କ୍ରୀଡା

ଆଜିଠୁ ଫୁଟବଲ ମହାକୁମ୍ଭ

ବିଶ୍ୱର ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା ଭାବେ ବିବେଚନା କରାଯାଉଥିବା ଫିଫା ବିଶ୍ୱକପ୍‌ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଇତିହାସରେ ପ୍ରଥମଥର ପାଇଁ ଫୁଟ୍‌ବଲ ବିଶ୍ୱକପ୍‌ ୩ ଦେଶର ୧୬ ଭେନ୍ୟୁରେ ହେବାକୁ ଯାଉଥିବା ବେଳେ ଏଥିରେ ସର୍ବାଧିକ ୪୮ ଦେଶ ଭାଗ ନେଉଛନ୍ତି। ଏଥିଯୋଗୁ ବିଶ୍ୱକପ୍‌ର ମ୍ୟାଚ୍‌ ସଂଖ୍ୟା ୧୦୪ରେ ପହଞ୍ଚିଛି, ଯାହାକି ପୂର୍ବ ସମସ୍ତ ସଂସ୍କରଣ ତୁଳନାରେ ସର୍ବାଧିକ। ଏହି ସମ୍ମାନଜନକ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ସମାରୋହ ମେକ୍ସିକୋ, କାନାଡା ଓ ଆମେରିକାରେ ହେବ। ଗୁରୁବାର ମେକ୍ସିକୋ ସିଟିସ୍ଥିତ ଐତିହାସିକ ଇଷ୍ଟାଡିଓ ଆଜ୍‌ଟେକାରେ ଆନୁଷ୍ଠାନିକ ଭାବେ ବିଶ୍ୱକପ୍‌ ଆରମ୍ଭ ହେବ।

ଏଥିରେ ଗ୍ଲୋବାଲ ସୁପରଷ୍ଟାର ଶକିରା ଓ ବର୍ନା ବୟ ଟୁର୍ନାମେଣ୍ଟର ଆନୁଷ୍ଠାନିକ ସଂଗୀତ ‘ଦାଇ ଦାଇ’ରେ ପ୍ରଥମ ଥର ପାଇଁ ପରଫର୍ମ କରିବେ। ଏହି ଅବସରରେ ବଲିଉଡ୍‌ର ନୋରା ଫତେଇ ମଧ୍ୟ ପରଫର୍ମ କରିବେ। ଫୁଟ୍‌ବଲ କିମ୍ବଦନ୍ତୀ ପେଲେ ଓ ଡିଏଗୋ ମାରାଡୋନାଙ୍କୁ ଏହି ସମାରୋହରେ ସ୍ବତନ୍ତ୍ର ଶ୍ରଦ୍ଧାଞ୍ଜଳି ଦିଆଯିବ। ଟୁର୍ନାମେଣ୍ଟର ପ୍ରାୟ ମ୍ୟାଚ୍‌ ଭାରତୀୟ ସମୟ ଅନୁସାରେ ମଧ୍ୟରାତ୍ର ପରେ ଆରମ୍ଭ ହେବାକୁଥିବାରୁ ଭାରତରେ ପ୍ରସାରଣ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ଶେଷରେ ଜି’ ଏଣ୍ଟରଟେନ୍‌ମେଣ୍ଟ ବିଶ୍ୱକପ୍‌ ଲାଗି ପ୍ରସାରଣ ଅଧିକାର ହାସଲ କରିଥିଲା। ଏଥିଯୋଗୁ ୟୁନାଇଟ୍‌ ୮ ସ୍ପୋଟର୍‌ସ ଏବଂ ଜି୫ ଆପ୍‌ରେ ପୂରା ଟୁର୍ନାମେଣ୍ଟ ପ୍ରସାରିତ ହେବ।

ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଇଷ୍ଟାଡିଓ ଆଜଟେକାରେ ପୂର୍ବରୁ ୧୯୭୦ ଓ ୧୯୮୬ ସଂସ୍କରଣର ପ୍ରଥମ ମ୍ୟାଚ୍‌ ଖେଳାଯାଇଥିଲା, ଯାହାକି ଏକ ରେକର୍ଡ। ଲିଓନେଲ ମେସିଙ୍କ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଗତଥରର ରନରଅପ୍‌ ତଥା ୨୦୧୮ ସଂସ୍କରଣର ଚାମ୍ପିୟନ ଫ୍ରାନ୍ସ ଟୁର୍ନାମେଣ୍ଟ ଜିତିବା ପାଇଁ ଫେଭରାଇଟ୍‌। ଏହା ବ୍ୟତୀତ ୫ ଥରର ଚାମ୍ପିୟନ ବ୍ରାଜିଲ, ୨୦୧୦ ସଂସ୍କରଣ ଚାମ୍ପିୟନ ସ୍ପେନ୍‌, କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପର୍ତ୍ତୁଗାଲ ଟ୍ରଫି ଲାଗି ଦାବିଦାର ରହିଛନ୍ତି।

୨୦୨୨ କାତାର ସଂସ୍କରଣ ଫାଇନାଲରେ ଫ୍ରାନ୍ସକୁ ହରାଇ ଆର୍ଜେଣ୍ଟିନା ବିଶ୍ୱକପ୍‌ ଜିତିବା ପରେ ମେସି ଅବସର ନେବେ ବୋଲି ଆଶା କରାଯାଉଥିଲା। ହେଲେ ଟୁର୍ନାମେଣ୍ଟ ବେଳେ ୩୯ ବର୍ଷରେ ପାଦ ଦେବାକୁ ଯାଉଥିବା ମେସି ଖେଳ ଜାରି ରଖିବା ସହ ଉତ୍ତର ଆମେରିକାରେ ବିଶ୍ୱକପ୍‌ ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛନ୍ତି। ମାତ୍ର ତାଙ୍କ ବୟସକୁ ଦେଖି ପ୍ରତ୍ୟେକ ମ୍ୟାଚ୍‌ରେ ଷ୍ଟାର୍ଟିଂ ଇଲେଭେନରେ ତାଙ୍କୁ ସାମିଲ କରାଯିବାର ସମ୍ଭାବନା କମ୍‌ ରହିଛି। ତାଙ୍କ ଅନୁପସ୍ଥିତିରେ ଖେଳିବା ପାଇଁ ଦଳରେ ଲୌଟାରୋ ମାର୍ଟିନେଜ, ଜୁଲିଆନ ଆଲଭାରେଜ, ଏଞ୍ଜୋ ଫର୍ନାଣ୍ଡେଜ, ରୋଡ୍ରିଗୋ ଡେ ପଲ୍‌ଙ୍କ ଭଳି ଷ୍ଟାର ଖେଳାଳି ରହିଛନ୍ତି।

ବିଶ୍ୱର ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା ଭାବେ ବିବେଚନା କରାଯାଉଥିବା ଫିଫା ବିଶ୍ୱକପ୍‌ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଇତିହାସରେ ପ୍ରଥମଥର ପାଇଁ ଫୁଟ୍‌ବଲ ବିଶ୍ୱକପ୍‌ ୩ ଦେଶର ୧୬ ଭେନ୍ୟୁରେ ହେବାକୁ ଯାଉଥିବା ବେଳେ ଏଥିରେ ସର୍ବାଧିକ ୪୮ ଦେଶ ଭାଗ ନେଉଛନ୍ତି। ଏଥିଯୋଗୁ ବିଶ୍ୱକପ୍‌ର ମ୍ୟାଚ୍‌ ସଂଖ୍ୟା ୧୦୪ରେ ପହଞ୍ଚିଛି, ଯାହାକି ପୂର୍ବ ସମସ୍ତ ସଂସ୍କରଣ ତୁଳନାରେ ସର୍ବାଧିକ। ଏହି ସମ୍ମାନଜନକ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ସମାରୋହ ମେକ୍ସିକୋ, କାନାଡା ଓ ଆମେରିକାରେ ହେବ। ଗୁରୁବାର ମେକ୍ସିକୋ ସିଟିସ୍ଥିତ ଐତିହାସିକ ଇଷ୍ଟାଡିଓ ଆଜ୍‌ଟେକାରେ ଆନୁଷ୍ଠାନିକ ଭାବେ ବିଶ୍ୱକପ୍‌ ଆରମ୍ଭ ହେବ।

