ଜୈନମ ପକ୍ଷରୁ ପରିବର୍ତ୍ତିତ ବ୍ରାଣ୍ଡ ପରିଚୟର ଉନ୍ମୋଚନ
ଭୁବନେଶ୍ୱର: ଆର୍ôଥକ ସେବା ପ୍ରଦାନକାରୀ କମ୍ପାନି ଜୈନମ ପକ୍ଷରୁ ଏକ ରୂପାନ୍ତରୀତ ବ୍ରାଣ୍ଡ ପରିଚୟକୁ ଉନ୍ମୋଚନ କରାଯାଇଛି, ଯାହା ଟ୍ରେଡର ଓ ନିବେଶକଙ୍କ ଏକ ସହଯୋଗୀ ଭାବେ ବ୍ୟାଙ୍କର ଗୁରୁତ୍ୱକୁ ପ୍ରତିଫଳିତ କରୁଛି। ଦୁଇ ଦଶନ୍ଦିର ବଜାର ଅଭିଜ୍ଞତା ମୁଳଦୁଆ ଉପରେ ଗଠିତ ଏହି ପରିବର୍ତ୍ତିତ ପରିଚୟ ବଜାର ସ୍ଥିତିକୁ ସ୍ପଷ୍ଟତା, ଶୃଙ୍ଖଳା ଓ ବିଶ୍ୱାସର ସହ ଅତିକ୍ରମ କରବି । ପାଇଁ ନିବେଶକଙ୍କୁ ସାହାଯ୍ୟ କରିବାରେ ଜୈନମର ପ୍ରତିବଦ୍ଧତାକୁ ଦର୍ଶାଉଛି। କୋଳାହଳକୁ ଏଡ଼ାଇବା, ରିସ୍କକୁ ଭଲ ଭାବେ ଆକଳନ କରିବା ଏବଂ ଏକ ଢାଂଚାଗତ ଉପାୟରେ ବଜାରରେ ଅଂଶଗ୍ରହଣ କରିବା ନିଷ୍ପତି ନେବାରେ ନିବେଶକମାନଙ୍କୁ ସାହାଯ୍ୟ କରିବା ଉପରେ କମ୍ପାନି ଗୁରୁତ୍ୱାରୋପ କରୁଛି। ଏହି ପରିବର୍ତ୍ତିତ ବ୍ରାଣ୍ଡ୍ ପରିଚୟ ଦ୍ରୁତ ଗତିରେ ବଢ଼ୁଥିବା ବଜାରରେ ଅଧତ୍କ ସ୍ପଷ୍ଟତା, ଦୃଷ୍ଟିକୋଣ ଓ ଢ଼ାଂଚା ଆଣିବାରେ କମ୍ପାନିର ଗୁରୁତ୍ୱକୁ ପ୍ରତିଫଳିତ କରୁଛି।
ଇଂରାଜି ଅକ୍ଷର ‘ଜେ’କୁ ନେଇ ନୂଆ ବ୍ରାଣ୍ଡ ପରିଚୟ ବିକାଶ କରାଯାଇଛି। ଏହାର ଡିଜାଇନ ଜୈନମର ବିଶ୍ୱାସ ଓ ବଜାରକୁ ବୁଝିବାର ରହିଥିବା ଦୀର୍ଘକାଳୀନ ପରମ୍ପରାକୁ ପ୍ରତିଫଳିତ କରୁଛି। ପୁନଃଡିଜାଇନ କରାଯାଇଥିବା ଏହି ପରିଚୟ ସମଗ୍ର ଗ୍ରାହକ ଟଚପଏଂଟ୍ରେ ଉନ୍ନତ ଅନୁଭୂତି ସୃଷ୍ଟି କରିବ।
ଏହି ଅବସରରେ ଜୈନମର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମିଲନ ପାରିଖ କହିଛନ୍ତି ଯେ, “ଦୀର୍ଘକାଳୀନ ସମ୍ପର୍କ, ବଜାର ଅଭିଜ୍ଞତା ଏବଂ ବଜାରର ବିଭିନ୍ନ ସ୍ଥିତି ସମୟରେ ନିବେଶକ ଓ ଟ୍ରେଡରମାନଙ୍କ ମାର୍ଗଦର୍ଶନ କରିବାର ଦାୟିତ୍ୱ ଆଧାରରେ ଜୈନମର ଯାତ୍ରା ଆଗକୁ ବଢ଼ିଛି। ଏହି ଅଭ୍ୟୁୟଦର ସେହି ଦିଗକୁ ଦର୍ଶାଉଛି ଯାହା ଉଭୟ କମ୍ପାନି ଓ ନିବେଶକ ପରିସଂସ୍ଥାକୁ ଆଗକୁ ବଢ଼ାଉଛି। ଭାରତରେ ଆର୍ôଥକ ବଜାରରେ ଅଂଶଗ୍ରହଣ ବୃଦ୍ଧି ପାଉଥିବା ବେଳେ ନିବେଶକମାନେ ନିଷ୍ପତି ଗ୍ରହଣ ପ୍ରକ୍ରିୟାରେ ଅଧିକ ବିଶ୍ୱାସ ଓ ଦୃଢ଼ ଦୃଷ୍ଟିକୋଣ ଚାହୁଛନ୍ତି। ଶୃଙ୍ଖଳା, ଧୈର୍ଯ୍ୟ ଓ ସୂଚନା ଆଧାରିତ ଦୀର୍ଘକାଳୀନ ଭାବନାରେ ନିବେଶକମାନଙ୍କୁ ସାହାଯ୍ୟ କରିବାରେ ଆମେ ଜୈନମର ଭୂମିକାକୁ ଦେଖୁଛୁ।”
ଜୈନମର ଚିଫ୍ ବିଜନେସ୍ ଅଫିସର ପୁଲକ କୁମାର ସିଂହ କହିଛନ୍ତି ଯେ, “ବର୍ତ୍ତମାନ ସମୟରେ ନିବେଶକମାନେ ବିଶ୍ୱାସ, ମାର୍ଗଦର୍ଶନ, ଅନୁଭୂତି ଓ ଦୀର୍ଘକାଳୀନ ସଂପତି ସୃଷ୍ଟି ଦୃଷ୍ଟିରେ ପ୍ଲାଟଫର୍ମଗୁଡ଼ିକୁ ଅନୁଶୀଳନ କରୁଛନ୍ତି। ଉତ୍ତମ ନିଷ୍ପତି ମାନ, ଦୃଢ଼ ବଜାର ବୁଝାମଣା ଓ ଅଧିକ ଢ଼ାଂଚାଗତ ଅଂଶଗ୍ରହଣ ଯାତ୍ରାକୁ ସକ୍ଷମ କରିବା ପାଇଁ ନିବେଶକମାନଙ୍କ ସହ ଗଭୀର ଭାବେ ଯୋଡ଼ିହେବା ଉପରେ ଆମେ ଧ୍ୟାନ ଦେଉଛୁ। ଏହି ରୂପାନ୍ତରୀତ ଉପସ୍ଥାପନା ଆମ ବ୍ୟବସାୟର ସେହି ବୃହତର ଗୁରୁତ୍ୱପୂର୍ଣ୍ଣ ଦିଗକୁ ପ୍ରତିଫଳିତ କରୁଛି।”
ଜୈନମର ଚିଫ ମାର୍କେଟିଂ ଅଫିସର ଐଶ୍ୱର୍ଯ୍ୟା ଗୁପ୍ତା କହିଛନ୍ତି ଯେ, “ଏକ ବର୍ଗ ଭାବେ ଆର୍ôଥକ ସେବା କ୍ଷେତ୍ର ମୁଖ୍ୟତଃ ଜଟିଳତା, କ୍ଲିଷ୍ଟ ଶବ୍ଦ ଓ କାରବାର ଆଧାରିତ ଯୋଗାଯୋଗ ପାଇଁ ପରିଚିତ। ଏହି ରୂପାନ୍ତରଣ ସହ ଆମେ ସେହି ଚିରାଚରିତ ଭାବନାରୁ ଆଗକୁ ବଢ଼ିବାକୁ ଏବଂ ଏକ ବ୍ରାଣ୍ଡ ଗଠନ କରିବାକୁ ଚାହୁଛୁ ଯାହା ଆଜିର ନିବେଶକମାନେ ଯେଉଁଭଳି ଭାବୁଛନ୍ତି, ନିଷ୍ପତି ନେଉଛନ୍ତି ଓ ଯୋଡ଼ି ହେଉଛନ୍ତି ସେହିଅନୁସାରେ ସ୍ପଷ୍ଟ, ଅଧିକ ବିଲୀନ ଓ ପ୍ରାସଙ୍ଗିକ ମନେ ହେଉଥିବ। ରୂପାନ୍ତରୀତ ପରିଚୟର ପ୍ରତିଟି ଉପାଦାନକୁ ସମସ୍ତ ଟଚପଏଂଟରେ ଏକ ଦୃଢ଼, ସମସାମୟିକ ଅନୁଭୂତି ସୃଷ୍ଟି କରିବା ସହ ନିବେଶକମାନଙ୍କୁ ସ୍ପଷ୍ଟତା, ଦୃଷ୍ଟିକୋଣ ଓ ବିଶ୍ୱାସର ସହ ଆଗକୁ ବଢ଼ିବାରେ ମାର୍ଗଦର୍ଶନ କରିବା ପାଇଁ ଜୈନମର ରହିଥିବା ବୃହତର ଦର୍ଶନ ସହ ଯୋଡ଼ି ହୋଇ ରହିବା ପାଇଁ ପ୍ରସ୍ତୁତ କରାଯାଇଛି।”
ଲ୍ୟାଣ୍ଡୋରର ପରିଚାଳନା ନିର୍ଦ୍ଦେଶକ ଗୀତ ନାଜିର “ଏପରି ଏକ ସମୟରେ, ଯେତେବେଳେ ଆର୍ôଥକ ସେବା କ୍ଷେତ୍ରର ବ୍ରାଣ୍ଡଗୁଡ଼ିକୁ ଅଧିକ ମାନବିକ, ସହଜବୋଧ୍ୟ ଏବଂ ଡିଜିଟାଲ୍ ଯୁଗ ସହ ସୁସଙ୍ଗତ ହେବାର ଆବଶ୍ୟକତା ଅନୁଭବ କରାଯାଉଛି, ସେତେବେଳେ ଜୈନମ୍ ନିଜକୁ ଉଦ୍ଦେଶ୍ୟପୂର୍ଣ୍ଣ ଓ ସ୍ପଷ୍ଟ ଦୃଷ୍ଟିକୋଣ ସହ ଆଗକୁ ନେବାର ସୁଯୋଗକୁ ଚିହ୍ନଟ କରିଥିଲା। ଏହି ରୂପାନ୍ତର କେବଳ ଏକ ନତୂ ନ ପରିଚୟ ସୃଷ୍ଟି କରିବା ପାଇଁ ନୁହେଁ, ବରଂ ଆଜିର ନିବେଶକମାନଙ୍କର ଚିନ୍ତାଧାରା ଓ ଆଶା-ଆକାଂକ୍ଷାକୁ ଅଧିକ ଭଲ ଭାବରେ ପ୍ରତିଫଳିତ କରୁଥିବା ଏକ ସଶକ୍ତ ବ୍ରାଣ୍ଡ ଅନୁଭୂତି ଗଢ଼ି ତୋଳିବା ଏହାର ମୂଳ ଉଦ୍ଦେଶ୍ୟ।
ଏହି ପରିବର୍ତ୍ତିତ ଓ ଉର୍ଜାବାନ ବ୍ରାଣ୍ଡ ପରିଚୟ ବ୍ରାଣ୍ଡର ସମଗ୍ରତାକୁ ଅଧିକ ସୁଦୃଢ଼ କରିବା ସହ ପରବର୍ତ୍ତୀ ପିଢ଼ିର ନିବେଶକମାନଙ୍କୁ ସଠିକ୍ ମାର୍ଗଦର୍ଶନ ଦେବାର ପ୍ରତିଶ୍ରୁତିକୁ ଅଧିକ ମାନବିକ ଓ ନିକଟତର କରିଛି। ସେଥିସହିତ, ବର୍ଷ ବର୍ଷ ଧରି ଗଢ଼ିଉଠିଥିବା ବିଶ୍ୱାସ ଓ ବିଶ୍ୱସନୀୟତାର ମୂଳ ଭିତ୍ତିକୁ ମଧ୍ୟ ଅକ୍ଷୁଣ୍ଣ ରଖିଛି। ଏହି ସମଗ୍ର ଯାତ୍ରାରେ ଜୈନମ୍ ନେତୃତ୍ୱ ଦଳ ଆମ ଉପରେ ଯେଉଁ ଆସ୍ଥା ଓ ସହଯୋଗ ପ୍ରଦର୍ଶନ କରିଛନ୍ତି, ସେଥିପାଇଁ ଆମେ ସେମାନଙ୍କ ପ୍ରତି କୃତଜ୍ଞ। ଭବିଷ୍ୟତ ପାଇଁ ପ୍ରସ୍ତୁତ ଏବଂ ଦୃଢ଼ ରଣନୀତିକ ଭିତ୍ତି ଉପରେ ନିର୍ମିତ ଏକ ବ୍ରାଣ୍ଡ ଗଢ଼ିବାରେ ସହଯୋଗ କରିଥିବାରୁ ଆମେ ଗର୍ବିତ।”

