ଜାତୀୟ

ଚରମ ସୀମାରେ ଆମେରିକା-ଇରାନ ବିବାଦ

ଆମେରିକା-ଇରାନ ବିବାଦ ଚରମ ସୀମାରେ ପହଞ୍ଚିଛି । ଓମାନ ଉପକୂଳରେ ପାଟ୍ରୋଲିଂ କରୁଥିବା ଆମେରିକା ସେନାର ‘Apache’ ଆଟାକ୍ ହେଲିକପ୍ଟର କ୍ରାଶ୍ ହେବା ପରେ ଉତ୍ତେଜନା ବଢ଼ିଛି। ଇରାନର ଡ୍ରୋନ ଧକ୍କା ଦେବାରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି, ଯାହା ସିଧାସଳଖ ଆକ୍ରମଣ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି । ଘଟଣାରେ AI ଚାଳିତ ଡ୍ରୋନ ବୋଟ୍ ‘Corsair’ ସାହାଯ୍ୟରେ ଦୁଇଜଣ ଆମେରିକୀୟ ପାଇଲଟ୍ ଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ସୂଚନାନୁଯାୟୀ, ପ୍ରତିଶୋଧ ନେବାକୁ ଯାଇ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଦକ୍ଷିଣ ଇରାନର ରଦାର ସାଇଟ୍, ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମ ଓ ଅସ୍ତ୍ରଶସ୍ତ୍ର ଭଣ୍ଡାର ଉପରେ ବଡ଼ ଧରଣର ବିମାନ ଆକ୍ରମଣ କରିଛି। କେସମ୍ ଦ୍ୱୀପ ଓ ବନ୍ଦର ଆବାସ ଭଳି ରଣନୀତିକ ସ୍ଥାନକୁ ଆମେରିକା ଛାରଖାର କରିଛି । ଏପଟେ US ବେସ୍ ଉପରେ ମିସାଇଲ୍ ମାଡ଼ କରିଛି ଇରାନ । ଏପଟେ ଯେ କୌଣସି ବି ଆକ୍ରମଣର ଜବାବ ଦିଆଯିବ ବୋଲି କହି ଇରାନର ରିଭୋଲ୍ୟୁସନାରୀ ଗାର୍ଡ ଗଲ୍ଫ ଅଞ୍ଚଳରେ ଥିବା ଆମେରିକାର ୨୧ ସେନା ଘାଟିକୁ ଟାର୍ଗେଟ୍ କରି ଶତାଧିକ ବାଲିଷ୍ଟିକ ମିସାଇଲ୍ ଓ ଡ୍ରୋନ ମାଡ଼ କରିଛି।

ବାହାରିନରେ ଆମେରିକା ନୌସେନାର ଫିଫ୍ଥ ଫ୍ଲିଟ୍ ମୁଖ୍ୟାଳୟ ଉପରେ ଆକ୍ରମଣ ହୋଇଛି। ସେହିପରି କୁଏତ ଓ ଜର୍ଡାନରେ ଥିବା ଆମେରିକୀୟ ଏୟାରବେସ୍ ଉପରେ ମିସାଇଲ୍ ମାଡ଼ ହୋଇଛି। ଆମେରିକା ଓ ସହଯୋଗୀ ଦେଶଗୁଡ଼ିକର ଏୟାର ଡିଫେନ୍ସ ସିଷ୍ଟମ ଏହି ସବୁ ମିସାଇଲ୍ କୁ ଆକାଶରେ ହିଁ ନଷ୍ଟ କରିଛି । ଏଥିପାଇଁ ଆମେରିକା ସେନାର କୌଣସି ବଡ଼ କ୍ଷତି ହୋଇନାହିଁ।

Share

Leave a Reply

Your email address will not be published. Required fields are marked *

eighteen + 15 =