିପାଇଁ ଆମ ଟିମ୍ ବ୍ୟାପକ ପ୍ରସ୍ତୁତି କରିଛି। ଉତ୍ସବ ସମୟରେ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ ଓ ଜନସୁରକ୍ଷା ସୁନିଶ୍ଚିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା।”ଗ୍ରାହକମାନଙ୍କୁ ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ପ୍ରଦାନ କରିବା ସହ ସୁରକ୍ଷାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ପାଇଁ ଟିପିଡବ୍ଲୁଓଡିଏଲ୍ (TPWODL) ସଦାସର୍ବଦା ପ୍ରତିବଦ୍ଧ ।

Share

Leave a Reply

Your email address will not be published. Required fields are marked *

thirteen + 7 =