ଏଥିରେ ଗ୍ଲୋବାଲ ସୁପରଷ୍ଟାର ଶକିରା ଓ ବର୍ନା ବୟ ଟୁର୍ନାମେଣ୍ଟର ଆନୁଷ୍ଠାନିକ ସଂଗୀତ ‘ଦାଇ ଦାଇ’ରେ ପ୍ରଥମ ଥର ପାଇଁ ପରଫର୍ମ କରିବେ। ଏହି ଅବସରରେ ବଲିଉଡ୍‌ର ନୋରା ଫତେଇ ମଧ୍ୟ ପରଫର୍ମ କରିବେ। ଫୁଟ୍‌ବଲ କିମ୍ବଦନ୍ତୀ ପେଲେ ଓ ଡିଏଗୋ ମାରାଡୋନାଙ୍କୁ ଏହି ସମାରୋହରେ ସ୍ବତନ୍ତ୍ର ଶ୍ରଦ୍ଧାଞ୍ଜଳି ଦିଆଯିବ। ଟୁର୍ନାମେଣ୍ଟର ପ୍ରାୟ ମ୍ୟାଚ୍‌ ଭାରତୀୟ ସମୟ ଅନୁସାରେ ମଧ୍ୟରାତ୍ର ପରେ ଆରମ୍ଭ ହେବାକୁଥିବାରୁ ଭାରତରେ ପ୍ରସାରଣ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ଶେଷରେ ଜି’ ଏଣ୍ଟରଟେନ୍‌ମେଣ୍ଟ ବିଶ୍ୱକପ୍‌ ଲାଗି ପ୍ରସାରଣ ଅଧିକାର ହାସଲ କରିଥିଲା। ଏଥିଯୋଗୁ ୟୁନାଇଟ୍‌ ୮ ସ୍ପୋଟର୍‌ସ ଏବଂ ଜି୫ ଆପ୍‌ରେ ପୂରା ଟୁର୍ନାମେଣ୍ଟ ପ୍ରସାରିତ ହେବ।

ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଇଷ୍ଟାଡିଓ ଆଜଟେକାରେ ପୂର୍ବରୁ ୧୯୭୦ ଓ ୧୯୮୬ ସଂସ୍କରଣର ପ୍ରଥମ ମ୍ୟାଚ୍‌ ଖେଳାଯାଇଥିଲା, ଯାହାକି ଏକ ରେକର୍ଡ। ଲିଓନେଲ ମେସିଙ୍କ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଗତଥରର ରନରଅପ୍‌ ତଥା ୨୦୧୮ ସଂସ୍କରଣର ଚାମ୍ପିୟନ ଫ୍ରାନ୍ସ ଟୁର୍ନାମେଣ୍ଟ ଜିତିବା ପାଇଁ ଫେଭରାଇଟ୍‌। ଏହା ବ୍ୟତୀତ ୫ ଥରର ଚାମ୍ପିୟନ ବ୍ରାଜିଲ, ୨୦୧୦ ସଂସ୍କରଣ ଚାମ୍ପିୟନ ସ୍ପେନ୍‌, କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପର୍ତ୍ତୁଗାଲ ଟ୍ରଫି ଲାଗି ଦାବିଦାର ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

five × 4 =