ପେଟ୍ରୋଲ ଦରବୃଦ୍ଧି ମଧ୍ୟରେ ଅଲଟ୍ରାଭାୟୋଲେଟ୍ ଇଭିକୁ ସ୍ଥାନାନ୍ତରଣ ପୂର୍ବାପେକ୍ଷା ଅଧିକ ଆକର୍ଷଣୀୟ ହୋଇଛି
ଭୁବନେଶ୍ୱର: ସାରା ଭାରତରେ ପେଟ୍ରୋଲ ମୂଲ୍ୟ କ୍ରମାଗତ ଭାବେ ବଢ଼ୁଥିବା ବେଳେ ଅଲଟ୍ରାଭାୟୋଲେଟ ଏକ ନୂତନ ପଦକ୍ଷେପ ଘୋଷଣା କରିଛି ଯାହାର ଉଦ୍ଦେଶ୍ୟ ହେଉଛି ସମଗ୍ର ଦେଶରେ ସମ୍ଭାବ୍ୟ ଦୁଇଚକିଆ ଯାନ କ୍ରେତାମାନଙ୍କ ପାଇଁ ଇଲେକ୍ଟ୍ରିକ୍ ଗମନାଗମନକୁ ଗ୍ରହଣ କରିବା ଅଧିକ ସହଜ ହେବ। ଗ୍ରାହକମାନେ ଯାନ ମାଲିକାନାର ମୂଲ୍ୟକୁ ଅଧିକରୁ ଅଧିକ ମୂଲ୍ୟାଙ୍କନ କରୁଥିବାରୁ ଅଲଟ୍ରାଭାୟୋଲେଟ୍ ଇଭିକୁ ଗ୍ରହଣ କରିବାର ଆର୍ôଥକ ଓ କାର୍ଯ୍ୟଦକ୍ଷତା ସୁବିଧାଗୁଡ଼ିକୁ ଦୃଢ଼ କରୁଛି ଏବଂ ଏହି ପରିବର୍ତ୍ତନକୁ ପୂର୍ବ ଅପେକ୍ଷା ଅଧିକ ଆକର୍ଷଣୀୟ କରୁଛି।
ଏଥିରେ ଚାଳକମାନେ ସେମାନଙ୍କ ଗାଡ଼ିଚାଳନା ଇତିହାସ ଓ ଯାନ ବ୍ୟବହାରକୁ ଆଧାର କରି ଏକ ଅଲଟ୍ରାଭାୟୋଲେଟ୍ ମୋଟରସାଇକେଲ କ୍ରୟ ଉପରେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରିବେ। ପେଟ୍ରୋଲରେ ଚଲାଯାଇଥିବା କିଲୋମିଟରକୁ ମାଲିକାନା ଲାଭରେ ରୂପାନ୍ତରିତ କରି ଅଲଟ୍ରାଭାୟୋଲେଟ ଇଭିର କାର୍ଯ୍ୟଦକ୍ଷତା, ପ୍ରଯୁକ୍ତି, ବିଶ୍ୱସନୀୟତା ଓ ରାଇଡିଂ ଅନୁଭୂତି ସହିତ ସାଲିସ୍ ନକରି ବାରମ୍ବାର ହେଉଥିବା ଇନ୍ଧନ ଖର୍ଚ୍ଚରୁ ମୁକ୍ତି ପ୍ରଦାନ କରିବାର ସୁବିଧା ଉପରେ ଆଲୋକପାତ କରୁଛି।
ଏ ସମ୍ପର୍କରେ ଅଲଟ୍ରାଭାୟୋଲେଟର ସିଇଓ ଓ ସହପ୍ରତିଷ୍ଠାତା ନାରାୟଣ ସୁବ୍ରମଣ୍ୟମ କହିଛନ୍ତି ଯେ, “ପେଟ୍ରୋଲର ବର୍ଦ୍ଧିତ ମୂଲ୍ୟ କିଛି ଦିନ ଧରି ବ୍ୟାପକ ଆଲୋଚନାର ବିଷୟ ହୋଇ ରହିଛି। କିନ୍ତୁ ଗ୍ରାହକମାନଙ୍କୁ ଇନ୍ଧନ ନିର୍ଭରଶୀଳତାରୁ ଦୂରେଇ ଯିବାରେ ସିଧାସଳଖ ସାହାଯ୍ୟ କରୁଥିବା ଭଳି ବହୁତ କମ୍ ପଦକ୍ଷେପ ନିଆଯାଇଛି। ଅଲଟ୍ରାଭାୟୋଲେଟରେ ଆମେ ବିଶ୍ୱାସ କରୁ ଯେ ଇଭିିକୁ ଗ୍ରହଣ କରିବା ପାଇଁ ବାସ୍ତବ ପଦକ୍ଷେପ ନେବା ଆବଶ୍ୟକ ଯାହା ଇଭି ମାଲିକାନାକୁ ଅଧିକ ସହଜଲବ୍ଧ ଓ ଆକର୍ଷଣୀୟ କରିବ, ଯାହା ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଇଭି ସ୍ଥାନାନ୍ତରଣକୁ ଦ୍ରୁତ ଗତିରେ ଆଗେଇ ନେବାର ଦୂରଦୃଷ୍ଟି ସହିତ ସମନ୍ୱିତ ରହିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଭାରତ ସାରା ସମ୍ଭାବ୍ୟ ଦୁଇଚକିଆ ଯାନ ମାଲିକମାନଙ୍କୁ ଅଧିକ ଆତ୍ମବିଶ୍ୱାସ ସହିତ ସେହି ପରିବର୍ତ୍ତନ କରିବାକୁ ସକ୍ଷମ କରୁଛୁ ଏବଂ ଏଥି ସହିତ ଯଥେଷ୍ଟ କମ୍ ଗଡିଚଳନା ଖର୍ଚ୍ଚ, ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ ଏକ ଉନ୍ନତ ମାଲିକାନା ଅନୁଭୂତିରୁ ଲାଭବାନ ହେଉଛୁ। ଇଲେକ୍ଟ୍ରିକ ଗମନାଗମନ କ୍ରମାଗତ ଭାବେ ପରିପକ୍ୱ ହେଉଥିବା ବେଳେ ଆମର ଧ୍ୟାନ ସାରା ଦେଶରେ ଚାଳକମାନଙ୍କ ପାଇଁ ସ୍ଥାନାନ୍ତରଣକୁ ସହଜ ଏବଂ ଅଧିକ ଲାଭଦାୟକ କରି ଗ୍ରହନୀୟତାକୁ ତ୍ୱରାନ୍ୱିତ କରିବା ଉପରେ ରହିଛି।’
ଅଲଟ୍ରାଭାୟୋଲେଟ୍ ନିରନ୍ତର ଉତ୍ପାଦନ ନବସୃଜନ, ଏହାର ଖୁଚୁରା ଗ୍ରାହକ ନେଟୱର୍କର ସମ୍ପ୍ରସାରଣ, ବଢୁଥିବା ଗ୍ରାହକ ଗ୍ରହଣୀୟତା ଓ ଅନ୍ତର୍ଜାତୀୟ ବଜାରରେ ନିରନ୍ତର ପ୍ରଗତି ମାଧ୍ୟମରେ ଭାରତର ଅଗ୍ରଣୀ ଇଭି ବ୍ରାଣ୍ଡ ଭାବରେ ଏହାର ସ୍ଥିତିକୁ ମଜବୁତ କରିବା ଜାରି ରଖିଛି। ଏହି କ୍ଷେତ୍ର ପରିପକ୍ୱ ହେବା ସହିତ କମ୍ପାନି ଉନ୍ନତ ପ୍ରଯୁକ୍ତି, ରୋମାଞ୍ଚକର କାର୍ଯ୍ୟଦକ୍ଷତା ଏବଂ ଉନ୍ନତ ମାଲିକାନା ମୂଲ୍ୟକୁ ଏକତ୍ର କରୁଥିବା ଉତ୍ପାଦଗୁଡ଼ିକର ନିର୍ମାଣ ଉପରେ ଧ୍ୟାନ ଦେଉଛି।

